Table of Contents
ନୂଆପଡ଼ା ୨୭/୭ (DI&PRO) ବିହାର ବିଶେଷ ସଘନ ସଂଶୋଧନ (SIR): ଗଣନା ପର୍ଯ୍ୟାୟର ପ୍ରମୁଖ ନିଷ୍କର୍ଷ (୨୪ ଜୁନ୍-୨୫ ଜୁଲାଇ ୨୦୨୫) ଭୋଟରଙ୍କଠାରୁ ସଂଗୃହୀତ ପରିଗଣନା ଫର୍ମ (EF) (୭.୨୪ କୋଟି, ୯୧.୬୯%)
ମୃତ (୨୨ ଲକ୍ଷ, ୨.୮୩%) ସ୍ଥାୟୀ ଭାବରେ ସ୍ଥାନାନ୍ତରିତ/ମିଳି ନଥିବା (୩୬ ଲକ୍ଷ, ୪.୫୯%)
ଏକାଧିକ ସ୍ଥାନର ଭୋଟର ତାଲିକାରେ ପଞ୍ଜୀକୃତ (୭ ଲକ୍ଷ, ୦.୮୯%) ବିହାର ବିଶେଷ ସଘନ ସଂଶୋଧନ (SIR): ଗଣନା ପର୍ଯ୍ୟାୟର ପ୍ରମୁଖ ନିଷ୍କର୍ଷ (୨୪ ଜୁନ୍-୨୫ ଜୁଲାଇ ୨୦୨୫)
ଭୋଟରଙ୍କଠାରୁ ସଂଗୃହୀତ ପରିଗଣନା ଫର୍ମ (EF) (୭.୨୪ କୋଟି, ୯୧.୬୯%)
ମୃତ (୨୨ ଲକ୍ଷ, ୨.୮୩%)
ସ୍ଥାୟୀ ଭାବରେ ସ୍ଥାନାନ୍ତରିତ/ମିଳି ନଥିବା (୩୬ ଲକ୍ଷ, ୪.୫୯%)
ଏକାଧିକ ସ୍ଥାନର ଭୋଟର ତାଲିକାରେ ପଞ୍ଜୀକୃତ (୭ ଲକ୍ଷ, ୦.୮୯%)
*ବୁଥ-ସ୍ତରୀୟ ଅଧିକାର (BLO) ଏହି ଭୋଟରମାନଙ୍କୁ ପାଇ ନାହାନ୍ତି କିମ୍ବା ସେମାନଙ୍କର ପରିଗଣନା ଫର୍ମ ଫେରି ପାଇ ନାହାନ୍ତି, କାରଣ ସେମାନେ:
●ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ହୋଇଯାଇଛନ୍ତି, କିମ୍ବା
●ଅସ୍ତିତ୍ୱରେ ମିଳି ନାହାନ୍ତି, କିମ୍ବା
●୨୫ ଜୁଲାଇ ପର୍ଯ୍ୟନ୍ତ ଫର୍ମ ଦାଖଲ କରିନଥିଲେ, କିମ୍ବା
●କୌଣସି କାରଣରୁ ଭୋଟର ଭାବରେ ପଞ୍ଜୀକରଣ କରିବାକୁ ଇଚ୍ଛୁକ ନୁହନ୍ତି
(ବିଶେଷ ସଘନ ସଂଶୋଧନ (SIR) ଅର୍ଡରର ପୃଷ୍ଠା ୧୭ରେ ଥିବା ପରିଗଣନା ଫର୍ମର ପାରା iv ରେ ଉଲ୍ଲେଖ ଅଛି)।
୧ ଅଗଷ୍ଟ ୨୦୨୫ ସୁଦ୍ଧା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)/ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ଦ୍ୱାରା ଏହି ଫର୍ମଗୁଡ଼ିକର ଯାଞ୍ଚ ପରେ ଏହି ଭୋଟରମାନଙ୍କର ସଠିକ୍ ସ୍ଥିତି ଜଣାପଡ଼ିବ। ତଥାପି, ୧ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ଅବଧି ମଧ୍ୟରେ ପ୍ରକୃତ ଭୋଟରମାନଙ୍କୁ ଭୋଟର ତାଲିକାରେ ପୁଣି ଯୋଡ଼ା ଯାଇପାରିବ।୧. ବିଶେଷ ସଘନ ସଂଶୋଧନ (SIR) ର ପ୍ରଥମ ଲକ୍ଷ୍ୟ: ସମସ୍ତ ଭୋଟର ଏବଂ ସମସ୍ତ ରାଜନୈତିକ ଦଳର ଅଂଶଗ୍ରହଣ
କ. ୨୪.୦୬.୨୦୧୫ ସୁଦ୍ଧା ୭.୮୯ କୋଟି ଭୋଟରଙ୍କ ମଧ୍ୟରୁ ୭.୨୪ କୋଟିରୁ ଅଧିକ ଭୋଟର ସେମାନଙ୍କର ପରିଗଣନା ଫର୍ମ ଦାଖଲ କରିଛନ୍ତି ଯାହା ବିପୁଳ ଅଂଶଗ୍ରହଣର ସୂଚନା ଦେଉଛି।
ଖ. ବିଶେଷ ସଘନ ସଂଶୋଧନର ପ୍ରଥମ ପର୍ଯ୍ୟାୟର ସଫଳ ସମାପ୍ତିର ଶ୍ରେୟ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ସମସ୍ତ ୩୮ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ (DEO), ୨୪୩ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ERO), ୧,୯୭୬ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ୭୭,୮୯୫ ମତଦାନ କେନ୍ଦ୍ରରେ ନିୟୋଜିତ ବୁଥ-ସ୍ତରୀୟ ଅଧିକାର, ଲକ୍ଷ ଲକ୍ଷ ସ୍ଵେଚ୍ଛାସେବକ ଏବଂ ସମସ୍ତ ୧୨ ପ୍ରମୁଖ ରାଜନୈତିକ ଦଳର କ୍ଷେତ୍ର ପ୍ରତିନିଧିଙ୍କ ପୂର୍ଣ୍ଣ ଅଂଶଗ୍ରହଣ, ଯେଉଁଥିରେ ସେମାନଙ୍କର ଜିଲ୍ଲା ସଭାପତି ଏବଂ ସେମାନଙ୍କ ଦ୍ୱାରା ନିଯୁକ୍ତ ୧.୬୦ ଲକ୍ଷ ବୁଥ-ସ୍ତରୀୟ ପ୍ରତିନିଧି (BLA )ଅନ୍ତର୍ଭୁକ୍ତ। ବିଶେଷ ସଘନ ସଂଶୋଧନ ଅବଧିରେ ବୁଥ-ସ୍ତରୀୟ ପ୍ରତିନିଧି ନିଯୁକ୍ତିରେ ମୋଟ ସଂଖ୍ୟା ୧୬%+ ବୃଦ୍ଧି ପାଇଛି: ବିହାର ରାଜ୍ୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ ବୁଥ ସ୍ତରୀୟ ପ୍ରତିନିଧି(BLA) ମାନଙ୍କର ବିବରଣୀ
କ୍ରମାଙ୍କ
ରାଜନୈତିକ ଦଳ ନାମ
ମୋଟ ମନୋନୀତ BLA ସଂଖ୍ୟା (SIR ଆରମ୍ଭ ହେବା ପୂର୍ବରୁ)
(୨୩.୦୬.୨୦୨୫)
ମୋଟ ମନୋନୀତ BLA ସଂଖ୍ୟା (୨୫.୦୭.୨୦୨୫ ସୁଦ୍ଧା)
ବୃଦ୍ଧି ପ୍ରତିଶତ
୧
ବହୁଜନ ସମାଜ ପାର୍ଟି
୨୬
୭୪
୧୮୫%
୨
ଭାରତୀୟ ଜନତା ପାର୍ଟି
୫୧,୯୬୪
୫୩,୩୩୮
୩%
୩
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ)
୭୬
୮୯୯
୧୦୮୩%
୪
ଭାରତୀୟ ଜାତୀୟ କଂଗ୍ରେସ
୮,୫୮୬
୧୭,୫୪୯
୧୦୫%
୫
ରାଷ୍ଟ୍ରିୟ ଜନତା ଦଳ
୪୭,୧୪୩
୪୭,୫୦୬
୧%
୬
ଜନତା ଦଳ (ୟୁନାଇଟେଡ୍)
୨୭,୯୩୧
୩୬,୫୫୦
୩୧%
୭
ରାଷ୍ଟ୍ରିୟ ଲୋକ ସମତା ପାର୍ଟି
୨୬୪
୨୭୦
୨%
୮
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ – ଲେନିନ୍ଷ୍ଟ) (ମୁକ୍ତି)
୨୩୩
୧,୪୯୬
୫୪୨%
୯
ରାଷ୍ଟ୍ରିୟ ଲୋକ ଜନଶକ୍ତି ପାର୍ଟି
୨,୪୫୭
୧,୯୧୩
୨୭%
୧୦
ଲୋକ ଜନକ୍ଷେତ୍ର ପାର୍ଟି (ରାମ ଭିଲାସ)
୧,୨୧୦
୧୧
ନ୍ୟାସନାଲ ପିପୁଲ୍ସ ପାର୍ଟି
—
୭
–
୧୨
ଆମ ଆଦମୀ ପାର୍ଟି
—
୧
–
—
ମୋଟ
୧,୩୮,୬୮୦
୧,୬୦,୮୧୩
୧୬%
୨. ବିଶେଷ ସଘନ ସଂଶୋଧନର ଦ୍ୱିତୀୟ ଲକ୍ଷ୍ୟ: ବିହାରରେ କୌଣସି ଯୋଗ୍ୟ ଭୋଟର ବାଦ ପଡି଼ବେ ନାହିଁ।
କ. ବିଶେଷ ସଘନ ସଂଶୋଧନ ପ୍ରକ୍ରିୟା ବିଷୟରେ ବୁଝାଉଥିବା ଏସ.ଏମ.ଏସ (SMS), ସେହି ସମସ୍ତ ଭୋଟରଙ୍କ ୫.୭ କୋଟି ପଞ୍ଜୀକୃତ ମୋବାଇଲ ନମ୍ବରକୁ ପଠାଯାଇଥିଲା ଯେଉଁମାନେ ସେମାନଙ୍କର ମୋବାଇଲ ନମ୍ବର ପଞ୍ଜୀକୃତ କରିଥିଲେ। ଗଣନା ସମୟ ମଧ୍ୟରେ, ମୁଖ୍ୟ ନିର୍ବାଚନ ଅଧିକାରୀ (CEO)/ ନିର୍ବାଚନ ଅଧିକାରୀ (DEO), ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ERO) ମାନେ ବିଶେଷ ସଘନ ସଂଶୋଧନ ବିଷୟରେ ଭୋଟରଙ୍କ ମଧ୍ୟରେ ସଚେତନତା ପ୍ରସାର ପାଇଁ ଅନେକ ଅଭିଯାନ ଚଳାଇଥିଲେ।
ଖ.ମୁଖ୍ୟ ନିର୍ବାଚନ ଅଧିକାରୀ (CEO)/ ନିର୍ବାଚନ ଅଧିକାରୀ (DEO), ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ERO)ମାନେ ବିଶେଷ ସଘନ ସଂଶୋଧନ ଏବଂ ପ୍ରକ୍ରିୟାକୁ ବୁଝାଇବା ପାଇଁ ଏବଂ ବିଶେଷ ସଘନ ସଂଶୋଧନର ପ୍ରଗତି ବିଷୟରେ ସେମାନଙ୍କୁ ଅବଗତ କରାଇବା ପାଇଁ ରାଜନୈତିକ ଦଳଗୁଡ଼ିକ ସହିତ ଅନେକ ବୈଠକ ମଧ୍ୟ କରିଥିଲେ। ସମାନ ଉଦ୍ଦେଶ୍ୟରେ, ବୁଥ-ସ୍ତରୀୟ ଅଧିକାରୀ ମାନେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ ବୁଥ୍ ସ୍ତରୀୟ ପ୍ରତିନିଧି (BLA) ସହ ବୁଥ୍ ସ୍ତରୀୟ ବୈଠକ ମଧ୍ୟ କରିଥିଲେ। ବୁଥ୍ ସ୍ତରୀୟ ପ୍ରତିନିଧି ମାନଙ୍କୁ ସେମାନଙ୍କର ପୂର୍ଣ୍ଣ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ପ୍ରତିଦିନ ୫୦ ଟି ପରିଗଣନା ଫର୍ମ ଦାଖଲ କରିବାକୁ ଅନୁମତି ଦିଆଯାଇଥିଲା।
ଗ. ବୁଥ-ସ୍ତରୀୟ ଅଧିକାରୀ ମାନେ ୨୪.୦୬.୨୦୨୫ ରେ ଭୋଟର ତାଲିକାରେ ନାମ ଥିବା ପ୍ରତ୍ୟେକ ଭୋଟରଙ୍କ ଘରରୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରିଥିଲେ। ଏବଂ ଏହା ପରେ, ବୁଥ-ସ୍ତରୀୟ ଅଧିକାରୀ ମାନେ ପୂରଣ ହୋଇଥିବା ପରିଗଣନା ଫର୍ମ ସଂଗ୍ରହ କରିବା ପାଇଁ ବାରମ୍ବାର ଗସ୍ତ କରିଥିଲେ (ଅତି କମରେ ତିନିଥର ଗସ୍ତ କରିଥିଲେ)। ଏହା ବ୍ୟତୀତ, ବୁଥ୍ ସ୍ତରୀୟ ପ୍ରତିନିଧି (BLA) ଏବଂ ସ୍ଵେଚ୍ଛାସେବକ ମାନେ ମଧ୍ୟ ଭୋଟରମାନଙ୍କୁ ଭେଟିଛନ୍ତି ଏବଂ କେହି ବାକି ନ ରହିବାକୁ ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରିଛନ୍ତି।
୩. ବିଶେଷ ସଘନ ସଂଶୋଧନର ର ତୃତୀୟ ଲକ୍ଷ୍ୟ: ବିହାରରୁ କୌଣସି ଅସ୍ଥାୟୀ ପ୍ରବାସୀଙ୍କୁ ପଛରେ ପକାଇ ଦିଆଯିବ ନାହିଁ।
କ. ସାରା ଦେଶରେ ରହୁଥିବା ବିହାରରୁ ପ୍ରବାସୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୪୬ଟି ସମ୍ବାଦପତ୍ରରେ ହିନ୍ଦୀରେ ସର୍ବଭାରତୀୟ ପୂର୍ଣ୍ଣ ପୃଷ୍ଠା ବିଜ୍ଞାପନ ଜାରି କରାଯାଇଥିଲା, ଯାହାର ମୋଟ ପ୍ରସାରଣ ୨,୫୯,୭୭,୬୮୬ (ପ୍ରାୟ ୨.୬୦ କୋଟି) ଥିଲା।
ଖ. ଏକକାଳୀନ, ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଯେ ସେମାନେ ନିଜ ନିଜ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ରହୁଥିବା ବିହାରର ଅସ୍ଥାୟୀ ପ୍ରବାସୀ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଶେଷ ପ୍ରୟାସ କରନ୍ତୁ।
c. ଯେଉଁ ଭୋଟରମାନେ ଅନ୍ୟତ୍ର ଭୋଟର ଭାବରେ ପଞ୍ଜୀକୃତ ହୋଇନାହାଁନ୍ତି, ସେମାନେ ନିମ୍ନଲିଖିତ ଯେକୌଣସି ପଦ୍ଧତି ମାଧ୍ୟମରେ ସେମାନଙ୍କର ଫର୍ମ ପୂରଣ କରିପାରିବେ:
i. https://voters.eci.gov.in/ ରେ ଅନଲାଇନରେ କିମ୍ବା ଇ.ସି.ଆଇନେଟ (ECINet) ମୋବାଇଲ୍ ଆପ୍ ମାଧ୍ୟମରେ ସେମାନଙ୍କର ଫର୍ମ ପୂରଣ କରିପାରିବେ (୧୬ ଲକ୍ଷରୁ ଅଧିକ ପରିଗଣନା ଫର୍ମ ଅନଲାଇନରେ ପୂରଣ କରାଯାଇଥିଲା), କିମ୍ବା ଫର୍ମ ମୁଦ୍ରଣ କରିବାପାଇଁ (୧୩ ଲକ୍ଷରୁ ଅଧିକ ଗଣନା ଫର୍ମ ଡାଉନଲୋଡ୍ କରାଯାଇଥିଲା), ଅର୍ଥାତ୍ ମୋଟ ପ୍ରାୟ ୨୯ ଲକ୍ଷ।
ii. ମୁଦ୍ରିତ ଫର୍ମ ପୂରଣ କରି ଦସ୍ତଖତ କରନ୍ତୁ ଏବଂ ପରିବାରର ସଦସ୍ୟଙ୍କ ମାଧ୍ୟମରେ ସେମାନଙ୍କ ବୁଥ-ସ୍ତରୀୟ ଅଧିକାରୀ (BLO) ଙ୍କୁ ପଠାନ୍ତୁ, କିମ୍ବା ସେମାନଙ୍କର ମୁଦ୍ରିତ ଫର୍ମ ପୂରଣ କରି ଦସ୍ତଖତ କରି ହ୍ୱାଟ୍ସଆପ୍ କିମ୍ବା ଅନ୍ୟାନ୍ୟ ମାଧ୍ୟମ ମାଧ୍ୟମରେ ବୁଥ-ସ୍ତରୀୟ ଅଧିକାରୀଙ୍କ ମୋବାଇଲକୁ ପଠାନ୍ତୁ।
୪.ବିଶେଷ ସଘନ ସଂଶୋଧନର ଚତୁର୍ଥ ଲକ୍ଷ୍ୟ: ବିହାରରେ କୌଣସି ସହରାଞ୍ଚଳ ଭୋଟର ବାଦ ନପଡ଼ନ୍ତୁ
ବିହାରର ସମସ୍ତ ୨୬୧ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ର ସମସ୍ତ ୫,୬୮୩ ୱାର୍ଡରେ ସ୍ୱତନ୍ତ୍ର ସହରାଞ୍ଚଳ ଶିବିର ସ୍ଥାପନ କରାଯାଇଥିଲା ଯାହା ଦ୍ୱାରା କୌଣସି ସହରାଞ୍ଚଳ ଭୋଟର ବାଦ ପଡ଼ିନଥିଲେ। ୫. ବିଶେଷ ସଘନ ସଂଶୋଧନର ପଞ୍ଚମ ଲକ୍ଷ୍ୟ: କୌଣସି ଯୁବ ଭୋଟରଙ୍କୁ ଛାଡ଼ି ନଦିଆଯାଉ
କ. ଯୁବ ଭୋଟର, ଯେଉଁମାନେ ୧ ଜୁଲାଇ ୨୦୨୫ ରେ ୧୮ ବର୍ଷ ବୟସ ହାସଲ କରିଛନ୍ତି କିମ୍ବା ୧ ଅକ୍ଟୋବର ୨୦୨୫ ରେ କିମ୍ବା ପୂର୍ବରୁ ୧୮ ବର୍ଷ ପୂରଣ କରିବେ, ସେମାନଙ୍କୁ ନିର୍ଦ୍ଧାରିତ ଘୋଷଣା ଫର୍ମ ସହ ଫର୍ମ ୬ ରେ ଆବେଦନ କରିବାକୁ ଉତ୍ସାହିତ କରାଯାଉଛି।
ଖ. ନିର୍ବାଚନ ଆୟୋଗ ୧ ଅଗଷ୍ଟ ରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବିହାରରେ ସ୍ୱତନ୍ତ୍ର ଅଭିଯାନ ଚଳାଇବ, ଯାହା ଦ୍ଵାରା ସମସ୍ତ ଯୋଗ୍ୟ ଭୋଟରଙ୍କୁ ପଞ୍ଜୀକୃତ କରାଯାଇପାରିବ ଏବଂ କେହି ଯେପରି ବାଦ୍ ନପଡ଼ିବେ।
୬. ବିଶେଷ ସଘନ ସଂଶୋଧନର ଷଷ୍ଠ ଲକ୍ଷ୍ୟ: ସମସ୍ତ ଭୋଟର ଏବଂ ସମସ୍ତ ରାଜନୈତିକ ଦଳର ନିୟମିତ ସମ୍ପୃକ୍ତି
କ. ଯେଉଁ ଭୋଟରଙ୍କ ପରିଗଣନା ଫର୍ମ ଗ୍ରହଣ କରାଯାଇଥିଲା, ସେମାନଙ୍କୁ ଫର୍ମ ଦାଖଲର ସ୍ୱୀକୃତି ସ୍ୱରୂପ ବାରମ୍ବାର ଏସ.ଏମ.ଏସ (SMS) ପଠାଯାଇଥିଲା। କାର୍ଯ୍ୟ ଆରମ୍ଭରୁ ମୋଟ ୧୦.୨ କୋଟି ଏସ.ଏମ.ଏସ (SMS) ପଠାଯାଇଛି।
ଖ. ଯେଉଁ ଭୋଟରଙ୍କ ପରିଗଣନା ଫର୍ମ ଗ୍ରହଣ କରାଯାଇଥିଲା, ସେମାନେ ସର୍ବଦା https://voters.eci.gov.in/home/enumFormTrack# ରେ ସେମାନଙ୍କର ଫର୍ମର ସ୍ଥିତି ଯାଞ୍ଚ କରିପାରିବେ।
ଗ. ୨୦ ଜୁଲାଇ ୨୦୧୫ ସୁଦ୍ଧା, ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଜିଲ୍ଲା ନିର୍ବାଚନ ଅଧିକାରୀ (DEO), ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ERO), ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ବୁଥ-ସ୍ତରୀୟ ଅଧିକାରୀ (BLO) ମାନେ ମୃତ ଭୋଟର ଭାବରେ ରିପୋର୍ଟ ହୋଇଥିବା, କିମ୍ବା ଯେଉଁମାନଙ୍କର ପରିଗଣନା ଫର୍ମ ଗ୍ରହଣ କରାଯାଇ ନଥିଲା, କିମ୍ବା ଯେଉଁମାନେ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଥିବା କିମ୍ବା ଚିହ୍ନଟ କରାଯାଇ ପାରି ନଥିଲେ, ସେମାନଙ୍କ ବୁଥ୍-ସ୍ତରୀୟ ଭୋଟର ତାଲିକା ରାଜନୈତିକ ଦଳଗୁଡ଼ିକ ସହିତ ଅଂଶଧନ କରାଯିବ ଯାହା ଦ୍ୱାରା ସେମାନଙ୍କୁ ଏପରି ଭୋଟରଙ୍କ ବିଷୟରେ କେନ୍ଦ୍ରିତ ଭାବରେ ସନ୍ଧାନ କରିବାପାଇଁ ଅନୁରୋଧ କରାଯାଇଥିଲା। ପରବର୍ତ୍ତୀ ସମୟରେ, ରାଜନୈତିକ ଦଳଗୁଡ଼ିକର ପ୍ରୟାସକୁ ଲକ୍ଷ୍ୟ କରିବା ପରେ, ଏପରି ଅଦ୍ୟତନ ତାଲିକାଗୁଡ଼ିକୁ ପୁଣିଥରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଅଂଶୀଦାର କରାଯାଇଥିଲା।
୭. ବିଶେଷ ସଘନ ସଂଶୋଧନର ସପ୍ତମ ଲକ୍ଷ୍ୟ: ସ୍ୱେଚ୍ଛାସେବକଙ୍କ ସମେତ ସମଗ୍ର ନିର୍ବାଚନ କର୍ମଚାରୀଙ୍କ ସହାୟତା
ସମ୍ପୂର୍ଣ୍ଣ ନିର୍ବାଚନ ଯନ୍ତ୍ରପାତି ଏବଂ ସ୍ୱେଚ୍ଛାସେବକମାନେ ଯେକୌଣସି ଭୋଟରଙ୍କୁ, ବିଶେଷକରି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭୋଟର ଏବଂ ଅନ୍ୟାନ୍ୟ ଦୁର୍ବଳ ଗୋଷ୍ଠୀଙ୍କୁ ସେମାନଙ୍କର କାଗଜପତ୍ର ପାଇବାରେ ସହାୟତା କରିବା ପାଇଁ ବିଶେଷ ପ୍ରୟାସ କରୁଛନ୍ତି। ସ୍ଵେଚ୍ଛାସେବକମାନେ ସମସ୍ତ ଭୋଟରଙ୍କ ସହ ସଂଯୋଗ ସ୍ଥାପନ କରିବେ ଯାହା ଦ୍ଵାରା ସେମାନଙ୍କର କାଗଜପତ୍ର ସରକାରୀ ବିଭାଗଗୁଡ଼ିକ ଠାରୁ ଭୋଟରଙ୍କୁ ସର୍ବନିମ୍ନ ପ୍ରୟାସରେ ମିଳିପାରିବ।
୮. ବିଶେଷ ସଘନ ସଂଶୋଧନର ଅଷ୍ଟମ ଲକ୍ଷ୍ୟ: ପରିଗଣନା ପର୍ଯ୍ୟାୟ ସମୟରେ ଉଠାଯାଇଥିବା ଯେକୌଣସି ସମସ୍ୟାର
ସମାଧାନ ସମସ୍ତ ୩୮ ଟି ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ (DEO ) ମାନେ ମଧ୍ୟ ବ୍ୟକ୍ତିଗତ ଭାବରେ ପ୍ରିଣ୍ଟ/ ଟିଭି/ ସୋସିଆଲ ମିଡିଆ ମାଧ୍ୟମରେ ଆସିଥିବା ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା ଅଭିଯୋଗ ଓ ସମସ୍ୟାର ସମାଧାନ କରିଥିଲେ।
୯. ବିଶେଷ ସଘନ ସଂଶୋଧନର ନବମ ଲକ୍ଷ୍ୟ: ୧ ଅଗଷ୍ଟ ରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚିଠା ତାଲିକାର ଯାଞ୍ଚ
କ. ବିଶେଷ ସଘନ ସଂଶୋଧନ ଆଦେଶ ଅନୁଯାୟୀ, ଚିଠା ଭୋଟର ତାଲିକା ୧ ଅଗଷ୍ଟ, ୨୦୨୫ ରେ ପ୍ରକାଶିତ ହେବ। ପ୍ରତ୍ୟେକ ବୁଥ୍ ର ମୁଦ୍ରିତ ଏବଂ ଡିଜିଟାଲ୍ ନକଲ ସମସ୍ତ ୧୨ଟି ରାଜନୈତିକ ଦଳକୁ ଯୋଗାଇ ଦିଆଯିବ। ଚିଠା ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ମଧ୍ୟ ଉପଲବ୍ଧ ହେବ।
ଖ. ୧ ଅଗଷ୍ଟ ରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ, ଯେକୌଣସି ଭୋଟର କିମ୍ବା ରାଜନୈତିକ ଦଳ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ERO) ଙ୍କୁ ଦାବି ଏବଂ ଆପତ୍ତି ଦାଖଲ କରିବେ ବୋଲି ଆଶା କରାଯାଉଛି:
i. ବାଦ ପଡ଼ିଥିବା ଯେକୌଣସି ଯୋଗ୍ୟ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା, କିମ୍ବା
ii. ଚିଠା ନିର୍ବାଚନ ତାଲିକାରେ ରହିଯାଇଥିବା ଯେକୌଣସି ଅଯୋଗ୍ୟ ଭୋଟରଙ୍କୁ ବାହାର କରିବା।
ଗ. ୨୪୩ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ERO), ୧,୯୭୬ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ପୂର୍ବରୁ ଯେକୌଣସି ଦାବି ଏବଂ ଆପତ୍ତିର ଯାଞ୍ଚ ଏବଂ ନିଷ୍ପତ୍ତି ନେବା ପାଇଁ ସ୍ଥିତିରେ ଅଛନ୍ତି। ଏହି ୧,୯୭୬ ମଧ୍ୟରୁ, ୧୪୭୦ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ୮ ଜୁଲାଇ ୨୦୨୫ ରେ ବିଶେଷ ସଘନ ସଂଶୋଧନ ବିହାର ପାଇଁ ଅତିରିକ୍ତ ଭାବରେ ସୂଚିତ କରାଯାଇଛି। ୧୦. ବିଶେଷ ସଘନ ସଂଶୋଧନର ଦଶମ ଲକ୍ଷ୍ୟ: ବିନା କୌଣସି ବାକ୍ ନିର୍ଦ୍ଦେଶରେ ଚିଠା ଭୋଟର ତାଲିକାରୁ ବାଦ ଦିଆଯିବ ନାହିଁ:
କ. ବିଶେଷ ସଘନ ସଂଶୋଧନ ନିର୍ଦ୍ଦେଶାବଳୀର ପାରା ୫(ଖ) ଅନୁଯାୟୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ERO), ୧,୯୭୬ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ଙ୍କ ନୋଟିସ ଏବଂ ବାକ୍ ନିର୍ଦ୍ଦେଶ ବିନା ଅଗଷ୍ଟ ୧ ତାରିଖରେ ପ୍ରକାଶିତ ଚିଠା ତାଲିକାରୁ କୌଣସି ନାମ ବାଦ ଦିଆଯାଇପାରିବ ନାହିଁ।
ଖ. ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ERO)ଙ୍କ ଯେକୌଣସି ନିଷ୍ପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ଭୋଟର ଲୋକ-ପ୍ରତିନିଧିତ୍ବ ଆଇନ, ୧୯୫୦ର ଧାରା ୨୪ ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ।
ଗ. ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଯେକୌଣସି ନିଷ୍ପତ୍ତି ବିରୁଦ୍ଧରେ ଲୋକଙ୍କୁ ଅପିଲ୍ ଦାଖଲ କରିବାରେ ସାହାଯ୍ୟ କରିବା ପାଇଁ ସ୍ୱେଚ୍ଛାସେବକମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି।
ଘ. ଅପିଲ୍ ଦାଖଲ କରିବା ପାଇଁ ଏକ ମାନକ ଫର୍ମାଟ୍ ମଧ୍ୟ ପ୍ରସ୍ତୁତ କରାଯାଉଛି ଏବଂ ଲୋକଙ୍କୁ ସହଜରେ ଅପିଲ୍ ଦାଖଲ କରିବାକୁ ଅନୁମତି ଦେବା ପାଇଁ ଏହାକୁ ବ୍ୟାପକ ଭାବରେ ପ୍ରସାରିତ କରାଯିବ।