
ନୂଆପଡ଼ା – ୯/୮( ସୁରେନ୍ଦ୍ର ତିୱାରୀ) ଗତ କାଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ନୂଆପଡ଼ା ଶାଖା ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ ଆବାହକ ତଥା ଓଷ୍ଟା ଜିଲ୍ଲା ସଂପାଦକ ରବୀନ୍ଦ୍ର କୁମାର ଯୋଷୀ ଙ୍କ ନେତୃତ୍ବରେ ଉପରୋକ୍ତ ଶୋଭାଯାତ୍ରା ମିନି ଷ୍ଟାଡିୟମ୍ ରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଦାବି ସମ୍ବଳିତ ସ୍ଲୋଗାନ ଦେଇ ଆସିଥିଲେ ଓ ଧାରଣା ରେ ବସିଥିଲେ। ପ୍ରମୁଖ ଦାବି ମଧ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜର କର୍ମଚାରୀଙ୍କ ପାଇଁ ପେନ୍ସନ ଓ ସର୍ତାବଳୀ ଲାଗୁ କରିବା, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ବରିଷ୍ଠତା ଭିତ୍ତିରେ ଇନକ୍ରିମେଣ୍ଟ ପ୍ରଦାନ, ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ, ଅବସର ସମୟସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଅନ୍ୟତମ। ୬ ଦଫା ସମ୍ବଳିତ ଦାବିକୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ,ଆଇନ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି। ଏ ଅବସର ରେ ଓଷ୍ଟା ଜିଲ୍ଲା ସଭାପତି ବନବିହାରୀ ମେହେର,କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ବିଶି, ପରମାନନ୍ଦ ସାହୁ, ସଞ୍ଜୟ ପଣ୍ଡା, ସୀମାଞ୍ଚଳ ଦାସ, ସୁବାସ ଚନ୍ଦ୍ର ସାହୁ, ଚତୁର୍ଭୁଜ ସିଂଦେଓ, ତପନ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ।
ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା।
52