Home ରାଜ୍ୟମିଠାରେ ରହୁନି ଏକ୍ସପାରି ତାରିଖ: ପ୍ରଶାସନ ନୀରବ , ଖାଦ୍ୟ ସୁରକ୍ଷା ଆଇନକୁ ଫୁ

ମିଠାରେ ରହୁନି ଏକ୍ସପାରି ତାରିଖ: ପ୍ରଶାସନ ନୀରବ , ଖାଦ୍ୟ ସୁରକ୍ଷା ଆଇନକୁ ଫୁ

by Maraguda Express
0 comments

ସିନାପାଲି- ୭/୮ (ଗୟାରାମ ମେହେର) ଆଗକୁ ରାକ୍ଷୀପୂର୍ଣିମା ରାକ୍ଷୀ ସହ ସମସ୍ତେ ଦୋକାନ ରୁ ମିଠା କିଣି ଘରକୁ ନେଇଥାନ୍ତି। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିସାରିଲା ପରେ ଭାଇକୁ ମିଠା ଖୁଆଇଥାଏ ।ହେଲେ ସେହି ମିଠା ଖାଇବା ଉପଯୋଗୀ ନା ଶରୀର ପାଇଁ କ୍ଷତିକାରକ ତାହା ଯାଞ୍ଚ କରାଯାଉନାହିଁ। ନୂଆପଡା ଜିଲ୍ଲା ର ନୂଆପଡା, କୋମନା, ଖଡ଼ିଆଳ, ବୋଡେ଼ନ,ସିନାପାଲି ବ୍ଲକ ସଦର ମହକୁମାରେ ମିଠା ଦୋକାନୀମାନେ ବାସି ମିଠା ଦେଉଥିବା ଜଣାପଡିଛି ତଥା ସବୁ ଦୋକାନୀ ଖାଦ୍ୟ ସୁରକ୍ଷା ଆଇନକୁ ଫୁ କରି ବ୍ୟବସାୟ ଚଳାଉଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଓ ଉଦାସୀନ ମନୋଭାବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବହୁ ମିଠା ବ୍ୟବସାୟୀ ଗ୍ରାହକଙ୍କୁ ବାସି ମିଠା ଦେଇ ଠକୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିପରି କେତେକ ବେକରୀ ଦୋକାନରେ ବିକ୍ରି ହେଉଥିବା କେକ୍, ପେଟିସ, ବର୍ଗର ପରି ବହୁ ସ୍ନାକ୍ସରେ ଏକ୍ସପାରୀ ତାରିଖ କିମ୍ବା ବେଷ୍ଟ ବିଫରୟୁଜ ତାରିଖ ଲିପିବଦ୍ଧ କରାଯାଉନଥିବାରୁ ଗ୍ରାହକମାନଙ୍କ ଜୀବନ ପ୍ରତି ବିପଦ ଅଛି । ଏପଟେ ଖାଦ୍ୟ ସୁରକ୍ଷା ଆଇନ୍‌କୁ ଫୁ କରି ବ୍ୟବସାୟ ଚଳାଇ ଆସୁଥିବା ବେଳେ ଗ୍ରହକମାନେ ପ୍ରତିବାଦ କରୁନଥିବା ଲକ୍ଷ୍ୟ କରାଯାଉଛି। କାର୍ଯ୍ୟାନୁଷ୍ଠାନ ଅଭାବରୁ ମିଠା ବ୍ୟବସାୟୀମାନେ ମନମାନିରେ ବ୍ୟବସାୟ ଚଳେଇଥିବା ବିଭିନ୍ନ ମହଲରେ ଖାଉଟିମାନେ ଅଭିଯୋଗ କରୁଛନ୍ତି। ଖାଦ୍ୟ ସୁରକ୍ଷା ଓ ମାନବ ପ୍ରାଧିକରଣ (ଏଫଏସଏସଏଆଇ ) ପକ୍ଷରୁ ଗତ ୨୦୨୦ ମସିହାରେ ସମସ୍ତ ମିଠା ଜାତୀୟ ଖାଦ୍ୟ ବିକ୍ରି ସମୟରେ ଏକ୍ସପାରୀ ତାରିଖ କିମ୍ବା ବେଷ୍ଟ ବିପରୟୁଜ ତାରିଖ ଲିପିବଦ୍ଧ କରିବା ସକାଶେ ବଧ୍ୟତାମୂଳକ କରାଯାଇଥିଲା । ୨୦୨୦ ଜୁନ ମାସ ଠାରୁ ଏହି ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପରି ଗ୍ରହଣ କରାଯାଇଥିଲା ପରବର୍ତ୍ତୀ ସମୟରେ ମହାମାରୀ କୋରନା ସଂକ୍ରମଣ ଯୋଗୁଁ ସେହିବର୍ଷ ଅକ୍ଟୋବର ମାସରେ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଗାଇଡ଼ଲାଇନ ପ୍ରକାଶ ପାଇଥିଲା I ନିୟମ ଅନୁଯାୟୀ ମିଠା ଦୋକାନରେ ଏକ୍ସପାରୀ ତାରିଖ ରହିଛି। କିଛି ମିଠା ଦୁଇଦିନ ପର୍ଯ୍ୟନ୍ତ ବିକ୍ରି ହେବାକୁ ଥିବାବେଳେ ଆଉ କିଛି ମିଠା ୪ ଦିନ ଓ ଅନ୍ୟ କିଛି ମିଠା ପ୍ରାୟତଃ ସପ୍ତାହେ ପର୍ଯ୍ୟନ୍ତ ବିକ୍ରି ଯୋଗ୍ୟ ରହିଛି । ଅନ୍ୟପକ୍ଷରେ କିଛି ମିଠା ପ୍ରସ୍ତୁତି ଦିନ ହିଁ ଖିଆ ଯାଇପାରିବ ବୋଲି ଜଣାପଡିଛି। ଖାଦ୍ୟ ସୁରକ୍ଷା ଓ ପ୍ରାଧିକରଣ (ଏଫଏସଏସଏଆଇ) ନିୟମ ଅନୁଯାୟୀ ବଟରସ୍କଚ ରୋଲ ଚକଲେଟ, ଭଳି ମିଠା ପ୍ରସ୍ତୁତି ହୋଇଥିବା ଦିନ ହିଁ ଖାଇବା ଉପଯୋଗୀ ହୋଇଥାଏ । ପ୍ରସ୍ତୁତି ପରଦିନ ଏହା ଖାଇବା ଅନୁପଯୋଗୀ । କ୍ଷୀରରୁ ପ୍ରସ୍ତୁତ ମିଠା ଯଥା ରସଗୋଲା, ରାବିଡି,ଭଳି ବହୁ ମିଠା ଦୁଇଦିନ ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ ଓ ଦୁଇଦିନ ପରେ ଏହିସବୁ ମିଠା ଖାଇବା ଶରୀର ପାଇଁ କ୍ଷତିକାରକ। ଲଡ଼ୁ ଖୁଆ ଜାତୀୟ ମିଠା ଯଥା ନଡ଼ିଆଲଡୁ, ଚକଲେଟ, ବରଫି,ପେଡା ,ଖୁଆଲଡ଼ୁ ଭଳି ମିଠା ଗୁଡ଼ିକ ୪ ଦିନ ପର୍ଯ୍ୟନ୍ତ ଖିଆଯାଇପାରିବ । ଅନୁରୂପ ଭାବେ ଘିଅ ଓ ଡ୍ରାଇଫୁଡରୁ ତିଆରି ମିଠାଗୁଡ଼ିକ ସର୍ବାଧିକ ସପ୍ତାହେ ପର୍ଯ୍ୟନ୍ତ ବ୍ୟବ‌ହାର ହୋଇପାରିବ ବୋଲି ସୂଚନା ମିଳିଛି। ହେଲେ ଖାଦ୍ୟସୁରକ୍ଷା ଓ ମାନବ ପ୍ରାଧିକରଣ (ଏଫଏସଏସଏଆଇ)ର ନିୟମକୁ ଅଧିକାଂଶ ମିଠା ଦୋକାନୀ ମାନୁନଥିବା ଅଭିଯୋଗ ହୋଇଛି । ଖାଦ୍ୟ ସୁରକ୍ଷା ଅଧିକାରୀ ଭଲ ଭାବରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha