770
ବୋଡ଼େନ -୨୮/୭ (ଜଗତରାମ ଦଣ୍ଡସେନା) ନୂଆପଡ଼ା ଜିଲ୍ଲା ବୋଡେ଼ନ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଦୁଇମାସ ହେବ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ସ୍ଥାନାନ୍ତରଣ ପରେ ନିଯୁକ୍ତି ହୋଇନଥିବାରୁ ଶିକ୍ଷକ ମାନଙ୍କୁ ଦୁଇମାସ ର ଦରମା ମିଳି ପାରିନି l ଏଣୁ ଆଜି ଏକ୍ସ କେଡର, ଜିଏସ, ଶିକ୍ଷା ସହାୟକ ମାନେ ବିଇଓ ଅଫିସ କୁ ଯାଇ ଅଗଷ୍ଟ ପାଞ୍ଚ ସୁଦ୍ଧା ଦରମା ଦିଅ ନଗଲେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି l ଉକ୍ତ ଶିକ୍ଷକ ମାନଙ୍କ ମଧ୍ୟରେ ନିରୋଜ ଖମାରି, ମନୋଜ ଦଣ୍ଡସେନା ସୋମନାଥ ଦଣ୍ଡସେନା, ସନ୍ତୋଷ ସିଂ, ସରୋଜ ମେହେର, ପିତାମ୍ବର ମାଝୀ, ଉମାଶଙ୍କର ବାଗ, ପ୍ରଦୀପ ଜେନା ତିଲକ ରାମ ଦଣ୍ଡସେନା, ପ୍ରମୁଖ କ୍ଷୋଭ ପ୍ରକାଶ କରି ବିଇଓ ରୁଦ୍ରେଶ୍ୱର ମେହେରଙ୍କୁ ସାକ୍ଷାତ୍ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ୟା ରୁ ଅବଗତ କରାଇଛନ୍ତି ।