ବୋଡ଼େନ ବ୍ଲକର କର୍ଲାକୋଟ ଠାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ
।
ନୁଆପଡ଼ା -୨୩/୬(ଏମ.ଇ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ର କର୍ଲାକୋଟ ପଞ୍ଚାୟତର ସେହି ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥି ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଏଵଂ ଅନ୍ୟାନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗାଁରେ ପହଞ୍ଚିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ସହିତ ଡି ଏଫ ଓ ଅଜିଜ ଖାନ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ବିଡ଼ିଓ ସୁଶାନ୍ତ କୁମାର ରଣା, ତହସିଲଦାର ଅନସୁୟା ବାଗ୍ ଦେବି, କର୍ଲାକୋଟ ସରପଞ୍ଚ ମଙ୍ଗଲ୍ସିଂଦଲ ଓ ସମିତି ସଭ୍ୟା ମିନାକ୍ଷୀ ମାଝୀ ପ୍ରମୂଖ ଅତିଥି ଭାବରେ ଯୋଗଦେଇଥିଲେ ।
ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ କର୍ଲାକୋଟ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ନୃତ୍ୟ ଗୀତ ମାଧ୍ୟମରେ ଗ୍ରାମବାସୀ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ l ଡି ଏଫ ଓ ଙ୍କ ଉଦ୍ୟମରେ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ସ୍ଥାନୀୟ ହାଇସ୍କୁଲରେ ପକ୍ଷୀ ମାନଙ୍କ ପାଇଁ ଜଳ, ଖାଦ୍ୟ ଏବଂ ବସା ଯୋଗାଇ ଦିଆଯାଇଥିଲା l ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ନବଜାତକ ଶିଶୁ କନ୍ୟା ମେଘା ବାଘ ଓ ତାର ପିତାମାତାଙ୍କୁ ସମାରୋହରେ ଜିଲ୍ଲାପାଳ ଉପହାର ଓ ବୃକ୍ଷ ରୋପଣ ପାଇଁ ଚାରା ପ୍ରଦାନ କରିଥିଲେ । ନବ ଜାତକକୁ କୋଳରେ ଧରି ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଅତିଥିମାନେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l ଜିଲ୍ଲାପାଳ ଏମାନଙ୍କ ପରିବାର ଲୋକଙ୍କୁ ଗର୍ଭବତୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଶ୍ରମିକ ସଚେତନତା ଶିବିରରେ ଅତିଥି ମାନେ ଗାଁ ବାସୀ ମାନଙ୍କୁ ମନରେଗା ଯୋଜନାରେ କାମ କରିବା ସହିତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆହ୍ଵାନ ଦେଇଥିଲେ l ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ନିଜ ନିଜ ବିଭାଗର କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ବୁଝାଇଥିଲେ lସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଗାଁର କୌଣସି ବି ପୁରୁଷ କିମ୍ବା ମହିଳା ଭୁଲ୍ ରେ ବି ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଆନ୍ତୁ ନାହିଁ l ନିଜ ଗାଁ ମାଟିରେ ରହି ମନରେଗା ଯୋଜନାରେ କାମ କରି ସବୁ ଶ୍ରମିକ ପରିବାର ଲକ୍ଷପତି ହୁଅନ୍ତୁ l ଚାଷୀ ଭାଇ ଭଉଣୀ ମାନେ ଉନ୍ନତ ପ୍ରଣାଳୀରେ ଚାଷ କରନ୍ତୁ l ଜାଗା ନାହିଁ ଯାହାର, ଛତୁ ଚାଷ ତାହାର l ଏସବୁ କରିବା ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବେ l ଯେଉଁମାନେ ଏ ବର୍ଷ ଦାଦନ ଯାଇଛନ୍ତି, ସେମାନେ ଆଉଥରେ ନ ଯିବା ପାଇଁ ସଂକଳ୍ପ ନିଅନ୍ତୁ l ଏହି ପଞ୍ଚାୟତରୁ ୬୮ ଜଣ ଲକ୍ଷପତି ଦିଦି ବାହାରି ଥିବାରୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ l ଆମେ ସମସ୍ତେ ମିଶି କର୍ଲାକୋଟ ପଞ୍ଚାୟତକୁ ପ୍ରବାସୀ ଶ୍ରମିକ ଓ ପ୍ଲାଷ୍ଟିକ୍ ମୁକ୍ତ କରି ପାରିବା ବୋଲି କହିଥିଲେ l ମନରେଗା ଯୋଜନାରେ ୨୦୦ ଦିନରୁ ଅଧିକ ଦିନ ଶ୍ରମ ଦାନ କରିଥିବାରୁ ଦୁଇ ଜଣ ଶ୍ରମିକଙ୍କୁ ସଭାରେ ସମ୍ମାନିତ କରାଯାଇଥିଲା lକାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପରିଚାଳନା କରିଥିଲେ l ଶେଷରେ ସ୍ଥାନୀୟ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ lସମାରୋହକୁ ବୋଡ଼େନ ବିଡ଼ିଓ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନମିତା ପାଢୀ, ବୋଡ଼େନ ସିଡିପିଓ ଅର୍ଚ୍ଚନା ରାଉତ, ସରପଞ୍ଚ, ବ୍ଲକ ଏବଂ ପଞ୍ଚାୟତ କର୍ମଚାରୀ ପ୍ରମୁଖ ଆୟୋଜନ କରିଥିଲେ।
ବୋଡ଼େନ ବ୍ଲକର କର୍ଲାକୋଟ ଠାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ
231
previous post