ନୁଆପଡ଼ା -୯/୮(ସୁରେନ୍ଦ୍ର ତିୱାରୀ) ନୁଆପାଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଡା. ଦ୍ବାରିକାନାଥ ଶତପଥି ସମସ୍ତ ନର୍ସିଂ କଲେଲେଜ ର ଛାତ୍ରୀମାନଙ୍କୁ ସବୁଜ ପତାକା ଦେଖାଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ । ଏହି ଶୋଭାଯାତ୍ରାରେ ସାମିଲ ଥିଲେ ଡା. ତନ୍ମୟ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନସ୍ଵସ୍ଥ୍ୟ ଅଧୂକାରୀ(କୁଷ୍ଠ ରୋଗ), କାର୍ଯ୍ୟବାହକ ଏ.ଡି.ପି.ଏଚ.ସି.ଓ.ତଥା ପରିସଂଖ୍ୟାନ ଅନୁସାନ୍ଧାନକାରୀ ମୀନକେତନ ମାଝୀ, ପୂର୍ବତନ ଏ. ଏ.ଡି.ପି.ଏଚ.ସି.ଓ. କିଶୋର ଚନ୍ଦ୍ର ପଟେଲ ଓ ସମସ୍ତ ନର୍ସିଂ କଲେଜର ଛାତ୍ରଛାତୀମାନେ । ଏହି ଶୋଭା ଯାତ୍ରା ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ବାହାରି ସହରର ଏକତା ଛକ, ଶିଶୁ ମନ୍ଦିର ଛକ, ଜିଲ୍ଲାପାଳ କାର୍ଯ୍ୟାଳୟ ଛକ,ଷ୍ଟେଟବ୍ୟାଙ୍କ ଛକ, ସେସନ ଜଜ କୋର୍ଟ ଛକ, ଶିଶୁ ପ୍ରାମୋଦ ଉଦ୍ୟାନ ଛକ ଦେଇ ମାଁ ଓ ଶିଶୁ ସୁରକ୍ଷା ଭବନ ଠାରେ ପହଞ୍ଚିଥିଲା । କାର୍ଯ୍ୟବାହକ ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଡା. ଦ୍ବାରିକାନାଥ ଶତପଥିଙ୍କ ଅଧ୍ଯକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲ। ଏଥିରେ ବହୁ ସଂଖ୍ୟାରେ ପ୍ରସୁତି ଓ ଗର୍ଭବତୀ ମାଁ ମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ବିଦ୍ୟାଧର ନାଗ, ସମ୍ମାନିତ ବକ୍ତା ଡା. ତନ୍ମୟ ତ୍ରିପାଠୀ ଅତିରିକ୍ତ ଜିଲ୍ଲା ଜନସ୍ଵସ୍ଥ୍ୟ ଅଧିକାରୀ( କୁଷ୍ଠ ରୋଗ), ଡି.ଏମ.ଓ( ଏମ୍ଏସ୍) ଡା. ଲଲିତ ମୋହନ ବିଶି, ନସିଂ କଲେଜ ଶିକ୍ଷୟତ୍ରୀବୃନ୍ଦ,ପୂର୍ବତନ ଏ.ଡି.ପି.ଏଚ.ସି.ଓ. କିଶୋର ଚନ୍ଦ୍ର ପଟେଲ, ଡିପିଏମ୍ ସତ୍ୟନାରାୟଣ ତ୍ରିପାଠୀ, ଡିଏମଆରସିଏଚ୍ ଗୁରୁଦେବ କୁମ୍ଭାର, ଡାକ୍ତରଖାନା ପରିଚାଲକ ସିପ୍ରାମୟୀ ବିଶ୍ଵାଲ, ଏନସିଡି ସହାୟକ ଶରତ କୁମାର ବେଜ ଓ ସ୍ଵସ୍ଥ୍ୟ ବିଭାଗର ସମସ୍ତ ନର୍ସିଂ ଅଫିସର ତଥା ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ବକ୍ତାମାନେ ଶିଶୁ ଜନ୍ମର ଏକ ଘଣ୍ଟାକ ମଧ୍ୟରେ ସ୍ତନ୍ୟପାନ କରାଇବା ପଇଁ ବୁଝାଇଥିଲେ ଏବଂ ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟ ପାନ କରାଇବା ପାଇଁ ମାଁ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ପରିପୂରକ ଖାଦ୍ୟ ସହିତ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଚାଲୁ ରଖୁବାକୁ ଗୁରୁତ୍ବଆରୋପ କରିଥିଲେ । ପରେ ପରେ ନର୍ସିଂ ଅଫିସର ଅନିତା ଜାଲ ଏକ ସଠିକ ସ୍ତନ୍ୟପାନ ପ୍ରଣାଳୀ ପ୍ରଦର୍ଶନ କାରାଇଥିଲେ । ଶେଷରେ କାର୍ଯ୍ୟବାହକ ଏଡିପିଏଚସିଓ ତଥା ପରିସଂଖ୍ୟାନ ଅନୁସାନ୍ଧାନକାରୀ ମୀନକେତନ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲାପରେ ସଭା ସାଙ୍ଗ ହୋଇଥିଲା ।
ନୁଆପଡ଼ା : ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ -୨୦୨୫
80
previous post