Home ରାଜ୍ୟନୂଆପଡ଼ା ଖେଳାଳିଙ୍କ ଲନ୍ ବଲ୍ କ୍ଷେତ୍ରରେ ପ୍ରବେଶ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଦଳର ବଲାଙ୍ଗୀର ଗସ୍ତ।

ନୂଆପଡ଼ା ଖେଳାଳିଙ୍କ ଲନ୍ ବଲ୍ କ୍ଷେତ୍ରରେ ପ୍ରବେଶ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଦଳର ବଲାଙ୍ଗୀର ଗସ୍ତ।

by Maraguda Express
0 comments

ନୂଆପଡ଼ା -୧୫/୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ରେ କ୍ରିଡା ପ୍ରତି ଥିବା ଆଗ୍ରହ ଉତ୍ସାହ ଓ ପ୍ରେରଣା ଯୋଗୁଁ ଆଜି ନୂଆପଡ଼ା ଜିଲ୍ଲାରେ ନୂଆ ନୂଆ କ୍ରୀଡ଼ାରେ ନୂଆ ଖେଳାଳି ଜିଲ୍ଲାକୁ ପ୍ରତିନିଧିତ୍ଵ କରିପାରୁଛନ୍ତି। ଏହି କ୍ରମରେ ଆଜି ଅପରାହ୍ନ ୧ ଘଣ୍ଟା ସମୟରେ ନୂଆପଡ଼ା ଜିଲ୍ଲା ର ନୂତନ ଲନ୍ ବଲ ଦଳ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିଛନ୍ତି । ନୂଆପଡ଼ା ଜିଲ୍ଲାରୁ ପ୍ରଥମ ଥର ପାଇଁ ଆଜି ଏକ ନୂଆ ଖେଳ ଲନବଲ ରେ ଖେଳାଳି ମାନେ ବଲାଙ୍ଗୀର ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ନିଜ ତଥା ଜିଲ୍ଲାର ସୁନାମ ବୃଦ୍ଧି ନିମନ୍ତେ ଆଗଭର ହୋଇଛନ୍ତି I ପି ଏମ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟର ୯ ଜଣ ବାଳକ ଖେଳାଳି ଲନବଲ୍ ର ବିଭିନ୍ନ ବିଭାଗରେ ଭାଗ ନେବା ପାଇଁ ଚୟନ ହୋଇଛନ୍ତି । ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ପ୍ରୋତ୍ସାହନ ଓ ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇଙ୍କ ଉଦ୍ୟମ କ୍ରମେ ବିଗତ ଦିନରେ ଜିଲ୍ଲା ଅସିଚାଳନା ଖେଳରେ ୧୪ ଜଣ ବାଳକ ଓ ବାଳିକା ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ଜିଲ୍ଲା ପାଇଁ ଗୌରବର ବିଷୟ । ଆସନ୍ତା କାଲି ବଲାଙ୍ଗୀରରେ ଥିବା ଆର ଏନ ସିଂହଦେଓ କ୍ରୀଡା ପ୍ରାଙ୍ଗଣରେ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ଵାରା ନିର୍ମିତ ନୂତନ ଲନବଲ୍ ଆରିନାରେ ଜିଲ୍ଲାର କ୍ରୀଡାବିତ ମାନେ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବେ। ରାଜ୍ୟ ସ୍ତରକୁ ଭାଗନେବା ପାଇଁ ଯାତ୍ରା କରିଥିବା ଖେଳାଳି ନରେନ୍ଦ୍ର ମାଝି, ଟିକେଶ୍ବର ମାଝୀ, ଶଇଲେନ୍ଦ୍ର ମାଝୀ, ପଙ୍କଜ କୁମାର ମାଝୀ, କେମନ୍ତ ମାଝୀ, ମାଧବ ମାଝୀ, ଖଲେଶ୍ବର ସବର, ଗିରିଧାରୀ ମାଝୀ, ବିକାଶ ମାଝୀ, ପ୍ରଦୀପ ମାଝୀ ପ୍ରଶିକ୍ଷକ ତଥା ମେନେଜର ଦେବବ୍ରତ ସାହୁ ଙ୍କ ସହିତ ଗସ୍ତ କରିଛନ୍ତି । ଜିଲ୍ଲା କ୍ରୀଡା ଅଧିକାରୀ ଖେଳାଳି ମାନଙ୍କୁ ଶୁଭେଚ୍ଛା ସହିତ ଉଚ୍ଚ କୋଟିର ପ୍ରଦର୍ଶନ ନିମନ୍ତେ ଉତ୍ସାହିତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବସ ଯୋଗେ ବଲାଙ୍ଗୀରକୁ ବିଦାୟ ଦେଇଥିଲେ l ଶ୍ରୀ ବଢାଇ ପ୍ରକାଶ କରିଛନ୍ତି ଯେ, ନୂଆପଡ଼ା ଜିଲ୍ଲା କ୍ରୀଡା ପ୍ରତିଭା ରେ ଭରପୁର, ଆମେ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉଚିତ ଦିଗଦର୍ଶନ ଦେଲେ ଜିଲ୍ଲାର ଖେଳାଳିମାନେ କ୍ରୀଡା ମାନଚିତ୍ରରେ ଜିଲ୍ଲାକୁ ଉଜ୍ଜ୍ବଳମୟ କରି ପାରିବେ । ଜିଲ୍ଲା କ୍ରୀଡା ଅଧିକାରୀଙ୍କ ନୂଆଁ ନୂଆଁ କ୍ରୀଡାବିତ ପ୍ରସ୍ତୁତ କରିବା ଓ ନୂତନ କ୍ରୀଡା ରେ ଦଳଙ୍କୁ ସାମିଲ କରିବା ଉଦ୍ୟମକୁ ସମସ୍ତେ ପ୍ରସଂଶା କରିଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha