
ନୂଆପଡ଼ା -୨୯/୧୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ସଦର ମହକୁମା ଠାରୁ ୫ କିଲୋମିଟର ସିଲଦା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୩୫୩ ପାର୍ଶ୍ଵ ରେ ଅବସ୍ଥିତ ନ୍ୟାସନାଲ କଲେଜକୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ଦାବି ଗତ କେତେ ବର୍ଷ ରୁ ଜୋର ଧରିଥିଲା । ଗତକାଲି ବିଧାନସଭା ଶୀତ ଅଧିବେଶନ ରେ ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ ତାଙ୍କର ପ୍ରଥମ ଦାବି ଉପସ୍ଥାପନ କରି ଉପରୋକ୍ତ କଲେଜ କୁ ସରକାରୀ ମାନ୍ୟତା ଦାବି କରିଛନ୍ତି। ୩ ଅଗଷ୍ଟ ୧୯୭୮ ତତ୍କାଳୀନ କଳାହାଣ୍ଡି ଜିଲ୍ଲା ନୂଆପଡ଼ା ସବ ଡିଭିଜନ ଛତିଶଗଡ଼ ସୀମାନ୍ତ ଆଦିବାସୀ ବହୁଳ ନୂଆପଡ଼ା ଓ ଖରିଆର୍ ରୋଡ ମଝି ସିଲଦା ଗ୍ରାମ ନିକଟରେ ନ୍ୟାସନାଲ କଲେଜ ସ୍ଥାପନ ହୋଇଥିଲା। ପ୍ରଥମେ ଯୁକ୍ତଦୁଇ କଳା ଏବଂ ପରେ ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ବିଭାଗ ଖୋଲିଥିଲା। ଏହାର କିଛିବର୍ଷ ପରେ ଯୁକ୍ତତିନି ଖୋଲାଯାଇଥିଲା। ଏବେ ଯୁକ୍ତତିନି କଳା ଓ ବାଣିଜ୍ୟ ବିଭାଗ ଖୋଲା ହୋଇଛି। ଅନ୍ୟ ପକ୍ଷେ ଯୁକ୍ତତିନି ବିଜ୍ଞାନ ବିଭାଗକୁ କଲେଜ କର୍ତ୍ତୃପକ୍ଷ ପକ୍ଷ ନିଜ ଉଦ୍ୟମରେ ଖୋଲାଯାଇଛି। ଏଣୁ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ । ଅଧିକ ଟଙ୍କା ଫି’ ଦେଇ ଖର୍ଚ୍ଚାନ୍ତରେ ପଡୁଛନ୍ତି। । ଏବେ ଯୁକ୍ତଦୁଇ ଓ ଯୁକ୍ତ ତିନିରେ ପ୍ରାୟ ୨ହଜାର ଛାତ୍ରଛାତ୍ରୀ ପଢୁଛନ୍ତି । ସେଥୁରୁ ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟ। । ଏବେ ନ୍ୟାସନାଲ କଲେକ ଅନୁଦାନପ୍ରାପ୍ତ କଲେଜ ଭାବେ ପରିଚାଳିତ ହେଉଛି। କଲେଜକୁ ୪୮ ବର୍ଷ ବିତିଯାଇଥିଲେ ବି ସମ୍ପୂର୍ଣ ସରକାରୀ ମାନ୍ୟତା ମିଳିନଥିବାରୁ ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ସହ ଅସନ୍ତୋଷ ବୃଦ୍ଧି ପାଇଛି । ଜନ ସାଧାରଣ ରେ କଲେଜକୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ଦାବି ଜୋର ଧରିଛି । ଗତକାଲି ବିଧାନସଭା ଶୀତ ଅଧିବେଶନରେ ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ ନ୍ୟାସନାଲ କଲେଜକୁ ସମ୍ପୂର୍ଣ ସରକାରୀ ମାନ୍ୟତା ଦେବାକୁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ଆଦିବାସୀ ବହୁଳ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ ପଢିବାକୁ ନୂଆପଡ଼ା ରେ ଗୋଟିଏ ମଧ୍ୟ ସରକାରୀ କଲେଜ ନାହିଁ । ଏଠି ପଢି ଆଦିବାସୀ ଛାତ୍ର ଛାତ୍ରୀ ଅଧିକା ଫି’ ଦେବାକୁ ଅକ୍ଷମ ହେଉଛନ୍ତି। ଆଜି ବାଚସ୍ପତି ସୁରମା ପାଢୀଙ୍କ ଜରିଆରେ ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ନ୍ୟାସନାଲ କଲେଜକୁ ସମ୍ପୁର୍ଣ ସରକାରୀ କଲେଜ ମାନ୍ୟତା ଦିଆଯାଉ ବୋଲି ନୂଆପଡ଼ା ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ ପ୍ରଥମ ଦାବି ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କୁ କଲେଜ ଛାତ୍ରଛାତ୍ରୀ ଲିଖିତ ଦାବି ଜଣାଇଥିଲେ। ଏଥିରେ ସମ୍ପୂର୍ଣ ସରକାରୀ ମାନ୍ୟତା, ଅତିରିକ୍ତ ଶ୍ରେଣୀଗୃହ, କଲେଜ କ୍ୟାମ୍ପସରେ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ କ୍ୱାଟର୍ସ ବ୍ୟବସ୍ଥା, ନୂତନ ଅଡ଼ିଟୋରିୟମ, କଲେଜର ଆକର୍ଷଣୀୟ ମୁଖ୍ୟଗେଟ ଓ ପାଚେରୀ ନିର୍ମାଣ, ଆଲୋକି କରଣ ପ୍ରମୁଖ ଦାବି କରିଥିଲେ। ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଙ୍କ ଦାବି ପରେ ଉପରୋକ୍ତ କଲେଜ ସରକାରୀ ମାନ୍ୟତା ମିଳିବ ବୋଲି ଅଞ୍ଚଳବାସୀ ଙ୍କ ମଧ୍ୟ ରେ ଆଶା ସଂଚାର ହୋଇଛି।

ବିଧାନ ସଭା ରେ ବିଧାୟକ ଙ୍କ ଦାବି ନ୍ୟାସନାଲ କଲେଜକୁ ସରକାରୀ ମାନ୍ୟତା ଦିଆଯାଉ।
31
previous post