62
ବୋଡ଼େନ – ୧୬/୮ (ଜଗତ ରାମ ଦଣ୍ଡସେନା) ବୋଡ଼େନ ବ୍ଲକ ଅନ୍ତର୍ଗତ ଜନଶକ୍ତି ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ , ଖଇରା ପରିସର ରେ ଆସ ସ୍କୁଲ ଯିବା ସମ୍ବନ୍ଧୀୟ ଏକ ଜରୁରୀ କାଳୀନ ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେମିତ ପିଲାଏ ଡ୍ରପ ଆଉଟ ନହୋଇ ସମସ୍ତେ ସ୍କୁଲରେ ପଢିବେ ସେନେଇ ବିଷଦ ଆଲୋଚନା ହୋଇଥଲା । ଉପରୋକ୍ତ ସମ୍ମିଳନୀରେ ସମସ୍ତ ମାତୃପିତୃ ଓ ଅଭିଭାବକ ପ୍ରମୁଖ ଯୋଦେଇଥିଲେ। ରେଣୁକା ହଂସ, ଯାଦୁରାମ ଦଲ, ନରହରି ଦଣ୍ଡସେନା, ଜ୍ୟୋତି ଦୁରିଆ, ଲଳିତା ମାଝୀ, ପ୍ରଧାନ ଶିକ୍ଷକ ତନ୍ମୟ ତାଣ୍ଡି, ମଦନ ମୋହନ ପ୍ରଧାନୀ, ଅନନ୍ତ ରାମ ଦଣ୍ଡସେନା,ଅନନ୍ତ ରାମ ମେହେର ମଝିଆ ମାଝି, ପୁଷ୍ପା ମାଝୀ, ଦିଲୀପ ଦାସ, ବୈଷ୍ଣବ ବିଭାର, ସୁରେନ୍ଦ୍ର ଦଣ୍ଡସେନା, ଜଗତ ରାମ ଦଣ୍ଡସେନା ସମେତ ଗ୍ରାମର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥାଇ ନିଜନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।