Home ରାଜ୍ୟଭାଜପା ଶାସନରେ ଚାଷୀ ସବୁଠୁ ବେଶି ଅବହେଳିତ : ପିସିସି ସଭାପତି ଭକ୍ତ ଚରଣ ଦାସ।

ଭାଜପା ଶାସନରେ ଚାଷୀ ସବୁଠୁ ବେଶି ଅବହେଳିତ : ପିସିସି ସଭାପତି ଭକ୍ତ ଚରଣ ଦାସ।

by Maraguda Express
0 comments

ନୂଆପଡ଼ା -୨୦/୧୦ (ସୁରେନ୍ଦ୍ର ତିୱାରୀ) କିଷାନ କଂଗ୍ରେସ ପକ୍ଷରୁ ନୂଆପଡ଼ା ସ୍ଥିତ ଖୁଣ୍ଟିଆ ଭବନ ଠାରେ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନୂଆପଡ଼ାର ବିଶିଷ୍ଟ କୃଷକ ନେତା ଏବଂ ବିଭିନ୍ନ ଜିଲ୍ଲାରୁ କୃଷକ ସଂଗଠକ ଯୋଗ ଦେଇଥିଲେ । ସଭାକୁ ସମ୍ବୋଧୌତ କରି ପିସିସି ସଭାପତି ଭକ୍ତ ଚରଣ ଦାସ ଦେଶର ଅନ୍ନଦାତାଙ୍କୁ ପ୍ରଣାମ ଜଣେଇ କହିଥିଲେ କି ଯେଉଁ ଦେଶର କୃଷକ ଅତ୍ୟାଚାରିତ, ଦୁର୍ବଳ ଓ ଋଣଗ୍ରସ୍ତ, ସେହି ଦେଶର ଭବିଷ୍ୟତ ଅନ୍ଧକାର | ଦୁଃଖର ବିଷୟ ବିଜେପି ସରକାରକୁ ଆସିଲା ପରେ କୃଷକଙ୍କ ଦୁଃଖ ଉଦ‌ବେଗ ଜନକ ଭାବେ ବୃଦ୍ଧିପାଇଛି I ଆତ୍ୟାଚାରିତ ଏବଂ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ଯ ହେଉଛି। ସଦ୍ୟ ଉଦାହରଣ ହେଲା ୟୁରିଆ ସାରର କୂତ୍ରିମ ଅଭାବା ସାମାନ୍ୟ ସାର ଟିକକ ପାଇଁ ରାଜ୍ୟର ଚାଷୀଙ୍କୁ ନିର୍ଯ୍ୟାତନା ଓ ହଟହଟାର ଶିକାର ହେବାକୁ ପଡ଼ିଲା। ଏହା ସମସ୍ତେ ଦେ ଖିଛନ୍ତି ଏବଂ ରାଜ୍ୟବାସୀ ଭୋଗିଛନ୍ତି । ଚାଷୀ ପାଖରେ ଜମି ଅଛି କିନ୍ତୁ ଜଳସେଚନର ସୁବିଧା ନାହିଁ I ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବାକୁ ବଜାର ନାହିଁ । ୪୦୦ ଟଙ୍କା ସାରକୁ ୧୨୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି। ଜଳସେଚନର ସୁବିଧା ଥିଲେ ଉପଯୁକ୍ତ
ସମୟରେ ବିହନର ଅଭାବ ହେଉଛି। ଏଭଳି ଅନେକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଚାଷୀ ଚାଷ କରୁଛି ଏବଂ ଆମକୁ ଅନ୍ନ ଯୋଗାଣ କରୁଛି। ଯିଏ ଦେଶର ଅନ୍ନଦାତା, ତାଙ୍କୁ ବିଜେପି ସରକାର ହତାଦାର କରି ଶିଳ୍ପପତି ମାନଙ୍କୁ କୋଳରେ ବସାଉଛି | ଆସନ୍ତା ଦିନରେ ରାଜ୍ୟର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏକ ବିରାଟ କୃଷକ ସଂଗଠନ ସମାବେଶ ଆୟୋଜନ କରାଯିବା ସମାବେଶରେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଯୋଗ ଦେଇ କୃଷକଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣି ତାହାର ସମାଧାନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ସେ ପ୍ରକାଶ କରିଥିଲେ ରାଜ୍ୟ କିଷାନ୍ କଂଗ୍ରେସ ସଭାପତି ଅଭୟ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ. କାର୍ଷିକ ବରାଳ, ମୃତ୍ୟୁଞ୍ଜୟଦତ୍ତ ଗୁରୁ, ଅନ୍ୟୁନ ଜେନା, ଉମେଶ ସାହୁ, ଦାଶରଥି ସାହୁ, ସନରାଜ ଗଣ୍ଡ, ପତିତପାବନ ଦାସ, ଦଶରଥ ଦୁର୍ଗା ପ୍ରମୁଖ ବହୁ କର୍ମକର୍ତ୍ତା ଏବଂ କୃଷକ ନେତା ଉପସ୍ଥିତ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha