
ନୂଆପଡ଼ା -୮/୮(ସୁରେନ୍ଦ୍ର ତିୱାରୀ) ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ନୂଆପଡ଼ା ଜିଲ୍ଲାର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ବତ ସମିତି ତରଫରୁ ସିନାପାଲି ବ୍ଲକ ସ୍ତରୀୟ ବକ୍ତୃତା ଓ ଗୀତ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଛି । ଏଥିରେ ସିନାପାଲି ବ୍ଲକ ଅର୍ନ୍ତଗତ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବକ୍ତୁତା ବିଭାଗରେ ତୃପ୍ତିମୟୀ ମେହେର,, ବିଶାଖା ମେହେର, ଦୀପ୍ତିମୟୀ ବୈଠାରୁ ଓ ଗୀତ ବିଭାଗରେ ପୂଜା ସା, ଲେଖା ମେହେର, ରଞ୍ଜିତା ମେହେର ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ସ୍ଥାନୀୟ ହାଇସ୍କୁଲ ଠାରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବରେ ବିଶିଷ୍ଟ ସଂଗୀତଜ୍ଞ ଅଶୋକ ମିଶ୍ର, ତ୍ରିନାଥ ମେହେର, ମନୋରଞ୍ଜନ ମେହେର, ଲଳିତ କୁମାର ସୁନାରୀ, ସମିତି ସଂପାଦକ ତରୁଣ କୁମାର ମେହେର ପ୍ରମୁଖ ଯୋଗଦେଇଥିଲେ ।
“ପ୍ରକୃତିର ଅନନ୍ଯ ରୂପକାର କବି ଗଙ୍ଗାଧର” ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର ଅଧ୍ଯାପକ ଧୄବଚରଣ ପଧାନ, ଅଧ୍ଯାପକ କନକବର୍ଦ୍ଧନ ସାହୁ ଓ ପ୍ରାବନ୍ଧିକ ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ଏବଂ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତାରେ ସଂଗୀତଜ୍ଞ ବଂଶୀଧର ଜଗତ, ଚୂଡ଼ାମଣି ମେହେର, ଦୀପକ ସା ବିଚାରକ ଭାବରେ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମ ଆରମ୍ଭରେ ଗୌତମ ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ନିକୁଞ୍ଜ ବିହାରୀ ସା, ପ୍ରେମାନନ୍ଦ ମେହେର, କମଳଜିତ ବୈକାର, ହରେକୄଷ୍ଣ ମେହେର, ମହେଶ ମେହେର ପ୍ରମୁଖ ସହଯୋଗ କରିଥିଲେ । ସୂଚନାଯୋଗ୍ଯ ଯେ ଶନିବାର ସମିତି ତରଫରୁ କବିଙ୍କ ଭବ୍ଯ ଜୟନ୍ତୀ ସମାବେଶ ପାଳନ ହେବାକୁ ଥିବା ବେଳେ ଏ ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବ ଓ ସାହିତ୍ଯ ସଭାରେ ବିଶିଷ୍ଟ ସାହିତ୍ଯିକ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି ।
“ପ୍ରକୃତିର ଅନନ୍ଯ ରୂପକାର କବି ଗଙ୍ଗାଧର” ଶୀର୍ଷକରେ ବକ୍ତୃତା ଓ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ।
82
previous post