Home ରାଜ୍ୟଯୁବସମାଜ ପାଇଁ ଜିଲ୍ଲାସ୍ତରୀୟ ତମାଖୁ ମୁକ୍ତ ଅଭିଯାନ ୩ ର ଶୁଭାରମ୍ଭ ଓ ମାସିକ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ।

ଯୁବସମାଜ ପାଇଁ ଜିଲ୍ଲାସ୍ତରୀୟ ତମାଖୁ ମୁକ୍ତ ଅଭିଯାନ ୩ ର ଶୁଭାରମ୍ଭ ଓ ମାସିକ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ।

by Maraguda Express
0 comments
ନୂଆପଡା -୨୯/୧୧(ମାରାଗୁଡ଼ା ଏକ୍ସପ୍ରେସ)ନୂଆପଡା ଜିଲ୍ଲାପାଳ ଅଧ୍ୟକ୍ଷତାରେ ଯୁବ ସମାଜ ପାଇଁ ଜିଲ୍ଲାସ୍ତରୀୟ ତମାଖୁ ମୁକ୍ତ ଅଭିଯାନ ୩- ର ଶୁଭାରମ୍ଭ କରାଯାଇଥିଲା ।ଏଠାରେ ତମାଖୁ ଓ ଏହାର କୁପ୍ରଭାବ ଉପରେ ଆଲୋକପାତ କରାଯାଇଥିଲା । ତମାଖୁ ସେବନ ଅଣସଂକ୍ରାମକ ରୋଗର ପ୍ରମୁଖ କାରଣ ଅଟେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଳକ ସ୍ତରୀୟ ସମସ୍ତ କର୍ମଚାରୀମାନଙ୍କ ସହିତ ଜିଲ୍ଲାର ଅନ୍ୟାନ୍ୟ ସମସ୍ତ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ତମାଖୁ ସେବନ ଅଭ୍ୟାସ ଛାଡିବା ପାଇଁ ଶପଥ ପାଠ କରାଯାଇଥିଲା । ଜିଲ୍ଳାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳାର କୌଣସି ଅଫିସରେ କେହି ବି ତମାଖୁ ସେବନ କରିବେ ନାହିଁ । ଯଦି କରିବେ, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ । ଏହାପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଳା ରେ ମାତୃ ଓ ଶିଶୁ ମୁତ୍ଯୁ ହାର କମିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ଆଇ. ସି. ଡ଼ି. ଏସ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଭବିଷ୍ୟତରେ କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆୟୁଷ୍ମାନ ଆରୋଗ୍ୟ କାର୍ଡ ଓ ବୟ ବନ୍ଦନା କାର୍ଡ ବଣ୍ଟନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।ନେତ୍ର ଚିକିତ୍ସା, ଆର.ବି.ଏସ. କେ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଦ୍ଵାରିକା ନାଥ ଶତପଥୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଲଳିତ ମୋହନ ବିଶି, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡାକ୍ତର ଗୁରୁ ପ୍ରସାଦ ଜେନା, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ମଞ୍ଜୁରାଣୀ ସିଂହ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବିଦ୍ୟାଧର ନାଗ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତନ୍ମୟ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ଦିଲ୍ଲୀପ କୁମାର ଦାସ ଓ ଜିଲ୍ଲା ପ୍ରକଳ୍ପ ପରିଚାଳକ ସତ୍ୟନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha