Home ରାଜ୍ୟନୂଆପଡ଼ା ପୋଲିସ ର ସତର୍କତା: ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣ ରେ ସାମଗ୍ରୀ ଜବତ । 

ନୂଆପଡ଼ା ପୋଲିସ ର ସତର୍କତା: ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣ ରେ ସାମଗ୍ରୀ ଜବତ । 

by Maraguda Express
0 comments

ନୂଆପଡ଼ା -୨୫/୭ (ସୁରେନ୍ଦ୍ର ତିୱାରୀ) ଆଜି ବିଶ୍ୱସ୍ତ ଗୁଇନ୍ଦା ସୂତ୍ର ରୁ ସୂଚନା ପାଇ ନୂଆପଡ଼ା ଜିଲ୍ଲା ପୋଲିସ ବୋଡେନ ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ କାଟଫାର-ଛତାପାଣି ଅଞ୍ଚଳରେ ଏକ ମିଳିତ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନରେ ଡିଭିଏଫ୍ ଫୋର୍ସ ନୂଆପଡ଼ା ଏବଂ ଡି/୧୯ ସିଆରପିଏଫ୍ ଦ୍ଵାରା କୁମ୍ବିଂ କରାଯାଇଥିଲା । ଘଞ୍ଚ ଜଙ୍ଗଲ ଅଞ୍ଚଳରେ ମାଓବାଦି ଙ୍କ ଗତିବିଧି ର ଲକ୍ଷ ଏବଂ ଅନୁସନ୍ଧାନ ଅଭିଯାନ ସମୟରେ ଏକ ନକ୍ସଲ କ୍ୟାମ୍ପ ଠାବ କରାଯାଇଥିଲା। ଯାହା ଫଳରେ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦୀ ଦ୍ୱାରା ବ୍ୟବହାର ପାଇଁ ଉଦ୍ଦିଷ୍ଟ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ ଇତ୍ୟାଦି ର ଏକ ବଡ଼ ପରିମାଣର ଗଚ୍ଛିତ ସାମଗ୍ରୀ କୁ ଜବତ କରାଯାଇଥିଲା। ଜବତ୍ ସାମଗ୍ରୀ ରେ ଦେଶି ବନ୍ଧୁକ ୧, ୨୪ ଖଣ୍ଡ ଗୋଲା ଗୁଲି, ଜିଲେଟିନ ଷ୍ଟିକ୍ -୧୦ ଟି, ଇଲେକ୍ଟ୍ରିକ ଡେଟୋନେଟର -୩ ଟି, ବାରୁଦ ୫୦ ଗ୍ରାମ, ସୌର ପ୍ଲେଟ – ୨ଟି, ଡିସ ଚାର୍ଜର ବକ୍ସ, ଭୋଲ୍ଟ ବ୍ୟାଟେରୀ, ଭୋଲ୍ଟ ମିଟର, ଇଲେକ୍ଟ୍ରିକ ତାର ବଣ୍ଡଳ, ଧଳା ଓ କଳା ଇନସୁଲେସନ୍ ଟେପ-୩, କଳା ପଲିଥିନ ସିଟ -୨ , ଏଭଳି ବିପୁଳ ପରିମାଣ ରେ ୩୫ ଗୋଟି ମାଓ କ୍ୟାମ୍ପ ଦ୍ଵାରା ବ୍ୟବହୃତ ସାମଗ୍ରୀକୁ ଜବତ୍ କରାଯାଇଛି। ଉପରୋକ୍ତ ସୁଚନା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର. ରାଘବେନ୍ଦ୍ର ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha