Home ରାଜ୍ୟସାଂସଦ ଙ୍କ ଦ୍ଵାରା ନୂଆପଡ଼ା ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା) ର ସମୀକ୍ଷା ବୈଠକ।     

ସାଂସଦ ଙ୍କ ଦ୍ଵାରା ନୂଆପଡ଼ା ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା) ର ସମୀକ୍ଷା ବୈଠକ।     

by Maraguda Express
0 comments
ନୂଆପଡ଼ା -୧/୩ ଗତ କାଲି ଅପରାହ୍ନରେ ନୂଆପଡା ଜିଲ୍ଲା ସଦ୍ଭାବନା ସଭା ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା କମିଟି ସଭା, ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାପାଳ ମଧୁସୂଦନ ଦାଶ କହିଲେଯେ, ଜିଲ୍ଲାରେ ବିଭିନ୍ନ ବିଭାଗର ଉନ୍ନୟନ କାମର ଦୃତ ପ୍ରଗତି ହୋଇଛି  ଏହାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ଏହି ସାମୟିକ ସମୀକ୍ଷା ସହାୟକ ହେବ । ସାଂସଦ କହିଲେ ଯେ ଗତାନୁଗତିକ ଭାବରେ ବିଭାଗୀୟ ଅଧିକାରୀ ମାନେ ପ୍ରଗତି ରିପୋର୍ଟ ନ ଦେଇ ଜନ ପ୍ରତିନିଧି ମାନେ ସେମାନଙ୍କ ସମସ୍ୟା ସବୁ ଗୃହରେ ଉତ୍ଥାପନ କରିବେ । ଏହାପରେ ସମସ୍ତ ବ୍ଲକ୍ ର ଅଧ୍ୟକ୍ଷା , ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ, ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ ଏବଂ ଦିଶା ସଭ୍ୟ ମାନେ ଜନସାଧାରଣଙ୍କ ମୁଖ୍ୟ ସମସ୍ୟା ଯଥା ଘରଡିହ, ବାସଗୃହ, ବିଦ୍ୟୁତ୍, ପାନୀୟ ଜଳ, ସଡକ , ଶ୍ରମ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ମିଶନ, କୃଷି , ଶିଳ୍ପ, ଖାଦ୍ୟ ଯୋଗାଣ ଇତ୍ୟାଦି ବିଷୟ ଉପରେ ଗୃହରେ ବିଶଦ ଭାବରେ ଆଲୋଚନା କରିଥିଲେ l ଏହାପରେ ସାଂସଦ ଗୋଟି ଗୋଟି କରି ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଏହିସବୁ କ୍ଷେତ୍ରରେ ଯେତେ ସବୁ ସମସ୍ୟା ଅଛି ସେସବୁର ଶୀଘ୍ର ସମାଧାନ କରିବା ପାଇଁ ସାଂସଦ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ lଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସମୟ ସିମା ଭିତରେ ଶୀଘ୍ର ସାରିବା ପାଇଁ ଗୁରୁତ୍ବ ଦେଇଥିଲେ। ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନିଜ ବିଧାନସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ଏହା ଉପରେ ବିଭିନ୍ନ ବିଭାଗ କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଁଥିଲେ l ଜିଲ୍ଲାପାଳ କହିଲେ ଯେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୁଚିତ ପଦକ୍ଷେପ ଗ୍ରହଣ କରାଯାଉଛି । ସମସ୍ତ ବିଦ୍ୟାଳୟ , ମହାବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ରରେ ପିଇବା ପାଣି ଯୋଗାଣ ଓ ଶୌଚାଳୟ ନିର୍ମାଣ କୁ ପ୍ରାଥମିକତା ଦିଆ ଯାଉଛି l ଜିଲ୍ଲାରେ ପ୍ରଥମଥର ପାଇଁ ବିଧବା ମହିଳା ମାନଙ୍କ ଡାଟା ବେସ ତିଆରି ହୋଇ ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆ ଯାଇଛି l ଏହା ସହିତ ବିଭିନ୍ନ ଲାଇନ୍ ବିଭାଗ ସେମାନଙ୍କ ଜୀବନ ଜୀବିକା ପାଇଁ ସହାୟତା ଯୋଗାଇ ଦେଉଛନ୍ତି l ଆଜିକାର ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝି, ସମସ୍ତ ବ୍ଲକ୍ ର ଅଧ୍ୟକ୍ଷା, ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ,ବିଭିନ୍ନ ଜନ ପ୍ରତିନିଧି, ଦିଶା କମିଟି ସଦସ୍ୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ,ବନଖଣ୍ଡ ଅଧିକାରୀ ଖଡିଆଳ, ଅଜିଜ୍ ଖାନ୍,ବନଖଣ୍ଡ ଅଧିକାରୀ ବନ୍ୟଜନ୍ତୁ, ସମିର ସାହୁ , ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ ପ୍ରମୂଖ ଯୋଗଦେଇଥିଲ । ସମସ୍ତ ଜନପ୍ରତିନିଧି ଓ ଅଧିକାରୀଗଣ ମିଳିତ ଭାବରେ ଜିଲ୍ଳାର ସାମଗ୍ରିକ ଉନ୍ନତି କରିବା ପାଇଁ ସାଂସଦ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଆସନ୍ତା ଏପ୍ରିଲ୍ ଏକ ତାରିଖରୁ ଆରମ୍ଭ ହେଉଥିବା “ମାରାଗୁଡା ଲୋକ ମହୋତ୍ସବ” ର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ସମସ୍ତ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥଲେ । ଶେଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha