Home ରାଜ୍ୟରାଜ୍ୟ ସରକାର ଙ୍କ ବିଫଳତା: ଗୋପାଳପୁର ଗଣ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ ଙ୍କୁ ନ୍ୟାୟ ଦେବାକୁ ବିଜୁ ଜନତା ଦଳର ରାଜ୍ୟ ବ୍ୟାପି ଭିକ୍ଷୋଭ ପ୍ରଦର୍ଶନ

ରାଜ୍ୟ ସରକାର ଙ୍କ ବିଫଳତା: ଗୋପାଳପୁର ଗଣ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ ଙ୍କୁ ନ୍ୟାୟ ଦେବାକୁ ବିଜୁ ଜନତା ଦଳର ରାଜ୍ୟ ବ୍ୟାପି ଭିକ୍ଷୋଭ ପ୍ରଦର୍ଶନ

by Maraguda Express
0 comments

ରାଜ୍ୟ ସରକାର ଙ୍କ ବିଫଳତା: ଗୋପାଳପୁର ଗଣ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ ଙ୍କୁ ନ୍ୟାୟ ଦେବାକୁ
ବିଜୁ ଜନତା ଦଳର ରାଜ୍ୟ ବ୍ୟାପି ଭିକ୍ଷୋଭ ପ୍ରଦର୍ଶନନୂଆପଡ଼ା – ୨୫/୬ (ଏମଇ) ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦିଆଯାଇ ଥିଲା। ଏହି ପରିପ୍ରେକ୍ଷୀରେ ନେସନାଲ କଲେଜ ସମ୍ମୁଖ ଜାତିୟ ରାଜପଥ -୩୫୩ ଠାରେ ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ବୃଦ୍ଧି ପାଉଛି, ଗୋପାଳପୁର ଠାରେ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଗଲା, କେନ୍ଦୁଝର ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା, ଏହିଭଳି ଅପରାଧ ବଢିବାରେ ଲାଗିଛି ଏବଂ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ହେଲେ ବିଜେପି ତାର ଏକ ବର୍ଷ ପୂର୍ତ୍ତି ରେ ବିକାଶର ମିଛ ଵାନା ଉଡାଉଛି | ଆଗାମୀ ଦିନରେ ମହିଳା ଓ ଛାତ୍ରୀ ମାନଙ୍କୁ ଯଦି ସୁରକ୍ଷା ବ୍ୟବସ୍ଥା ଠିକ ଭାବରେ ଦିଆ ନ ଗଲା ହେଲେ ଏହି ସରକାର ବିରୋଧରେ ବିକ୍ଷୋଭ ଆହୁରି ତୀବ୍ର ରୂପ ନେବ ବୋଲି ବିଜେଡ଼ି ଜିଲ୍ଲା ସଭାପତି ଓ ବିଜେଡ଼ି ଛାତ୍ର ପକ୍ଷରୁ ଚେତାବନୀ ଦେଇଛନ୍ତି | ଏଥିରେ ବିଜେଡ଼ି ଜିଲ୍ଳା ସଭାପତି ଅବନୀ ରଞ୍ଜନ ଯୋଶୀ, , ରବି ବାଗ, ମନିଶ ଦେବାଙ୍ଗନ,ଟିଙ୍କୁ ପଣ୍ଡା, ଶିବାନନ୍ଦ ପାତ୍ର, ଗୋଲଡି ତିୱାରୀ ଓ ଅଜୟ ଗହିର ପ୍ରମୁଖ ସହ ସମସ୍ତ ବିଜୁ ଜନତା ଦଳର କର୍ମକର୍ତ୍ତା ବିପୁଳ ସଂଖ୍ୟା ରେ ଯୋଗଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha