Home ରାଜ୍ୟପାତାଳ ଗଙ୍ଗା ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ଯା : ଲୋକ କଳା ଓ ଲୋକ ସଂସ୍କୃତି ର ମହା ମିଳନ।

ପାତାଳ ଗଙ୍ଗା ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ଯା : ଲୋକ କଳା ଓ ଲୋକ ସଂସ୍କୃତି ର ମହା ମିଳନ।

by Maraguda Express
0 comments

ନୂଆପଡ଼ା – ୨୪/୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପ୍ରସିଦ୍ଧ ପବିତ୍ର ଧାର୍ମିକ ତୀର୍ଥ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ପାତାଳ ଗଙ୍ଗା ଠାରେ “ପାତାଳ ଗଙ୍ଗା ଲୋକ ମହୋତ୍ସବର” ତୃତୀୟ ସନ୍ଧ୍ୟା ଲୋକ କଳା ଓ ଲୋକ ସଂସ୍କୃତି ମହା ମିଳନ ବୋଲି ଅତିଥି ମାନେ ଯୋଗ ଦେଇ ତାଙ୍କ ସମ୍ୟକ ଉଦବୋଧନ ରେ ପରିପ୍ରକାଶ କରିଥଲେ।ଆୟୋଜକ କମିଟି ସଭାପତି ଲମ୍ବୋଦର ନିଆଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଭବାନିପାଟଣା ସାନ୍ଧ୍ୟ ଡିଗ୍ରି କଲେଜ ଅଧ୍ୟକ୍ଷ ଡ଼ଃ ପରମେଶ୍ବର ମୁଣ୍ଡ ମୁଖ୍ଯ ବକ୍ତା, ପୂର୍ବତନ ମନ୍ତ୍ରୀ ଓ ସାଂସଦ ରମେଶ ମାଝୀ,ଖଇରା ସରପଞ୍ଚ କୈଳାସ ଦଳ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ,ସିଡିପିଓ ଅର୍ଚ୍ଚନା ରାଉତ, ବୋଡେନ ବ୍ଲକ ଉପାଧ୍ୟକ୍ଷା ସଙ୍ଗିତା ମାଝୀ,କମିଟି ସମ୍ପାଦକ ଗରୁଡ଼ ଧ୍ଵଜ ଦଣ୍ଡସେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସାସ୍କୃତିକ ବିଚିତ୍ରା ତ୍ରିବେଣି ଡାନ୍ସ ଗ୍ରୁପ ବୋଇରଗା, ରାସ, ସମ୍ପ୍ରଦା ଆମଗୁଡା, ବୁଢ଼ାରଜା ବିଜ୍ଞାନ କଲେଜର ଅପରେସନ ସିଦୂର୍ ଡାନ୍ସ, ଜ୍ଞାନ ଦୟୋ କେରପଦରର ଗ୍ରୁପ ଡାନ୍ସ ଓ ଅନ୍ୟାନ୍ୟ ଦଳର ଡାନ୍ସ ଅନୁଷ୍ଠିତ ହୋଇଥିଲା । ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ମୁକେଶ ଦଣ୍ଡସେନା କରିଥିବା ବେଳେ ଉମାକାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ । ଦ୍ଵିତୀୟ ସାସ୍କୃତିକ କାର୍ଯ୍ଯକ୍ରମ ନଟରାଜ ଗ୍ରୁପ ନୂଆପଡା, ଆଶ୍ରମ ବିଦ୍ୟାଳୟ ଫରସରା, ବଜାସାଲ ବଲାଙ୍ଗୀର, ପ୍ରାଚି ପାଣିଗ୍ରାହୀ ଗ୍ରୁପ ସମ୍ବଳପୁର, ବାପୁଜୀ ସାସ୍କୃତିକ ଉଲଭା ,ଭବାନିପାଟଣା ସିଙ୍ଗାରି ଡେନ୍ସ କଲାହାଣ୍ଡି, ଜ୍ଞାନଦୟୋ କେରାପଦରର ଡାନ୍ସ ଅନୁଷ୍ଠିତ ହୋଇଥିଲା । ଆୟୋଜକ କମିଟି ଉପସଭାପତି ଯୋଗେନ୍ଦ୍ର ନାଥ ମାଝୀ , ସହ ସମ୍ପାଦକ ରାଜୁ ହେର୍ଣ୍ଣା,କୋଷାଧ୍ୟକ୍ଷ ରୋହିତ ଦଣ୍ଡସେନା, ସଂଯୋଜକ ଫାରୁକ ମହମ୍ମଦ, ସହ ସଂଯୋଜକ ବୈଷ୍ଣବ ଦୁରିଆ, ସୌଦାଗର ସାହୁ, ବେଣୁଧର ଜଗତ, ଡମବୁଢା ଗୁଆଲ, ଭମର ବୈଠାରୁ, ଆକାଶ ଅଗ୍ରୱାଲ, ତ୍ରିନାଥ ମାଝୀ, ଇମ୍ରାନ ମହମ୍ମଦ, ନିତେଶ ମାଝୀ ସମେତ ଅନ୍ୟ ଦାୟୀତ୍ୱ ନିର୍ବାହ କରିଥିବା ସମସ୍ତ ବନ୍ଧୁ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha