Home ରାଜ୍ୟବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ।

ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ।

ସମୁଦାୟ ପ୍ରକଳ୍ପରୁ ବିଭିନ୍ନ ସ୍ତରର ଚୟନିତ ୧୭ଗୋଟି ପ୍ରକଳ୍ପର ଶିଶୁ ବୈଜ୍ଞାନିକ ମାନଙ୍କୁ ମଞ୍ଚାସୀନ ଅତିଥିଗଣ ପୁରସ୍କୃତ କରିଥିଲେ।

by Maraguda Express
0 comments

ନୂଆପଡ଼ା -୧୫/୧୨(ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇଯାଉଛି। ଷ୍ଟେମ ଆତ୍ମନିର୍ଭର ଭାରତ ପର୍ଯ୍ୟବେସିତ ସତଗୋଟି, ଉପ- ବିଷୟ ତଥା ସଷ୍ଟେନେବଲ ଏନାର୍ଜି ବିଷୟ ଆଧାରିତ ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ପ୍ରସ୍ତୁତ ସମୁଦାୟ ୨୩୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତ ରାଣୀ ଯୋଶୀ ଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡ଼. ରେଶମ ଲାଲ ନାଏକ , ସମ୍ମାନିତ ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ମାଝୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତ ରାମ ନାଏକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ , ବ୍ଲକ ବିଜ୍ଞାନ ମଞ୍ଚର ସମ୍ପାଦକ ରାଧେଶ୍ୟାମ ସାହା, ସ୍ଥାନୀୟ ସାଧନ କେନ୍ଦ୍ର ସଂଯୋଜକ ଯୋଗେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଅତିଥି ଗଣ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ପ୍ରତି ଅଭି ରୁଚି ରଖିବା ପାଇଁ ଅଭିପ୍ରେରିତ କରିଥିଲେ। ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ ନିମନ୍ତେ ପଡ଼ୋଶୀ ବରଗଡ଼ ଜିଲ୍ଲା ଝାରବନ୍ଧ ଓ ପାଇକମାଲ ବ୍ଲକର ଏବଂ କୋମନା ବ୍ଲକର ୧୬ ଜଣ ବିଚାରକ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତ ରାଣୀ ଯୋଶୀ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା , ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତରାମ ନାଏକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡ଼ାର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ , ଗୋଷ୍ଠୀ ବିଜ୍ଞାନ ମଞ୍ଚର ସମ୍ପାଦକ ରାଧେଶ୍ୟାମ ସାହା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୋଗେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବିଶ୍ବ ବ୍ରହ୍ମାଣ୍ଡର ଉତ୍ପତ୍ତି, ଗତି ଓ ବିବର୍ତ୍ତନବାଦ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ।ବିଭିନ୍ନ ବୈଜ୍ଞାନିକ ମାନଙ୍କ ଉଦ୍ଭାବନ ଓ ଗବେଷଣା ଗୁଡ଼ିକର ଉଦାହରଣ ଦେଇ ବିଜ୍ଞାନ ଓ ବୈଷୟିକ ବିଜ୍ଞାନ ର ପ୍ରକୃତ ଅର୍ଥ ଶିଶୁ ବୈଜ୍ଞାନିକ ଓ ଉପସ୍ଥିତ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବୁଝାଇଥିଲେ। ସମୁଦାୟ ପ୍ରକଳ୍ପରୁ ବିଭିନ୍ନ ସ୍ତରର ଚୟନିତ ୧୭ଗୋଟି ପ୍ରକଳ୍ପର ଶିଶୁ ବୈଜ୍ଞାନିକ ମାନଙ୍କୁ ମଞ୍ଚାସୀନ ଅତିଥିଗଣ ପୁରସ୍କୃତ କରିଥିଲେ । ଏହିସବୁ ପ୍ରକଳ୍ପ ଗୁଡ଼ିକ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଭାଗ ନେବେ। ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ସଫଳ ଆୟୋଜନରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଗୋଷ୍ଠୀ ବିଜ୍ଞାନ ମଞ୍ଚର ସଦସ୍ୟ ସଦସ୍ୟା,ବିଜ୍ଞାନ ଶିକ୍ଷକ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ , ଆୟୋଜକ ବିଦ୍ୟାଳୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ସ୍କାଉଟ ଏଣ୍ଡ ଗାଇଡର ଛାତ୍ରୀ,କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶଙ୍କର୍ଷଣ ପୁରୋହିତ ଓ ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha