
ନୂଆପଡ଼ା -୨୪/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଏକ ସମ୍ଭାବନା ଜିଲ୍ଲା। ଏଠାରେ କୃଷି ଠାରୁ ଆରମ୍ଭ କରି ଶିଳ୍ପ ପଯ୍ୟନ୍ତ ସର୍ବ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି। ଏହି ଜିଲ୍ଲାର କୃଷିର ସୁବିଧା ପାଇଁ ଜଳସେଚନ ବ୍ୟବସ୍ଥା ତ୍ବରାନ୍ବିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ପ୍ରୋସେସିଂ ୟୁନିଟ୍, ଶୀତଳ ଭଣ୍ଡାର ଆଦି ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ କିପରି ମାଛ ଚାଷ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ସେନେଇ ବିଚାର ବିମର୍ଶ ଚାଲିଛି। ନୂଆପଡା ଜିଲ୍ଲା ରେ କେଉଁ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେନେଇ ସର୍ଭେକାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏହି ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ସରକାରଙ୍କ ବିକାଶ ମୂକଳ କାର୍ଯ୍ୟ ଉପରେ ନୂଆପଡ଼ା ବାସୀଙ୍କ ଆଶା ଓ ବିଶ୍ବାସ ବଢ଼ିବାରେ ଲାଗିଛି । ଆଗମୀ ଦିନରେ ନୂଆପଡ଼ାର ବିକାଶ ପାଇଁ ସମସ୍ତଙ୍କୁ ମିଳିତ ଭବେ ପ୍ରୟାସ କରିବାକୁ ପଡ଼ିବ ବୋଲି ରାଜ୍ୟ ସଭାପତି ଭାବେ ପୁନର୍ବାର ଦାୟିତ୍ଵ ଗହଣ କରିବା ପରେ ନୂଆପଡ଼ା ଗସ୍ତରେ ଆସି ମନମୋହନ ସାମଲ କହିଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟର ବିଜେପି ଏକାକୀ ସରକାର ଗଠନ କରିବା ପରେ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରି ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହା କରନ୍ତି। ଅର୍ଥନୀତି କୁ ସଜାଡିବା ରେ ସମର୍ଥ ହୋଇଛନ୍ତି। ଦୀର୍ଘ ୧୧ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଭାରତ ବିଶ୍ଵର ଚତୁର୍ଥ ବୃହତମ ଅର୍ଥନୀତି ହୋଇପାରିଛି। ଗରୀବ କଲ୍ୟାଣ ଯୋଜନା ଦ୍ଵାରା କୋଟି କୋଟି ପରିବାରଙ୍କ ଜୀବନର ମାନ ପରିବର୍ତ୍ତିତ ହୋଇଛି । ଚାଷୀମାନଙ୍କ ରୋଜଗାର ବୃଦ୍ଧି ହୋଇଛି। ୮୦ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ରେ ମାଗଣା ରେ ରାସନ ଯୋଗାଣ, ୫୦ କୋଟି ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି। କୋଟି କୋଟି ପରିବାର ଉଜ୍ଜ୍ବଳା ଯୋଜନାର ରଶୋଇ ଗ୍ୟାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଲାଭ ପାଇପାରିଛନ୍ତି। କୋଭିଡ୍-୧୯ ମହାମାରୀ ପରେ ସମଗ୍ର ବିଶ୍ଵ ରେ ଭାରତ ସବୁଠାରୁ ଦ୍ରୁତ ଗତିରେ ନିଜର
ଜିଏସଟି ରେ ସୁଧାର କରାଯାଇ ଗରିବ, ନିମ୍ନ
ମଧ୍ୟବିତ୍ତ, ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଐତିହାସିକ ପଦେକ୍ଷପ ନିଆଯାଇଛି । ଏହାଦ୍ୱାରା ଦୈନନ୍ଦିନ ଜୀବନ ରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ ପାଇବା କାରଣରୁ ଗରିବ, ମଧ୍ୟବିତ୍ତ ପରିବାରର ଖର୍ଚ୍ଚ ମଧ୍ଯ ହ୍ରାସ ପାଇଛି। ଓଡ଼ିଶାର ବିଜେପି ସରକାର ଗଠନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟ ରେ ପୁରୀ ଶ୍ରୀମନ୍ଦିରର ୪ ଦ୍ଵାର ଖୋଲି ଦିଆଗଲା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ ଶେଷ କରାଗଲା। ଧାନ କ୍ୟୁଇଣ୍ଟାଲ ପିଛା ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଆୟ ଦୁଇ ଗୁଣିତ କରି ସହାୟତା କରାଗଲା। ରାଜ୍ୟର ମାଁ ଓ ଭଉଣୀମାନଙ୍କୁ ସୁଭଦ୍ରା ଯୋଜନା ରେ ୫୦ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରାଗଲା । ଲକ୍ଷପତି ଦିଦି ଯୋଜନା ରେ ଓଡ଼ିଶାର ମା’ ଓ ଭଉଣୀମାନେ ୧ ନମ୍ବର ହେଲେଣି। ୮୦ ବଷ ରୁ ଉର୍ଦ୍ଧ୍ବ ବୃଦ୍ଧାବୃଦ୍ଧ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱାସ୍ଥ୍ୟବୀମା ସହ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରିଛି ସରକାର । ସବୁ ଗ୍ରାମ କୁ ପକ୍କା ସଡ଼କ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୭୫ ହଜାର କିଲୋମିଟର ରାସ୍ତା ଗଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟା ରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି । ଏହା ଦ୍ୱାରା ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି। ନୂତନ ଶିକ୍ଷାନୀତି ଓଡ଼ିଶାର ଲାଗୁ କରାଯାଇଛି । ଏହାଦ୍ଵାରା ଓଡ଼ିଶା ଆତ୍ମ ନିର୍ଭର ହୋଇପାରିବ। ଓଡ଼ିଶାର ଜନସାଧାରଣ ଯେପରି ଦାଦନ ଖଟିବାକୁ ବାହାରୁ ଯିବେ ନାହିଁ ସେଥି ପାଇଁ ମୋହନ ସରକାର ନିରନ୍ତର ପ୍ରୟାସ ଜାରି ରଖୁଛନ୍ତି। ସଂକଳ୍ପ ପତ୍ରରେ ଦିଆଯାଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରଣ କରି ବିଜେପି ସରକାର ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି। ଇତି ମଧ୍ୟରେ ୨୧ ପ୍ରତିଶୃତି ରୁ ୧୧ ଟି ପୂରଣ ହୋଇସାରିଛି। ବାକି ୭ ଟି ପ୍ରତିଶ୍ରୁତି ମଧ୍ଯ ଖୁବଶୀଘ୍ର ପୂରଣ ହୋଇଯିବ। ବିଜେପି ଏବେ ସରକାର ରେ ଅଛି, ନୂଆପଡା ରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରି ଓଡ଼ିଶାର ୧ ନମ୍ୱର ଜିଲ୍ଲା ଭବେ ଗଢ଼ି ତୋଳିବାକୁ ହେବ। ଏନେଇ ଏବେ ଠାରୁ ଦିନରାତି କଠିନ ପରିଶ୍ରମ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇ ଉତ୍ସାହିତ କରିଥିଲେ। ଶ୍ରୀ ସାମଲ ନୂଆପଡ଼ା ଗସ୍ତରେ ଆସି ବିଭିନ୍ନ ସେବାମୂଳକ କାଯ୍ୟକ୍ରମ ଏବଂ କାର୍ଯ୍ୟକର୍ତ୍ତା ସମ୍ମେଳନୀ ରେ ଯୋଗ ଦେଇ କହିଛନ୍ତି। ଏହି ଅବସର ରେ ଖଡିଆଳ ଠାରେ ମାଁ ପାଇଁ ଗଛଟିଏ ଅଭିଯାନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସେବା ପକ୍ଷ ଅବସରରେ ରକ୍ତଦାନ ଶିବିରକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଉଦ୍ଘାଟନ କରିଥିଲେ । ଖଡ଼ିଆଳଠାର ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭା ରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ସାମଲଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଖଡିଆଳ ଓ ନୂଆପଡ଼ା ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସର ଅନେକ ସରପଞ୍ଚ, ସମିତି ସଭ୍ୟ ଓ ପୁର୍ବତନ ସରପଞ୍ଚ ନିଜ ନିଜ ଶତାଧିକ ସମଥର୍କଙ୍କ ସହ ବିଜେପି ରେ ସାମିଲ ହୋଇଥିଲେ। ଶ୍ରୀ ସାମଲଙ୍କ ଏହି ଗସ୍ତ ସମୟରେ ଖଡିଆଳ, କୋମନା ଛକ, ନୂଆପଡା ଓ ଖରିଆର ରୋଡ ଠାରେ କାର୍ଯ୍ୟକର୍ତ୍ତା ବିପୁଳ ସଂଖ୍ୟା ରେ ଉପସ୍ଥିତ ରହି ଭବ୍ୟ ସ୍ଵାଗତ କରିଥିଲେ । ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ନୂଆପଡ଼ା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉପରୋକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ଖଡିଆଳ ପୁର୍ବତନ ବିଧାୟକ ହିତେଶ ବଗର୍ତି, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ବରିଷ୍ଠ ନେତା ସୁବ୍ରତ ଠାକୁର, ଯଦୁମଣି ପାଣିଗ୍ରାହୀ,ପ୍ରସନ୍ନ ପାଢ଼ୀ, ଅଭିନନ୍ଦନ ପଣ୍ଡାଙ୍କ ସମେତ ସୁଶାନ୍ତ ପତି,ସରୋଜ କୁମାର ସାହୁ(ଭୈରବ), ଗୋଲଡି ଅଗ୍ରୱାଲ, ପ୍ରେମ ଅଗ୍ରୱାଲ ଜିଲ୍ଲା ଓ ମଣ୍ଡଳସ୍ତରୀୟ ପଦାଧିକାରୀ ଗଣ ଉପସ୍ଥିତ ଥିଲେ।
ନୂଆପଡ଼ାର ସାମଗ୍ରିକ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ : ମନମୋହନ ସାମଲ
ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦିନିକିଆ ନୂଆପଡା ଗସ୍ତ।
75
previous post