
ନୂଆପଡ଼ା -୨୦/୯ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠି ଶିକ୍ଷା ଅନ୍ତର୍ଗତ ଭରୁଆମୁଣ୍ତା ଓ ହାତୀବନ୍ଧା କ୍ଲଷ୍ଟରରେ ବିଦାୟ ଓ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ଭରୁଆମୁଣ୍ତାର ପଲସାପଡ଼ା ବିଦ୍ଯାଳୟ ଠାରେ ଦୈତାରୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଦେବାର୍ଚ୍ଚନ ଭୋଇ, ମୁଖ୍ୟ ବକ୍ତା ଜିତେନ୍ଦ୍ର ଠାକୁର ଓ ସମ୍ମାନିତ ଅତିଥି ଭାବେ ରାଧେଶ୍ୟାମ ସୁନାନୀ, ସୁଧିର କିଶୋର ଠାକୁର, ମନହର ମାଝୀ, ଦୁର୍ଯୋଧନ ହରିଜନ, ବସନ୍ତ କୁମାର ସାହୁ ଯୋଗ ଦେଇଥିଲେ ।
ନୂତନ ସିଆରସିସି ରାଧେଶ୍ଯାମ ସୁନାନୀଙ୍କୁ ଏହି ଅବସରରେ ସ୍ବାଗତ କରାଯାଇଥିବା ବେଳେ ବିଦାୟୀ ସିଆରସିସି ସୁଧିର କିଶୋର ଠାକୁର ଓ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ହରିଜନ ଓ ବସନ୍ତ କୁମାର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଲୋଚନ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ରମେଶ ଚନ୍ଦ୍ର ମେହେର, ରୋଜାଲିନ ସେଠି ମାନପତ୍ର ପଠନ କରିଥିଲେ । ଶେଷରେ ନୀଳମଣି ମାଝୀ ଧନ୍ୟବାଦ ଦେଇଥିଲେ । ସେହିଭଲି ହାତୀବନ୍ଧା କ୍ଲଷ୍ଟରର ହାତୀବନ୍ଧା ନୋଡ଼ାଲ ପ୍ରାଥମିକ ବିଦ୍ଯାଳୟରେ କନ୍ଦର୍ପ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବରେ କୈଳାସ ଚଂଦ୍ର ମେହେର ଓ ମୁଖ୍ଯବକ୍ତା ଭାବରେ ମାଧୁରୀ ମାଝୀ ଏବଂ ସମ୍ମାନିତ ଅତିଥି ଭାବରେ ବିଷ୍ଣୁମୁରାରୀ କାଣ୍ତ ଯୋଗଦେଇ ଥିଲେ ।
ସଭାରେ ନୂତନ ସିଆରସିସି ଉପେଂଦ୍ର କୁମାର ସୁନାନୀଙ୍କୁ ସ୍ବାଗତ କରାଯାଇଥିବା ବେଳେ ବିଦାୟୀ ସିଆରସିସି କ୍ଷୀରସିନ୍ଧୁ ମେହେରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକ ବେଣୁଧର ନାଏକ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ବିନ୍ଦୁ ବେହେରା ଧନ୍ଯବାଦ ଦେଇଥିଲେ । କାର୍ଯ୍ଯକ୍ରମ ସଫଳତାରେ ଉଭୟ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ଭରୁଆମୁଣ୍ତା ଓ ହାତୀବନ୍ଧା କ୍ଲଷ୍ଟରରେ ବିଦାୟ ଓ ସ୍ବାଗତ ସମ୍ବର୍ଦ୍ଧନା ସଭା।
46
previous post