
ନୂଆପଡା -୯/୯(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଦିଚ୍ଛା କ୍ରମେ ଜିଲ୍ଲା ପ୍ରଶାସନ ଦ୍ୱାରା ନୂଆପଡାର ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ସହାୟିକା , ସୁପରଭାଇଜର,ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟର ମହିଳା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଅତିରିକ୍ତ ଟ୍ରେଜେରୀ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ସମସ୍ତ ସି ଡି ପି ଓ, ସେକ୍ଟର ପର୍ଯ୍ୟବେକ୍ଷକ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସମଗ୍ର ୫୫ ଜଣ କେବଳ ମହିଳା ଖେଳାଳି ଦଳ ଭାବରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଖରିଆର ପ୍ରକଳ୍ପ ଦଳ ବିଜେତା ହୋଇଥିଲା ବେଳେ ବୋଡେନ ପ୍ରକଳ୍ପ ଦଳ ରନର୍ସ ଅପ୍ ସ୍ଥାନ ହାସଲ କରିଥିଲା। ପୁଷ୍ପା ଘିବେଲା ମେନ୍ ଅଫ ଦି ମେଚ ଏବଂ ଭଲ ଖେଳାଳି ଭାବରେ ରୁକ୍ମିଣୀ ଦଣ୍ଡସେନା ବିଜେତା, ରନର୍ସ ଅପ୍ ଏବଂ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ମାନଙ୍କୁ ଜିଲ୍ଲାପାଳ ଏବଂ ଅତିଥି ମାନେ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଏବଂ ଅଙ୍ଗନୱାଡି ବିଭାଗ ଦ୍ଵାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା l
123
previous post