ନୂଆପଡ଼ା -୫/୮ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ କୁରେଶ୍ଵର ଗ୍ରାମପଞ୍ଚାୟତ ଜିଲ୍ଲାସାରା ପୂର୍ବରୁ ଦୁର୍ନୀତି ଘଟିଥିବା ପାଇଁ ଚର୍ଚ୍ଚା ର କେନ୍ଦ୍ର ସାଜିଥିଲା। ବର୍ତ୍ତମାନ ଆଉ ଏକ ଅଭିଯୋଗ ଵା ଖବର ନଜରକୁ ଆସିଲା ପରେ ଦୁର୍ନୀତିର ଗନ୍ଧ ପଦାକୁ ଆସିଛି। ସୂଚନା ମୁତାବକ କୁରେଶ୍ଵର ଗ୍ରାମପଞ୍ଚାୟତର ପୂର୍ଵତନ ପିଇଓ ବରୁଣ ଦାସଙ୍କ ଦସ୍ତଖତ ଥିବା ଚେକ ନରସିଂ ମାଝୀ ବୟସ ୨୮ବର୍ଷ ପିତା ପୂର୍ଣ୍ଣଚନ୍ଦ୍ର ମାଝୀ,ଗ୍ରାମ- ଧରାଭଟା,ଥାନା – କୋମନାଙ୍କ ନାମରେ ହସ୍ତଗତ ହୋଇଛି। ନରସିଂ ମାଝୀ ହେଉଛନ୍ତି ଉଦ୍ୟାନବନ୍ଧର ଉତ୍ତମ ବରାଳଙ୍କ ମୁନସୀ। ସେ ତାଙ୍କର ଜେସିବି ଗାଡି ଦେଖାରେଖା କରନ୍ତି ବୋଲି କୁହାଯାଉଛି। ପୂର୍ବରୁ କୁରେଶ୍ଵର ଗ୍ରାମପଞ୍ଚାୟତର ଖରସେଲପଡା ଠାରେ ଅମୃତ ସରୋବର ପୋଖରୀ ଖନନ କାର୍ଯ୍ୟ ଅକ୍ଟୋବର ୨୦୨୩ ରୁ ଡିସେମ୍ବର ୨୦୨୪ ମଧ୍ୟରେ କାମ କରିଥିଲେ। ଉକ୍ତ କାର୍ଯ୍ୟର ବିଲ ଵା ପାଉଣା ବାବଦକୁ ୩,୬୦,୦୦୦ଟଙ୍କା ବାକି ରହିଛି. ସେଥିପାଇଁ ପିଇଓଙ୍କ ସହ ସାକ୍ଷାତ ପରେ ନରସିଂ ମାଝୀଙ୍କ ନାମରେ ଏକ୍ସସିସ ବ୍ୟାଙ୍କ ଚେକ ନମ୍ବର -୦୦୨୬୭୯ ତାରିଖ ୨ ଅଗଷ୍ଟ ୨୦୨୫ ରେ ୩,୬୦,୦୦୦ ଟଙ୍କା ର ଚେକ ବରୁଣ ଦାସ ଦେଇଛନ୍ତି। ଉକ୍ତ ଚେକକୁ ନରସିଂ ମାଝୀ ଟଙ୍କା ଉଠାଣ ପାଇଁ କୁରେଶ୍ଵର ଏସବି ଆଇ ବ୍ୟାଙ୍କରେ ଜମା କଲେ। ବ୍ୟାଙ୍କ ମେନେଜର ଚେକର ଫୋଟୋ ଉଠାଇ ଟଙ୍କା ଦିଆଯିବ ନାହିଁ ବୋଲି କହିଥିଲେ। ନରସିଂ କହିବାନୁସାରେ ବରୁଣ ଦାଶ ବର୍ତ୍ତମାନ ଗ୍ରାମପଞ୍ଚାୟତ ର ପିଇଓ ନ ଥିବା ବେଳେ ମୋତେ ହଇରାଣ କରିବା ମନୋଭାବ ରଖି ଓ ଏହି ଟଙ୍କା ହଡପ କରିବା ଉଦ୍ଦେଶ୍ୟରେ ଚେକ ପ୍ରଦାନ କରିଥିଲେ ବୋଲି ଥାନା ଅଧିକାରୀ କୋମନା ନିକଟରେ ଅଭିଯୋଗ କରିଛନ୍ତି। ମାଝୀ ନିରୁପାୟ ହୋଇ ଥାନାର ଦ୍ୱାରସ୍ତ ହୋଇଥିବା ଜଣା ପଡିଛି। ସେପଟେ ଅନ୍ୟ ମାନେ ଏହାକୁ ପୂର୍ବତନ ସରପଞ୍ଚଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣି ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି । ପିଇଓ ପଦ ରୁ ବହିଷ୍କାର ହେବା ପରେ ବରୁଣ ଦାସ ପାଖ କୁ ଚେକ କେମିତି ଆସିଲା ଓ ସେ କାହିଁକି ନିଜ ଦସ୍ତଖତ ଦେଇ ନରସିଂ କୁ ଦେଲେ ତାହା ତଦନ୍ତ ସାପେକ୍ଷ କିନ୍ତୁ ଉପଯୁକ୍ତ ତଦନ୍ତ ଓ ଉଚିତ ପଦକ୍ଷେପ ନେଵା ପରେ ହିଁ ଜଣା ପଡିବ ଏଥିରେ କାହାର ସମ୍ପୃକ୍ତି ଅଛି। ନିରପେକ୍ଷ ତଦନ୍ତ କରି ଦୋଷୀ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି ।
ସତ୍ୟ ହେଲେ ସାଙ୍ଘାତିକ : ପୁନଃ ପୁର୍ବତନ ପିଇଓଙ୍କ କଳା କାରନାମା, ଚେକ ରେ ଜାଲ ଦସ୍ତଖତ ଅଭିଯୋଗ।
56