ନୂଆପଡ଼ା – ୧୭/୯ (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଏକ ପ୍ରତିନିଧି ମଣ୍ଡଳୀ ଆବାହାକ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ କୋମନା ବ୍ଳକ୍ ଅନ୍ତର୍ଗତ କ୍ରିଷ୍ଣା ଗ୍ରାମ ର ମୃତ ଦାଦନ ଶ୍ରମିକ ସ୍ୱର୍ଗତ ବିଶ୍ବମ୍ବର ହଂସ ଙ୍କ ଘରେ ପହଞ୍ଚି ଶୁଦ୍ଧି କ୍ରିୟା ରେ ସାମିଲ୍ ହେବା ସହିତ ତାଙ୍କ ପତ୍ନୀ, ପିତା ଓ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ଙ୍କ ସହିତ ଆଲୋଚନା କରି ହାଲ ଚାଲ ପଚାରି ବୁଝିଥିଲେ। ବିଗତ ତିନି ମାସ ତଳେ ବିଶ୍ବମ୍ବର ପେଟ ପୋଷିବା ପାଇଁ ବମ୍ୱେ ର ଥାନେ ରେ ଏକ କାରଖାନା ରେ କାମ କରିବା ପାଇଁ ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଉପଯୁକ୍ତ ଚିକିତ୍ସା ଅଭାବରୁ ବିୟୋଗ ହୋଇଥଲା ଓ ତାଙ୍କ ମର ଶରୀର ଗାଁ କୂ ଫେରି ଥିଲା। ରୋଜଗାର କ୍ଷମ ୩୫ ବର୍ଷ ର ଯୁବକ ଙ୍କ ଅକାଳ ବିୟୋଗ ପରେ ତାଙ୍କ ବିଧବା ପତ୍ନୀ ଓ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଏହି ଗରୀବ ପରିବାର କୁ ଆବଶ୍ୟକ ମତେ ପ୍ରଶାସନିକ ସେବା ଓ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ପାଣିଗ୍ରାହୀ ଜିଲ୍ଲାପାଳ ଙ୍କ ସହିତ ଫୋନ୍ ଯୋଗେ ଜଣେଇ ଥିଲେ। ଶୁଦ୍ଧି କ୍ରିୟା ସାରି ଉକ୍ତ ପରିବାର ତାଙ୍କ ପାଖ ରେ ସାକ୍ଷାତ୍ ଆଲୋଚନା ପାଇଁ ପଠେଇ ଦେଲେ ମୁଁ ସେମାନଙ୍କ ସହିତ ଆଲୋଚନା କରି ପ୍ରଶାସନ ଦ୍ବାରା ଯଥା ସମ୍ଭବ ସହାୟତାଯୋଗେଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତକାଲି ଖରିଆର ଅଗ୍ରସେନ ଭବନ ଠାରେ ଆବାହକ ଶ୍ରୀ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ମହାସଂଘ ର ବୈଠକ ରେ ସ୍ୱର୍ଗତ ବିଶ୍ବମ୍ବର ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଶୁଦ୍ଧି କ୍ରିୟା ଦିନ ଉକ୍ତ ପରିବାର ର ହାଲଚାଲ ପଚାରି ବୁଝିବା ପାଇଁ ଏକ ପ୍ରତନିଧି ମଣ୍ଡଳୀ ତାଙ୍କ ପରିବାର ଜନ ଙ୍କୁ ଭେଟିବା ପାଇଁ ନିଷ୍ପତି ହୋଇଥଲା। ମହାସଂଘ ତତଫରୁ ତାଙ୍କ ବିଧବା ପତ୍ନୀ ଙ୍କୁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଥିଲା। ଏହି ପ୍ରତିନିଧି ମଣ୍ଡଳୀ ରେ ଶ୍ରୀ ପାଣିଗ୍ରାହୀ ଙ୍କ ସହିତ ଶୁକ୍ଲାମ୍ବର୍ ନିଆଲ୍, ଭକ୍ତବନ୍ଧୁ ଧରୁଆ, ଅନିରୁଦ୍ଧ ନାଗ ଓ ଜ୍ଞାନେଶ୍ଵର ବାଗ ପ୍ରମୂଖ ସାମିଲ୍ ହୋଇଥିଲେ।
ଶ୍ରମିକ ମହସଂଘ ର ଏକ ପ୍ରତିନିଧି ମଣ୍ଡଳ ମୃତ ଦାଦନ ଶ୍ରମିକ ପରିବାରଙ୍କୁ ସାକ୍ଷାତ କଲେ।
"ଜିଲ୍ଲା ଶ୍ରମିକ ମହାସଂଘ ର ଏକ ପ୍ରତିନିଧି ମଣ୍ଡଳୀ ଆବାହାକ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ କୋମନା ବ୍ଳକ୍ ଅନ୍ତର୍ଗତ କ୍ରିଷ୍ଣା ଗ୍ରାମ ର ମୃତ ଦାଦନ ଶ୍ରମିକ ସ୍ୱର୍ଗତ ବିଶ୍ବମ୍ବର ହଂସ ଙ୍କ ଘରେ ପହଞ୍ଚି ଶୁଦ୍ଧି କ୍ରିୟା ରେ ସାମିଲ୍ ହେବା ସହିତ ତାଙ୍କ ପତ୍ନୀ, ପିତା ଓ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ଙ୍କ ସହିତ ଆଲୋଚନା କରି ହାଲ ଚାଲ ପଚାରି ବୁଝିଥିଲେ"
69