64

ନୂଆପଡା -୧୩/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଉପନିର୍ବାଚନର ଅନ୍ତିମ ପ୍ରକ୍ରିୟା, ଭୋଟ ଗଣତି କାର୍ଯ୍ୟକ୍ରମ ଆସନ୍ତା କାଲି ଅନୁଷ୍ଠିତ ହେବ l ସ୍ଥାନୀୟ ନେସନାଲ କଲେଜରେ ଏଥିପାଇଁ ସମସ୍ତ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି l ଆଜି ଅପରାହ୍ନ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ
ବିଜୁଳି ଏବଂ ଶୌଚାଳୟ ବ୍ୟବସ୍ଥା ହୋଇଛି l ଗଣତି କେନ୍ଦ୍ରକୁ ଆସିବା ପାଇଁ ଅଧିକାରୀ, ପୋଲିଂ ଏଜେଣ୍ଟ ତଥା ସାମ୍ବାଦିକ ମାନଙ୍କ ପାଇଁ ସ୍ବତନ୍ତ୍ର କରିଡ଼ର ନିର୍ମିତ ହୋଇଛି l ନିର୍ବାଚନ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣିଂ ଅଫିସର୍ ଙ୍କ ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ ହୋଇଛି l ପ୍ରତି ରାଉଣ୍ଡ ଗଣତି ଶେଷରେ ଫଳାଫଳ ନିର୍ବାଚନ କମିଶନ୍ ତଥା ମିଡିଆକୁ ଦେବା ପାଇଁ ବ୍ୟବସ୍ଥା ହୋଇଛି l ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ସାମ୍ବାଦିକ ମାନେ ସୁବିଧାରେ ସମ୍ବାଦ ସଂଗ୍ରହ ଓ ପ୍ରେରଣ ପାଇଁ ଏକ ସ୍ବତନ୍ତ୍ର ମିଡିଆ କକ୍ଷ ଖୋଲାଯାଇଛି l ଏଠାରେ ଟେଲିଭିଜନ ତଥା କମ୍ପ୍ୟୁଟର ସୁବିଧା ଯୋଗାଇ ଦିଆ ଯାଇଛି l ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାର ନୀରିକ୍ଷଣ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ୍ ପାଲ୍ ସିଂ ମଧ୍ୟ ଉପସ୍ଥିତ ଥିଲେ l ସେ ମୁତୟନ ଥିବା ସମସ୍ତ ଅଧିକାରୀ ଓ ଯବାନ ମାନଙ୍କୁ ସେମାନଙ୍କ ଦାୟୀତ୍ଵ ସମ୍ବନ୍ଧରେ ଏକ ମିଟିଂ କରି ସୂଚନା ଦେଇଥିଲେ l ସେ ସାମ୍ବାଦିକ ମାନଙ୍କୁ ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ମିଡିଆ ବାଇଟ ଦେଇଥିଲେ l ଭୋଟ ଗଣତି ନିର୍ଦ୍ଧାରିତ ସମୟରେ ସକାଳ ୦୮.୦୦ ଘଣ୍ଟା ସମୟରେ ଆରମ୍ଭ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ ।
ଆଜି ନେସନାଲ କଲେଜରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ତଥା ଆର୍ ଓ ସୁର୍ମି ସୋରେନ୍ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତିର ତଦାରଖ କରିଥିଲେ ।ମତଦାନ ଭଳି ଭୋଟ ଗଣତି ମଧ୍ୟ ସମ୍ପୁର୍ଣ୍ଣ ଭାବରେ ସ୍ୱଚ୍ଛ, ପାରଦର୍ଶୀ ଓ ସଫଳତାର ସହିତ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି ।

