Home ରାଜ୍ୟରାଜ୍ୟ ରେ ମହିଳା ଓ ଛାତ୍ରୀ ଶୋଷଣ ଓ ନିର୍ଯ୍ୟାତନା ର ଶିକାର : ବିଜୁ ଜନତା ଦଳ ର ଏସପି ଅଫିସ ଘେରାଉ।

ରାଜ୍ୟ ରେ ମହିଳା ଓ ଛାତ୍ରୀ ଶୋଷଣ ଓ ନିର୍ଯ୍ୟାତନା ର ଶିକାର : ବିଜୁ ଜନତା ଦଳ ର ଏସପି ଅଫିସ ଘେରାଉ।

by Maraguda Express
0 comments

ନୂଆପଡ଼ା -୧୭/୯ (ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ବିଜେଡ଼ି ପକ୍ଷ ରୁ ଏକ ଶୋଭାଯାତ୍ରା, ବିକ୍ଷୋଭ ପ୍ରଦର୍ଶନ ସହ ଏସ.ପି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଓଡିଶା ରେ ନାରୀ ସୁରକ୍ଷିତ ନୁହନ୍ତି, ଛାତ୍ରୀ,ନାରୀ ନିର୍ଯ୍ୟାତନା ଶୋଷଣ ବିରୁଦ୍ଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ କୁ ମହିଳା ବିଜୁ ଜନତା ଦଳ ପକ୍ଷ ରୁ ଘେରାଉ କରାଯାଇଥିଲା। ବିକ୍ଷୋଭ ପ୍ରଦର୍ଶନ କରି ଏସପି କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ- ୩୫୩ ଉପରେ ଶତାଧିକ ବିଜେଡ଼ି କର୍ମୀ ବସି ରହିଥିଲେ। ଏସ.ପି. ଦାବି ପତ୍ର ଗ୍ରହଣ କରନ୍ତୁ ଜିଦ ରେ ମହିଳା ମାନେ ଅଡ଼ି ବସି ଥିଲେ। ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯେତେ ବୁଝାଇଲେ ବି ମହିଳା ଓ ବିଜେଡ଼ି କର୍ମୀ ବୁଝିବାକୁ ନାରାଜ ଥିଲେ।ଜାତୀୟ ରାଜପଥ ଉପରେ ମହିଳା ବିଜେଡ଼ି ନେତ୍ରୀ ଓ କର୍ମୀଗଣ ରାସ୍ତା ର ଉଭୟ ପାର୍ଶ୍ଵ ରେ ବସିପଡ଼ି ଥିଲେ। ଶେଷ ରେ ଏସଙ୍କୁ ଅଫିସ ପରିସର ଭିତରେ ଦାବି ପତ୍ର ପ୍ରଦାନ କରିଥିଲେ । ୧୪ ମାସର ବିଜେପି ଶାସନରେ ସମସ୍ତ ବର୍ଗର ବ୍ୟକ୍ତିମାନଙ୍କ ଭିତରୁ ମହିଳାମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ମାତ୍ର ରାଜ୍ୟ ସରକାର ମହିଳା ସୁରକ୍ଷାର ଡିଣ୍ଡିମ ପିଟୁଛନ୍ତି। ରାଜ୍ୟ ପୁଲିସ କର୍ତ୍ତୃପକ୍ଷ ପୁଲିସ କର୍ମଚାରୀ ଅଭାବ ରହିଛି ବୋଲି ସଫେଇ ଦେଉଛନ୍ତି। ରାଜ୍ୟର ନେତା, ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ବ୍ୟସ୍ତ ଅଛି,କିନ୍ତୁ ମହିଳାଙ୍କୁ ସୁରକ୍ଷା ପ୍ରଦାନ ପାଇଁ କର୍ମଚାରୀଙ୍କ ଅଭାବ ରହିଛି ବୋଲି ବିଜେଡ଼ି ନେତ୍ରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ । ମହିଳାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ବିଜେଡି ସରକାରଙ୍କ ସମୟରେ ଆରମ୍ଭ କରାଯାଇଥିବା ମହିଳା ଓ ଶିଶୁ ଡେସ୍କଗୁଡ଼ିକ ବର୍ତ୍ତମାନ କାର୍ଯ୍ୟ କରୁନାହିଁ ବୋଲି କହିଥିଲେ। ଫଳରେ ଅତ୍ୟାଚାରର ଶିକାର ହେଉଥିବା ମହିଳାମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଗତ ୧୪ ମାସର ବିଜେପି ଶାସନରେ ରାଜ୍ୟରୁ ଯୁବତୀ ଚାଲାଣ ମଧ୍ୟ ବୃଦ୍ଧି ପାଇଛି କିନ୍ତୁ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ। ତେଣୁ ବିଜୁ ମହିଳା ଜନତା ଦଳ ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ। ଏ ଅବସର ରେ ବିଧାୟକ ଖଡିଆଳ ଅଧିରାଜ ମୋହନ୍ ପାଣିଗ୍ରାହୀ, ଜିଲ୍ଲା ସଭାପତି ଅବନି ରଞ୍ଜନ ଯୋଷୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି,ଦୀପିକା ଦୀପ, ଲମ୍ବୋଦର ନିଆଲ ,ଜୟ ଢୋଲକିଆ,ଶେଫାଳୀ ସଲମା, ରାମ ଲାଲ ହଂସ,ପ୍ରତିଭା ହୋତା ପ୍ରମୁଖ ସହ ଶତାଧିକ କର୍ମୀ ଆନ୍ଦୋଳନ ରେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha