Home ରାଜ୍ୟଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ

by Maraguda Express
0 comments

ନୂଆପଡା – ୨୬/୬(ଏମ.ଇ)ନୂଆପଡା ଜିଲ୍ଲାପାଳଙ୍କ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ସି ଡି ଏମ୍ ଓ ଡଃ ମନୋଜ କୁମାର ସାହୁ , ଆଞ୍ଚଳିକ ପରିବହନ ଅଧିକାରୀ ମାନ ସିଂ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଜିଲ୍ଲାରେ ଦୁର୍ଘଟଣାରେ ବହୁ ଅମୂଲ୍ୟ ଜୀବନ ଚାଲି ଯାଉଛି । ଏଥିପାଇଁ ଆମକୁ ସଚେତନ ହେବା ସହିତ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବା କୁ ପଡ଼ିବ l ବୈଠକରେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଗଲା ଯେ ଆଗାମୀ ଦିନରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ବ ଦେବା ସହ ସପ୍ତାହର ପ୍ରତି ରବିବାର ଏବଂ ବୁଧବାର ଦିନ ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲମେଟ ନୋ ପେଟ୍ରୋଲ) କଡ଼ାକଡ଼ି କରାଯିବ । ଏହାକୁ ସମସ୍ତ ବିଡ଼ିଓ ତହସିଲଦାର ଓ ଆର୍ ଟି ଓ ତଦାରଖ କରିବେ। ନାବାଳକ ଏବଂ ମଦ୍ୟପ ଗାଡିଚାଳକମାନଙ୍କ ଉପରେ ବିଶେଷ ନଜର ରଖାଯିବ। ଆର୍ ଟି ଓ, ପୋଲିସ୍ ବିଭାଗ ଓ ଅବକାରୀ ବିଭାଗ ଅନେକ ସମୟରେ ମିଳିତ ଭାବରେ ଗାଡ଼ି ଚେକିଙ୍ଗ କରିବେ ।ବର୍ଷାଦିନ ଆସି ଯାଇଥିବାରୁ ସବୁ ନାଳ ନର୍ଦ୍ଦମା ସଫା ହେବା ସହ ସବୁ ପଟ୍ ହୋଲ୍ ମରାମତି ହେବ। ଏନ୍ ଏଚ୍ କଡରେ ନୂତନ ପେଭର ବ୍ଲକ ସବୁ ଲାଗିବ lବିଜୁ ଏକ୍ସପ୍ରେସ ୱେ ରେ ଯେଉଁ ଜାଗା ମାନଙ୍କୁ ବେଶି ଦୁର୍ଘଟଣା ହେଇଛି ସେଇଠି ଜନ ସଚେତନତା ସୃଷ୍ଟି କରାଯିବା ସହିତ ସାଇନେଜ୍ ଲଗାଯିବ। ରାସ୍ତା କଡ ସ୍କୁଲ ମାନଙ୍କରେ ପିଲା ମାନଙ୍କୁ ବିଶେଷ ଭାବରେ ସଚେତନ କରାଯିବ । ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ନିଜ ଅଫିସ୍ ର କର୍ମଚାରୀ ମାନଙ୍କୁ ହେଲମେଟ ପିନ୍ଧି ଆସିବା ନିଶ୍ଚିତ କରିବେ । ୨୦୨୫ ବର୍ଷରେ ଏ ପର୍ଯ୍ୟନ୍ତ ୮୪ ଜଣ ମଦ୍ୟପ ଗାଡ଼ି ଚାଳକ ଏବଂ ବିନା ହେଲମେଟ ରେ ଦୁଇଚକିଆ ଯାନ ଚଳାଇବା ପାଇଁ ୨୧୭୨ ଟି ଚାଲାଣ କଟିଛି l ବିଗତ ୬ ମାସରେ ଜିଲ୍ଲାରେ ୭୩ ଟି ଦୁର୍ଘଟଣା ରେ ୬୫ ଜଣ ମୃତ୍ୟୁ ବରଣ କରିଛନ୍ତି ଓ ୩୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ କହିଲେ ଯେ ଜିଲ୍ଲାରେ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ସହିତ ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବାକୁ ପଡିବ। ଏଥିରେ ଲୋକ ପ୍ରତିନିଧି, ସ୍ଵେଚ୍ଛାସେବୀ ସଂଗଠନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ ମାନଙ୍କୁ ସାମିଲ ହେବେ l ଏହାପରେ ଜିଲ୍ଲାର ପରିବହନ କ୍ଷେତ୍ର ଏବଂ ବସ୍ ଷ୍ଟାଣ୍ଡ ମାନଙ୍କ ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା। ଆମ ବସ୍ ମାନଙ୍କ ନୂତନ ରୁଟ୍ ଚାର୍ଟ, ନୂଆପଡ଼ା ବସଷ୍ଟାଣ୍ଡ ରେ ଦିନ ଓ ରାତି ରେ ଚାଲୁଥିବା ସମସ୍ତ ବସ୍ ର ବାଧ୍ୟତାମୂଳକ ପ୍ରବେଶ,
ଏଠାରେ ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ମହିଳା ଗାର୍ଡ ମୂତୟନ, ବେସରକାରୀ ବସ୍ ମାନଙ୍କ ଠାରୁ ପ୍ରବେଶ ଶୁଳ୍କ ଆଦାୟ, ବସ୍ ମାନଙ୍କରେ ସର୍ପ୍ରାଇଯ ଚେକିଂ, ଦୋକାନ ଗୃହ ପରିଚାଳନା, କେଣ୍ଟିନ୍ ଆରମ୍ଭ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥଲା।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିନାପାଲି ବ୍ଲକ୍ ବିଡ଼ିଓ କାର୍ମି ଓରାମ୍ , କୋମନା ବିଡିଓ ବିନୟ କୁମାର ଭୋଇ, ଡି ଏସ୍ ପି ରମାକାନ୍ତ ଜେନା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏମଭିଆଇ ଉପେନ୍ଦ୍ର କୁମାର ପୁସିକା, ପିଡବ୍ଲ୍ୟୁଡି ବିଭାଗ ସହ-ନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ଗର୍ଡିଆ, ଏନ୍ ଏଚ୍ ଯନ୍ତ୍ରୀ ଆଶିଷ କୁମାର ନାୟକ, ସପନ କୁମାର ବେହେରା, ସି ଡି ଭି ଓ ଡଃ ପାର୍ଥ ସାରଥି ଦୋରା , ନୂଆପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ଖରିଆରରୋଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ,ଖରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା, ଡି ଟି ଏମ୍ ଆକାଶ ମହାପାତ୍ର, କଦମ୍ ରୁ ଯାଜ୍ଞସେନୀ ମହାପାତ୍ର, ସ୍ଵେଚ୍ଛାସେବୀ ବିଜୟ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha