Home ରାଜ୍ୟପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ।

ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ।

ପଦ୍ମପୁର ବାସୀ ଙ୍କ ର ଦୀର୍ଘ ଦିନର ଦାବି ରେଳ ପଥ ଏବଂ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ପଦ୍ମପୁର ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କୁ ନେଇ ଆଜି ପଦ୍ମପୁର ସ୍ଥାନୀୟ ରାଜଜୀ ଟାଉନ ହଲ ଠାରେ ସାମ୍ବାଦିକ ସମ୍ମିଳନୀ କରି ବୋଡାସାମ୍ବର ମାଟି ର ଗୌରବ ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି

by Maraguda Express
0 comments

ନୂଆପଡ଼ା -୪/୧୦ (ସୁରେନ୍ଦ୍ର ତିୱାରୀ) ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପୀଡ଼ିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତେବେ କିନ୍ତୁ ବରଗଡ଼ ପରି ଏକ ବିକଶିତ ଜିଲ୍ଲାରେ ଥାଇ ମଧ୍ୟ ଏହି ଅଞ୍ଚଳ ତାହାର ଭୌଗଳିକ ସ୍ଥିତି ଯୋଗୁଁ ଅର୍ଦ୍ଧ ବିକଶିତ ହୋଇଥିବା ବେଳେ, ଅଞ୍ଚଳ ବାସୀ ଦୀର୍ଘ ଦିନ ଧରି ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନ କୁ ନେଇ କରି ଆସୁଛନ୍ତି ଦାବି। ତେବେ ଦୀର୍ଘ ଦିନର ଅଭିଳାଶା ବର୍ତ୍ତମାନ ସମ୍ପୂର୍ଣ ହେବାକୁ ଯାଉଥିବା ପରିଲକ୍ଷିତ ହୋଇଛି। ତେବେ ପଦ୍ମପୁର ବାସୀ ଙ୍କ ର ଦୀର୍ଘ ଦିନର ଦାବି ରେଳ ପଥ ଏବଂ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ପଦ୍ମପୁର ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କୁ ନେଇ ଆଜି ପଦ୍ମପୁର ସ୍ଥାନୀୟ ରାଜଜୀ ଟାଉନ ହଲ ଠାରେ ସାମ୍ବାଦିକ ସମ୍ମିଳନୀ କରି ବୋଡାସାମ୍ବର ମାଟି ର ଗୌରବ ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଥିବା ବେଳେ,ଦୀର୍ଘ ଦିନର ସ୍ବପ୍ନ ପୂରଣ କରିଥିବାରୁ ଓଡ଼ିଶା ଡବଲ ଇଞ୍ଜିନ ସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି ପଦ୍ମପୁର ବାସୀ। ତେବେ ଗତ ଉପ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ପ୍ରଚାର ସମୟରେ ଦେଇଥିବା ନିର୍ବାଚନୀ ପ୍ରତିଶୃତି ଗୋଟିଏ ପରେ ଗୋଟିଏ ପୁରଣ କରି ଚଳିଥିବାରୁ ପଦ୍ମପୁର ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିବା ବେଳେ ବୋଡ଼ାସମ୍ବର ବାସୀ ଙ୍କ ଗମନା ଗମନ,ଶିକ୍ଷା,ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ନୂତନ କାର୍ଯ୍ୟ ପ୍ରୟାରମ୍ଭ କରିବାରେ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାର ପ୍ରୟାସ କରି ଚାଲିଥିବା କହିଛନ୍ତି ସାଂସଦ। ତେବେ ଆଗାମୀ ଦିନରେ ପଦ୍ମପୁର ନିଜର ପୁର୍ଣ୍ଣ ବିକାଶ ର ସ୍ବପ୍ନ କୁ ହାସଲ କରିବାରେ ଶୀଘ୍ର ସଫଳ ହେବ ଯେଉଁଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପୁର୍ଣତଃ ସହଯୋଗ କରିବେ ବୋଲି କହିଛନ୍ତି ସାଂସଦ। ତେବେ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ଗୋବର୍ଦ୍ଧନ ଭୁଏ, ଯୁବନେତା ପ୍ରୀତେଶ କୁମାର ବହିଦାର ଉପସ୍ଥିତ ଥିବା ବେଳେ ଘୋଷଣା କୁ ନେଇ ଉଲ୍ଲାସ ପ୍ରକାଶ କରିଛନ୍ତି ଅନ୍ୟାନ୍ୟ କର୍ମୀ ଓ ଜନ ସାଧାରଣ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha