Home ରାଜ୍ୟସିନାପାଲି ଓ ଗୋଡ଼ାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ।

ସିନାପାଲି ଓ ଗୋଡ଼ାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ।

by Maraguda Express
0 comments

ନୂଆପଡ଼ା – ୧୫/୧୦ (ସୁରେନ୍ଦ୍ର ତିୱାରୀ) ସିନାପାଲି ଗୋଷ୍ଠୀ ଶିକ୍ଷା କ୍ଷେତ୍ର ଅନ୍ତର୍ଗତ ସିନାପାଲି ଓ ଗୋଡ଼ାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଛି । ଏନେଇ ସିନାପାଲି କେଂଦ୍ର ପ୍ରାଥମିକ ବିଦ୍ଯାଳୟ ଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ହୄଦାନନ୍ଦ ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ଯଅତିଥି ଭାବରେଏବିଇଓ ପ୍ରଦୀପ କୁମାର ପଣ୍ତା, ମୁଖ୍ଯବକ୍ତା ଲଳିତ କୁମାର ସୁନାରୀ ଓ ସମ୍ମାନିତ ଅତିଥି ଭାବରେ ନରହରି ମେହେର, ଶଶୀଭୂଷଣ ମାଝୀ, ପ୍ରଭାତ କୁମାର ପାତ୍ର, ଅଜିତ କୁମାର ଯୋଷୀ, ପ୍ରସନ୍ନ କୁମାର ମାଝୀ, କୁସୁମ ମଞ୍ଜରି ତାଣ୍ତି ଯୋଗଦେଇ ଥିଲେ । ପ୍ରାରମ୍ଭରେ ରଶ୍ମିପ୍ରଭା ମେହେର ସ୍ବାଗତ କରିଥିବା ବେଳେ ସିଆରସିସି ବଂଶୀଧର ଜଗତ ଉଦ୍ଦେଶ୍ଯଜ୍ଞାପନ କରିଥିଲେ । ସନ୍ତୋଷିନୀ ମେହେର ପ୍ରତିଯୋଗିତା ସୂଚନା ପ୍ରଦାନ କରିଥିବା ବେଳେ ଅତୁଳ ପାତ୍ର ଧନ୍ଯବାଦ ଦେଇଥିଲେ । ସେହିପରି ସିଆରସିସି ବଂଶୀଧର ଜଗତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ଯଅତିଥି ଭାବରେ ଅବସରପ୍ରାପ୍ତ ତହସିଲଦାର ହୄଦାନନ୍ଦ ମାଝୀ ଓ ସମ୍ମାନିତ ଅତିଥି ଭାବରେ ଅଜିତ ଯୋଷୀ, କିଶୋର ସାହୁ, ଅସ୍ମିତା ପାଢ଼ୀ, ତିର୍ଥ ମେହେର ଉପସ୍ଥିତ ରହିଥିଲେ । ଏହି ଅଧିବେଶନରେ ଅତୁଳ ପାତ୍ର ସ୍ବାଗତ ଓ ସତ୍ଯରୂପା ଯୋଷୀ ଧନ୍ଯବାଦ ଦେଇଥିଲେ । ସେହିପରି ଗୋଡ଼ାଳ କ୍ଲଷ୍ଟର ସୁରଭିରେ ସିଆରସିସି ବିଭୁତି ମେହେର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ଏବିଇଓ ପ୍ରଦୀପ କୁମାର ପଣ୍ତା ଓ ମୁଖ୍ଯବକ୍ତା ଭାବରେ କିଶୋର ଯୋଷୀ ଯୋଗ ଦେଇଥିଲେ । ଏଠାରେ ସମ୍ମାନିତ ଅତିଥି ଭାବରେ, ସୁଶୀଳ ଯୋଷୀ, ଭରତ ଚଂଦ୍ର ବାଗ, ବିବେକାନନ୍ଦ ଭୋଇ, ରାଜେଂଦ୍ର ନାଏକ ଓ ରାଜେଂଦ୍ର ଖମାରୀ ଉପସ୍ଥିତ ଥିଲେ । ଜ୍ଞାନରଞ୍ଜନ ସୁନାନୀ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଦୀପ ଯୋଷୀ ପ୍ରତିଯୋଗିତା ଗୁଡ଼ିକର ସୂଚନା ଦେଇଥିଲେ। ଉଭୟ କ୍ଲଷ୍ଟର ଅନ୍ତର୍ଗତ ଵିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବରିଷ୍ଠ ଓ କନିଷ୍ଠ ବିଭାଗ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, ତର୍କ, କୁଇଜ, ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ଯକ୍ରମ ମୁଖ୍ଯ ଆକର୍ଷଣ ଥିଲା । ଶେଷରେ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha