56
ନୂଆପଡା ପୋଲିସର ବଡ଼ ସଫଳତା: ଖଡିଆଳ ବ୍ୟବସାୟୀଙ୍କ ଘର ରୁ ଚୋରି ମାମଲାର ପର୍ଦ୍ଦାଫାଶ।
୫୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଏବଂ ସୁନା-ରୂପା ଜବତ, ୪ ଗିରଫ ।
previous post
ନୂଆପଡା-୧୯/୦୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାର ଖଡିଆଳ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଗୃହରୁ ଚୋରି ମାମଲାକୁ ସଫଳତାର ସହ ପର୍ଦ୍ଦାଫାଶ କରାଯାଇଛି । ପୋଲିସ ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ପାଖରୁ ୫୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କା, ସୁନା ଓ ରୂପା ଗହଣା ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।ଏହି ମାମଲା ଖଡିଆଳ ପୋଲିସ ଷ୍ଟେସନ କେସ୍ ନମ୍ବର ୫୬ – ୧୬ ଫେବୃଆରୀ ୨୦୨୬ ଅନୁଯାୟୀ ଧାରା ୩୩୧(୪) /୩୦୫ ବିଏନଏସ୍ ଅଧୀନରେ ଦାୟର କରାଯାଇଥିଲା ।
ଖଡିଆଳ ନିବାସୀ ପ୍ରବୀଣ ଅଗ୍ରୱାଲଙ୍କ ଅଭିଯୋଗ ଅନୁସାରେ, ଫେବୃଆରୀ ୧୫ ଓ ୧୬ ତାରିଖ ମଧ୍ୟରାତ୍ରୀ ସମୟରେ ସେ ଓ ତାଙ୍କ ପରିବାର ମହାଶିବରାତ୍ରି ଅବସରରେ ମନ୍ଦିରକୁ ପୂଜା ପାଇଁ ଯାଇଥିବା ବେଳେ ଅଜଣା ଦୃର୍ବୁତ୍ତମାନେ ତାଙ୍କ ଘରକୁ ଭାଙ୍ଗି ପ୍ରବେଶ କରି ନଗଦ ଟଙ୍କା, ସୁନା ଓ ରୂପା ଗହଣା ଚୋରି କରିଥିଲେ ।ଘଟଣା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଙ୍କ ନିର୍ଦ୍ଦେଶ କ୍ରମେ, ଖରିଆର ଏସ୍ଡିପିଓ ଉପେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସିନାପାଲି ପୋଲିସ ଷ୍ଟେସନ, ବୋଡେନ ପୋଲିସ ଷ୍ଟେସନ ଓ ଖରିଆର ପୋଲିସ ଷ୍ଟେସନର କର୍ମଚାରୀମାନଙ୍କୁ ନେଇ ତିନିଟି ସ୍ଵତନ୍ତ୍ର ଦଳ ଗଠନ କରାଯାଇଥିଲା। ତଦନ୍ତ ଆଧାରରେ ଖଡିଆଳ ଥାନା ଅଞ୍ଚଲପୁର ଗ୍ରାମର ଚାରିଜଣ ଅଭିଯୁକ୍ତ ହେଲେ ଭୋଲେଶ୍ୱର୍ ଠେଲା,ଚୂଡାମଣି କାଣ୍ଡ, ଗଣେଶ ଠେଲା ଏବଂ ହେମନ୍ତ କଟା କୁ ଖଡିଆଳ ପୋଲିସ ଚିହ୍ନଟ କରି ଗିରଫ କରିଥିଲା ।
