ପ୍ରଥମ କୋମନା ପ୍ରିମିୟର ଲିଗ୍ ଫାଇନାଲ୍ ଉଦଯାପିତ

ନୂଆପଡ଼ା -୨୩/୬ (ଏମ.ଇ) ପ୍ରଥମ କୋମନା ପ୍ରିମିୟର ଲିଗ କ୍ରିକେଟ୍ ଖେଳ ର ବହୁ ପ୍ରତୀକ୍ଷିତ ଫାଇନାଲ୍ ଆଜି କୋମନା ଜିତାମିତ୍ର ଷ୍ଟାଡିଅମ୍ରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଶିବଂଶ ଷ୍ଟ୍ରାଇକର୍ସ ଏବଂ ଉମେଶ ୟୁ ମୁମ୍ବା ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ପ୍ରଦର୍ଶିତ ହୋଇଥିଲା। ଏହି ୧୦ ଓଭର ବିଶିଷ୍ଟ ମୁକାବିଲା ସ୍ଥାନୀୟ କ୍ରିଡ଼ା ପ୍ରଶଂସକଙ୍କ ପାଇଁ ଏକ ରୋମାଞ୍ଚକ୍ ଖେଳ ଦେଖିବାକୁ ସୁଯୋଗ ମିଳିଥିଲା ।ଉମେଶ ୟୁ ମୁମ୍ବା ଏକ ବ୍ୟାଟ ର ସ୍ଵତନ୍ତ୍ର ଖେଳ ପ୍ରଦର୍ଶନ କରି ମୋଟ ୧୨୭ ରନ୍ କରି, ପ୍ରତିପକ୍ଷଙ୍କ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିଥିଲେ। ଏ ହାର ଜବାବରେ ଶିବଂଶ ଷ୍ଟ୍ରାଇକର୍ସ ସଂଘର୍ଷ ପୂର୍ଣ୍ଣ ଖେଳ ଖେଳିବା ପରେ ଶେଷରେ ମାତ୍ର ୮୫ ରନରେ ସମସ୍ତ ୱିକେଟ ହରାଇ ଉମେଶ ୟୁ ମୁମ୍ବାକୁ ଏକ ବଡ଼ ବିଜୟ ପ୍ରଦାନ କରିଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦେବେଶ ଶବର ଙ୍କୁ ଦିଆଯାଇଥିଲା, ଯିଏ ବ୍ୟାଟ୍ ଏବଂ ଫିଲ୍ଡ ଉଭୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଚାମତ୍କାର ଖେଳ ପ୍ରଦର୍ସନ ପାଇଁ ବରୁଣ ନିଆଲ ଙ୍କୁ ଟୁର୍ଣ୍ଣାମେଣ୍ଟରେ ତାଙ୍କର ନିରନ୍ତର ଅବଦାନ ଯୋଗୁଁ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଅତିଥି କାର୍ତ୍ତିକ ଦୀପ, ସମାଜସେବୀ ମାଧବ ପ୍ରସାଦ ସାହୁ ଏବଂ କୋମନା ଆଇଆଇସି ସୁମନ୍ତ କୁମାର ନାୟକ ଯୋଗଦାନ କରିଥିଲେ । ଆୟୋଜକ କମିଟିର ଫୈୟାଜ୍ ଅଲି, ସନ୍ତୋଷ ଶଗରିଆ, ଅନିଲ ସାହୁ , ପାଶା ମହାନନ୍ଦ, ଶାହରୁଖ୍ ଖାନ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ପ୍ରଥମ କୋମନା ପ୍ରିମିୟର ଲିଗ୍ ଫାଇନାଲ୍ ଉଦଯାପିତ
213