Home ରାଜ୍ୟବୋଡ଼େନ : ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ -୨୦୨୫

ବୋଡ଼େନ : ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ -୨୦୨୫

by Maraguda Express
0 comments

ବୋଡ଼େନ,୯/୮(ଜଗତ ରାମ ଦଣ୍ଡସେନା) ବୋଡ଼େନ ବ୍ଲକର ସ୍ଥାନୀୟ ଆଶ୍ରମ ହାଇସ୍କୁଲ ଖେଳ ପଡିଆ ଠାରେ ବିଶ୍ଵ ଆଦିବାସୀ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି। ସ୍ଥାନୀୟ ବସ ଷ୍ଟାଣ୍ଡ ଛକ ଠାରୁ ଆଦିବାସୀ ମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ରଙ୍ଗ ବେରଙ୍ଗର ପୋଷାକ ପରିଧାନ ଓ ମହିଳା ମାନଙ୍କୁ ନେଇ ରାମକାଠି ବାଜା ବଜାଇ ବସ୍ତି ପରିକ୍ରମା କରିବା ସହ ହାଇସ୍କୁଲ ପଡିଆକୁ ପହଞ୍ଚିଥିଲେ। ଏଠାରେ ଏକ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ମୁଖ୍ୟ ବକ୍ତା ଭାବରେ କରଙ୍ଗାମାଲ ଜୁନିଅର କଲେଜ ଅଧ୍ୟକ୍ଷ ଦେବରାଜ ମାଝୀ, ସଭାପତି ଭାବେ ବୋଡ଼େନ ବ୍ଲକ ଆଦିବାସୀ କଲ୍ୟାଣ ସଂଘର ସଭାପତି ମଝିଆ ମାଝୀ,ବିଶିଷ୍ଟ ଅତିଥି ଭାବେ ରାଜ୍ୟ କଳାକାର ସଂଘର ସଭାପତି ତ୍ରିମନ୍ ମାଝୀ ,ରାଜ୍ୟ ଉପସଭାପତି ପ୍ରଦୀପ ସିଂ ମାଝୀ, ଆଇନଜୀବୀ ଯୋଗେନ୍ଦ୍ର ମାଝୀ, ଅବସର ପ୍ରାପ୍ତ ଶିକ୍ଷକ ଚୈତନ୍ୟ ମାଝୀ, ସମାଜ ସେବୀ ପ୍ରତାପ ସିଂ ମାଝୀ, ନାଗପଡ଼ାର ଦୟାରାମ ମାଝୀ, ରବି ରାମ ମାଝୀ, ଖା ସମାଜ ବ୍ଲକ ସଭାପତି ସୁଖଲାଲ ମାଝୀ ,ସମ୍ମାନିତ ଅତିଥି ଭାବେ ସମାଜସେବୀ ତୁଲାରାମ ଚିନ୍ଦା, ଅନ୍ତରାମ ଚିନ୍ଦା, ଆୟୋଜକ କମିଟିର ସଭାପତି ଚିନ୍ତାମଣି ମାଝୀ, ସି ଆର୍ ପି ଏଫ୍ ଭୀମସେନ ଧରୁଆ,ସମାଜସେବୀ ତ୍ରିନାଥ ଧରୁଆ, କୁମର ମାଝୀ, ଅନାଦି ମାଝୀ, ଭୁବନେଶ୍ୱର ମାଝୀ, ଯଦୁରାମ ଦଳ, ଉଦ୍ଧବ ମାଝୀ,ବନଖଣ୍ଡ ଅଧିକାରୀ ଖଗେଶ୍ବର ମାଝୀ,ପୂର୍ବତନ ଜିଲ୍ଲାପରିଷଦ ଶ୍ରୀକାନ୍ତ ସିଂ ମାଝୀ, ମନବୋଧ ମାଝୀ, ପରମେଶ୍ବର ମାଝୀ , ରଘୁନାଥ ଶବର, ରବି ଚିନ୍ଦା, ତ୍ରିନାଥ ମାଝୀ, ଇନ୍ଦ୍ରମଣି ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ଥିଲେ। ଏହି ସଭାରେ ଆଦିବାସୀ ମାନଙ୍କ ପାରମ୍ପରିକ ରୀତିନୀତି ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ତ୍ରିଲୋଚନ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ଅଙ୍କନ ସିଂ ମାଝୀ ମଞ୍ଚ ପରିଚାଳନା କରିଥିଲେ। ଗୋଣ୍ଡୱାନା ଛାତ୍ରଛାତ୍ରୀ ସମାଜ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ସଭାରେ ସଭାପତି ସରୋଜ କୁମାର ମାଝୀ, ସମ୍ପାଦକ ମୁକେଶ କୁମାର ଧରୁଆ, ବୋଡ଼େନ ଥାନା ଏସ ଆଇ ଖିରସିନ୍ଧୁ ମାଝୀ , କନଷ୍ଟେବଳ ରବିଚନ୍ଦ୍ର ଚିନ୍ଦା, ଥାବିରାମ ମାଝୀ, ବିରଞ୍ଚି ନାଏକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବୋଡ଼େନ ବ୍ଲକ ଗୋଣ୍ଡ ସମାଜ ସମ୍ପାଦକ ହରି ସିଂ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଆଦିବାସୀ ମହିଳା ଓ ପୁରୁଷ ମାନଙ୍କ ଦ୍ଵାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ଏ ଅଞ୍ଚଳର ବହୁ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷମାନେ ଅଂଶ ଗ୍ରହଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha