Home ରାଜ୍ୟନୂଆପଡ଼ା ରେ ସାଧାରଣ ସଭା ପରେ ଘର ଘର ବୁଲିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ନୂଆପଡ଼ା ରେ ସାଧାରଣ ସଭା ପରେ ଘର ଘର ବୁଲିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

by Maraguda Express
0 comments

ନୂଆପଡା-୩୦/୧୦ (ସୁରେନ୍ଦ୍ର ତିୱାରୀ) ନୁଆପଡ଼ା ବିଧାନସଭା ଉପନିର୍ବାଚନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତିକ ଚଳଚଞ୍ଚଳତା । ପ୍ରାର୍ଥୀ ଓ ପ୍ରାର୍ଥୀ ଙ୍କ ସମର୍ଥକ ମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି କରୁଛନ୍ତି ଭୋଟ ପ୍ରଚାର୍ ।
ନୂଆପଡ଼ା ର ପରସାଗୁଡ଼ା ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସଭା ର ଆୟୋଜନ କରାଯାଇଥିଲା । ସେଥିରେ ଓଡ଼ିଶା ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗା । ଡବଲ ଇଞ୍ଜିନ ସରକାର୍ ର ଡବଲ ଗତି ର ବିକାଶ ରେ ନୂଆପଡା ବସୀ ସାମିଲ ହୁଅନ୍ତୁ । ବିଜେପି ସରକାର୍ ଡି.ବି.ଟି ଜରିଆରେ ଲୋକଙ୍କ ପ୍ରକୃତ୍ ହକ୍ ଲୋକଙ୍କ ପାଖକୁ ପହଞ୍ଚେଇବାରେ ସଫଳ ହେଇଛି । ମହିଳା ଙ୍କୁ ସମ୍ମାନ ର ମିଥ୍ୟା ପ୍ରଚାର୍ କରି କରି ବିଜେଡି ଭୋଟ ନେଉଥିଲା କିନ୍ତୁ ପ୍ରକୃତ ରେ ମାଁ କୁ ସମ୍ମାନ ବିଜେପି ହିଁ ଦିଏ, ଦେଉଛି ଓ ଦେଉଥିବ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସପକ୍ଷ ରେ ଭୋଟ ଭିକ୍ଷା କରିବା ସମୟ ରେ ସେ ଏଭଳି କହିଛନ୍ତି । ଏହା ପରେ ମନ୍ତ୍ରୀ ଡ. ମହହାଲିଙ୍ଗ ଘର ଘର ବୁଲି ଳୋକଙ୍କୁ ପ୍ରଚାରପତ୍ର ବଣ୍ଟି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ଜୁନାଗଡ ଏନ.ଏ.ସି ର ପୂର୍ବତନ ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ମଣ୍ଡଳ ସଭାପତି ସଦାନଦ ଯୋଶି ଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha