Home ରାଜ୍ୟପ୍ରକୃତ ଶିକ୍ଷା ମଣିଷକୁ ବିଚାରବନ୍ତ କରେ‐ ସିନାପାଲି ଶିଶୁ ମନ୍ଦିରରେ ମାତୃପିତୃ ସମ୍ମିଳନୀ

ପ୍ରକୃତ ଶିକ୍ଷା ମଣିଷକୁ ବିଚାରବନ୍ତ କରେ‐ ସିନାପାଲି ଶିଶୁ ମନ୍ଦିରରେ ମାତୃପିତୃ ସମ୍ମିଳନୀ

by Maraguda Express
0 comments

ନୂଆପଡ଼ା -୨୭/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ଠାରେ ମାତୄପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଶିଶୁ ମନ୍ଦିରରେ ଅଧ୍ଯୟନରତ ଭାଇଭଉଣୀଙ୍କ ପିତାମାତା ଏଥିରେ ଯୋଗଦେଇ ଶିକ୍ଷା, ଶିକ୍ଷାର୍ଥୀ ଓ ଶିକ୍ଷାୟତନର ବିକାଶ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ଯକ୍ରମର ମୁଖ୍ଯବକ୍ତା ଭାବରେ ସ୍ତମ୍ଭକାର ବୈଷ୍ଣବ ମେହେର ଯୋଗଦେଇ ଏକ ସୁସ୍ଥ ସମାଜ ଗଠନ ପାଇଁ ଭାଇଭଉଣୀଙ୍କୁ ଉତ୍ତମ ମଣିଷ କରି ନିର୍ମାଣ କରିବାରେ ମାତାପିତା ଓ ଗୁରୁଙ୍କ ଭୂମୀକା ବିଷୟରେ ଆଲୋକପାତ କରିବା ସହ ଉତ୍ତମ ଶିକ୍ଷା ପିଲାଙ୍କୁ ବିଚାରବନ୍ତ କରେ ବୋଲି କହିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବିଦ୍ଯାଳୟ ପରିଚାଳନା ସମିତିର ସଭାପତି ନରହରି ମେହେର, ସଂପାଦକ ଗିରିଶ ନାଏକ ଓ ପ୍ରଧାନ ଆଚାର୍ଯ୍ଯ ଚରଣ ନେତାମ ମଞ୍ଚାସିନ ଥିଲେ । ପରିଚାଳନା ସମିତିର ସହସଂପାଦକ ପ୍ରେମାନନ୍ଦ ମେହେର, କୋଷାଧ୍ଯକ୍ଷ ତୋଷଣ ବୈଠାରୁ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଶ୍ରୀ ନେତାମ ଅତିଥି ପରିଚୟ ପ୍ରଦାନ ସହ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ବିଷ୍ଣୁଶରଣ ହୋତା ସଭା ପରିଚାଳନା କରିଥିଲେ । ଡୋଲେଶ୍ବରୀ ସା ବ୍ଯକ୍ତିଗତ ଗୀତ ଗାନ କରିଥିଲେ । ସମ୍ମିଳନୀ ଆୟୋଜନରେ ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ । ଶେଷରେ ଗଜମନ ନିଆଲ ଧନ୍ଯବାଦ ଦେଇ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha