2
ବୋଡାସମ୍ବର ପଦ୍ମପୁରରେ ଜାତୀୟ ଡାଲଖାଇ ଏକାଡେମୀ ସ୍ଥାପନ ଦାବି : ପ୍ରଦୀପ ପୁରୋହିତ।
previous post
ବରଗଡ -୨୮/୩- ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ‘ଡାଲଖାଇ’ ନୃତ୍ୟର ସଂରକ୍ଷଣ ଓ ପ୍ରଚାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ସେ ପାର୍ଲିଆମେଣ୍ଟ ରେ ବୋଡ଼ାସମ୍ବର ପଦ୍ମପୁରରେ ଏକ ଜାତୀୟ ଡାଲଖାଇ ଏକାଡେମୀ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି। ଏହା ଦ୍ୱାରା ଏହି ଲୋକକଳାର ସଠିକ୍ ଗବେଷଣା ଓ ପ୍ରଶିକ୍ଷଣ ହୋଇପାରିବ ବୋଲି ସେ କହିଛନ୍ତି। ଡାଲଖାଇ ନୃତ୍ୟର ସମୃଦ୍ଧ ସଂସ୍କୃତି ଓ ଇତିହାସକୁ ଦୃଷ୍ଟିରେ ରଖି ଏହାକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ପଶ୍ଚିମ ଓଡ଼ିଶାର କଳାକାରମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେବା ଏବଂ ସେମାନଙ୍କ ଆର୍ଥିକ ସହାୟତା ପାଇଁ ସେ ସଂସଦରେ ପ୍ରସ୍ତାବ ରଖିଛନ୍ତି। ନିକଟରେ ସେ ନିଜେ ବୋଡ଼ାସମ୍ବର ଡାଲଖାଇ ମହୋତ୍ସବରେ ନାଚିଥିବା ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚିତ ହୋଇଥିଲା, ଯାହା ଏହି ଦାବିକୁ ଆହୁରି ମଜବୁତ କରିଛି। (ରିପୋର୍ଟ- ନିରୋଜ କୁମାର୍ ପାଣି)