
ନୂଆପଡ଼ା -୧୬/୮ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲିର ସାମୁହିକ ନୂଆଁଖାଇ ଭେଟଘାଟ ପରିବାର ତରଫରୁ ନୂଆଁଖାଇ ପର୍ଯ୍ଯନ୍ତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜିତ ହେଉଥିବା ବେଳେ ଶୁକ୍ରବାର ବନ୍ଧୁକ ଚାଲନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସିନାପାଲି ଅଞ୍ଚଳରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବାରୁ ଏନେଇ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଥିଲା। ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ଯାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ତ୍ରିନାଥ ମେହେର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ବନଖଣ୍ତ ଅଧିକାରୀ ମହମ୍ମଦ ଅଜିଜ ଖାନ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଅଭିନେତା ମନୋଜ ମିଶ୍ର, ବନାଞ୍ଚଳ ଅଧିକାରୀ କାମେଶ୍ୱର ତାଣ୍ଡି,ପୂର୍ବ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେର, ନାଗରିକ କମିଟି ସଭାପତି ଡମ୍ବରୁଧର ମେହେର, ଶିକ୍ଷାବିଦ ନାରାୟଣ ପାତ୍ର, ତୁଳସୀରାମ ମେହେର,ନନ୍ଦ କୁମାର ପାତ୍ର, ଅରିଗଞ୍ଜନ ଯୋଶୀ, ବରିଷ୍ଠ ସାମ୍ବାଦିକ ଅଜିତ ଯୋଷୀ, ଗଙ୍ଗାଧର ସାରସ୍ୱତ ସମିତି ସଭାପତି ବୈଷ୍ଣବ ମେହେର, ସମ୍ପାଦକ ତରୁଣ ମେହେର, ଅଧ୍ଯାପକ ନବୀନ ଚନ୍ଦ୍ର ମେହେର, ଗୌତମ ମେହେର ପ୍ରମୁଖ ଯୋଗ ଦେଇ ଏଭଳି ପ୍ରତିଯୋଗିତା ପ୍ରତିଭାଗିଙ୍କ ଆତ୍ମବିଶ୍ବାସକୁ ବୄଦ୍ଧି କରେ ବୋଲି ମତ ଦେଇଥିଲେ । ପ୍ରାରମ୍ଭରେ ଲଳିତ କୁମାର ସୁନାରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।
ପ୍ରତିଯୋଗିତାରେ ୮୦ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ଗଣେଶରାମ ମେହେର, ପ୍ରଫୁଲ୍ଲ ଦଣ୍ଡସେନା, ସତ୍ୟବାନ୍ ମେହେର ବିଚାରକ ଥିବା ବେଳେ ହେମନ୍ତ ତାଣ୍ତି, ସୁଶାନ୍ତ ମେହେର, ଯୁଧିଷ୍ଟିର ମେହେର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୄତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ ବିଜେତାଙ୍କୁ ଆସନ୍ତା ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି। କାର୍ଯ୍ଯକ୍ରମ ପରିଚାଳନାରେ ସୁରଜ ମେହେର ,ଜିତେନ୍ଦ୍ର ମେହେର, ମହେନ୍ଦ୍ର ମେହେର, ସୁନୀଲ ମେହେର, ଧନଞ୍ଜୟ ମେହେର, ହେମନ୍ତ ମେହେର, ଭୀଷ୍ମରାଜ ମେହେର, ମନୋରଞ୍ଜନ ମେହେର, ରଶ୍ମି ରଞ୍ଜନ ସା, ନରେଶ ମେହେର, ମଣ୍ଟୁ ବାରିକ, ଦୀପକ ମେହେର, ଚନ୍ଦ୍ରଶେଖର ମେହେର, ହେମସାଗର ମେହେର, ନିତିଶ ମେହେର ପ୍ରମୁଖ ସହଯୋଗ କରିଥିଲେ । ନୂଆଁଖାଇ ଭେଟର ସମସ୍ତ କାର୍ଯ୍ଯକ୍ରମ ଆୟୋଜନର ସ୍ବର ସଙ୍ଗମ କଳା ପରିଷଦ, ଶ୍ରୀତ କମ୍ପୁଟର, ଭବାନୀ କିରାନା, ଏସଏସ ଫିଟନେସ୍ ସହଯୋଗ କରୁଛନ୍ତି ଶେଷରେ ପ୍ରଭାତ ମେହେର ଧନ୍ଯବାଦ ଦେଇଥିଲେ ।
ପ୍ରତିଯୋଗିତା ବ୍ଯକ୍ତିର ଆତ୍ମବିଶ୍ବାସ ବୃଦ୍ଧି କରେ ‐ ସିନାପାଲିରେ ବନ୍ଧୁକ ଚାଲନା ପ୍ରତିଯୋଗିତା
ବନ୍ଧୁକ ଚାଲନା ପ୍ରତିଯୋଗୀତା ପ୍ରଥମ ଥର ଅନୁଷ୍ଠିତ ହେଉଥିବାରୁ ସହରବାସୀଙ୍କ ଉତ୍ସାହ ବୃଦ୍ଧି ପାଇଥିଲା
84
previous post