54
ନୂଆପଡ଼ା -୨୭/୩ -ନୂଆପଡ଼ା ଜିଲ୍ଲାରେ କୃଷି ଉତ୍ପାଦକ ସଂଗଠନ (ଏଫ୍ପିଓ) ସଦସ୍ୟମାନଙ୍କ ମହାରାଷ୍ଟ୍ରର ନାସିକ୍ ସ୍ଥିତ ସାହ୍ୟାଦ୍ରି କୃଷି ଫାର୍ମକୁ ଏକ ସାପ୍ତାହିକ କ୍ଷେତ୍ର ପରିଦର୍ଶନ (ଏକ୍ସପୋଜର୍ ଭିଜିଟ୍) ର ଗତକାଲି ଶୁଭାରମ୍ଭ ହୋଇଛି।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ପରିସରରୁ ଏହି ଦଳର ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଗସ୍ତ ୨୬ ମାର୍ଚ୍ଚ ଠାରୁ ୦୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ। ସେ ଏହି ଅବସରରେ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇ ନାସିକ୍ରେ ପିଆଜ ଚାଷ, ଉତ୍ପାଦନ ଓ ବଜାର ବ୍ୟବସ୍ଥା ବିଷୟରେ ଅଭିଜ୍ଞତା ଆହରଣ କରି ତାହାକୁ ନିଜ ଜିଲ୍ଲାରେ ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ।