ଲଟକନପଡ଼ା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ: ତିନିଟି ଗ୍ରାମ ର ୧୪୪ ହେକ୍ଟର ଜମି ଜଳସେଚିତ ହେବ।
ନୂଆପଡ଼ା -୮/୭(ସୁରେନ୍ଦ୍ର ତିୱାରୀ)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନୂଆପଡ଼ା ସେଚାଞ୍ଚଳ ଉନ୍ନୟନ ସଂସ୍ଥା (CADA) ର କାର୍ଯ୍ୟାବଳୀ ସମୀକ୍ଷା କରିଥିଲେ l ବୈଠକରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଉପସ୍ଥିତ ଥିଲେ l ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ, ସହକାରୀ ଯନ୍ତ୍ରୀ ବିଭୂ ପ୍ରସାଦ ସାମଲ, କନିଷ୍ଠ ଯନ୍ତ୍ରୀ ସୋମରାଜ ପ୍ରଧାନ ଜିଲ୍ଲାପାଳଙ୍କୁ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ଏବଂ ବିଗତ ବର୍ଷର କାମ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରିଥିଲେ l ଚଳିତ ବର୍ଷ କାମ ସମ୍ପର୍କରେ ଅବଗତ କରାଇଥିଲେ ଯେ, କୋମନା ବ୍ଲକ୍, ଲଟକନପଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର କେନାଲ କାମ ମନରେଗା ଯୋଜନାରେ ଆରମ୍ଭ ହେବାକୁ ଯାଉଛି l ଏଥିପାଇଁ ବ୍ୟୟ ଅଟକଳ ୧୯.୪୪ ଲକ୍ଷ ଟଙ୍କା ରହଛି l ଏଥିରେ ୩୬୦୦ ମିଟର କରନାଳି ନିର୍ମିତ ହେବ l ଏହାଦ୍ବାରା ଲଟକନପଡା, ଲିମଡ଼ିହି ଏବଂ ଦଲଦଲି ଗ୍ରାମର ୧୪୪ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇ ପାରିବ l ଜିଲ୍ଲପାଳ କହିଲେ ଯେ ଜିଲ୍ଲାର ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠିକ୍ ଭାବରେ କାର୍ଯ୍ୟ କରୁ l କେନାଲ ସବୁ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମିତ ହେଉ l ମନରେଗା ଯୋଜନାରେ ଅଧିକ ଅର୍ଥ ବରାଦ କରାଯାଇ ଅଧିକ ଲୋକଙ୍କୁ ଶ୍ରମ ଭିତ୍ତିକ କାମ ଯୋଗାଇ ଦିଆଯିବ l
ଲଟକନପଡ଼ା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ: ତିନିଟି ଗ୍ରାମ ର ୧୪୪ ହେକ୍ଟର ଜମି ଜଳସେଚିତ ହେବ।
ଲଟକନପଡ଼ା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ: ତିନିଟି ଗ୍ରାମ ର ୧୪୪ ହେକ୍ଟର ଜମି ଜଳସେଚିତ ହେବ।
130
previous post