Home ରାଜ୍ୟବିକଶିତ ରାଜ୍ୟ ଓ ଦେଶ ଗଠନରେ ସମସ୍ତେ ସହଯୋଗୀ ହେବା – ମନ୍ତ୍ରୀ

ବିକଶିତ ରାଜ୍ୟ ଓ ଦେଶ ଗଠନରେ ସମସ୍ତେ ସହଯୋଗୀ ହେବା – ମନ୍ତ୍ରୀ

ନୂଆପଡ଼ା ଜିଲ୍ଲାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସି ବିଭାଗୀୟ ସମୀକ୍ଷା ବୈଠକ ରେ ଯୋଗ ଦେଲେ।

by Maraguda Express
2 comments

ନୂଆପଡ଼ା -୪/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାକୁ ଓଡ଼ିଶା ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ମଙ୍ଗଳ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସି ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ସୂର୍ମୀ ସୋରେନ୍, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡ ସୋନିଆ ଜୈନ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ,ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ମନ୍ତ୍ରୀ ଜିଲ୍ଲାରେ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀଙ୍କୁ ଆଣି ସ୍କୁଲ ରେ ନାମ ଲେଖାଇବା ଏବଂ ଉପଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ଆହ୍ବାନ କରିଛନ୍ତି। ଜିଲ୍ଲାରେ ସ୍କୁଲ ଚାଲ ଅଭିଯାନ ରେ ଅଭିନବ ଉପାୟରେ ଶୋଭାଯାତ୍ରା କରି ସଚେତନ କରିବାକୁ ଆହ୍ବାନ ଦେଇଥିଲେ। ଚଳିତ ବର୍ଷ ଜିଲ୍ଲାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨ ଜଣ ଏ ୱାନ ହୋଇଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ବି- ୧ ରେ ଉତ୍ତିର୍ଣ୍ଣ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ। ଚଳିତ ବର୍ଷ ଏ ୧ ସଂଖ୍ୟା ବୃଦ୍ଧି କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଶିକ୍ଷା ବିଭାଗ ଅଧିକାରୀ ମାନେ ଶିକ୍ଷାର ବିକାଶ ପାଇଁ ସମସ୍ତ ପଦକ୍ଷେପ ନେବା ସହ ଜଣେ ବି ଡ୍ରପ ଆଉଟ ଯେମିତି ରହିବେ ନାହିଁ ସେହି ଚେଷ୍ଟା କରିବେ l ସବୁ ବିଦ୍ୟାଳୟର ଭିତ୍ତିଭୂମିରେ ସୁଧାର ଅଣାଯିବ ।ସେଠାରେ ବିଲ୍ଡିଂ, ପାଚେରୀ, ଶୌଚାଳୟ, ରୋଷଘର ସବୁ ରହିବ l ଏହା ସହିତ ବିଜୁଳି ଓ ପାଇପ୍ ପାଣି ସୁବିଧା ରହିବ । ଜିଲ୍ଲାରେ ଥିବା ୯୯୦ ବିଦ୍ୟାଳୟ ରୁ ୪୨୦ ଟି ର ନିଜସ୍ଵ ଜମି ପାର୍ଚ୍ଚା ରହିଛି । ଅନ୍ୟ ସମସ୍ତ ସ୍କୁଲର ପାର୍ଚ୍ଚା ପାଇଁ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବେ l ସାମାଜିକ ସୁରକ୍ଷା ବିଭାଗ ସମୀକ୍ଷାରୁ ଅନ୍ୟ ଜାତିରେ ବିବାହ କରିଥିବା ଦମ୍ପତିଙ୍କୁ ଶୀଘ୍ର ସହାୟତା ରାଶି ଯୋଗାଇ ଦେବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ l ଜିଲ୍ଲାରେ ଏନ୍ ଏଫ୍ ବି ଏସ ସ୍କିମ ରେ ୩୫୫ ଜଣ ହିତାଧୀକାରୀ ଙ୍କୁ କୋଡିଏ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆ ଯାଇଛି l ଜିଲ୍ଲାରେ ଗୋଟିଏ ମେଣ୍ଟାଲ୍ ଏସିଲମ୍ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲାପାଳ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।ସମସ୍ତେ ସମର୍ପିତ ଭାବରେ କାମ କରି ବିଭିନ୍ନ ବିଭାଗ ଦେଇଥିବା ଅନୁଦାନ ଶୀଘ୍ର ଖର୍ଚ୍ଚ କଲେ ଆହୁରି ଅନୁଦାନ ଯୋଗାଇ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବା ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ସମସ୍ତ ଅଧିକାରୀ, ଶିକ୍ଷକ ,ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ସମ୍ମିଳିତ ଭାବରେ ବିକଶିତ ରାଜ୍ୟ ଓ ବିକଶିତ ଦେଶ ଗଠନରେ ସହଯୋଗୀ ହେବା ବୋଲି ମନ୍ତ୍ରୀ ଆହ୍ବାନ ଦେଇଥିଲେ।

You may also like

2 comments

Sajanikanta Satapathy October 5, 2025 - 8:20 AM

It will be nice steps for Nuapada district go ahead

Reply
Maraguda Express October 13, 2025 - 12:56 PM

Thank you so much Sir 🙏

Reply

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha