ନୂଆପଡ଼ା -୧/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପଛପଟ ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ରେ କାମ କରୁଥିବା ଜଣେ ନାବାଳକ ଶ୍ରମିକର ବିଦ୍ୟୁତ ଆଘାତରେ ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନାନୁଯାଇ ସିନାପାଲି ଥାନା ପଛପଟ ତଥା ଗୋଡାଲ ଗାଁ କୁ ଯିବା ରାସ୍ତାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ରହିଅଛି l ଏହି ଦୋକାନ ରେ ମୃତକ ନାବାଳକ ଶ୍ରମିକ ଦୀର୍ଘ ଛଅ ସାତ ମାସ ହେବ ଦୋକାନ ରେ କାମ କରିବା ସହିତ ମାଲିକ ଙ୍କ ଅନ୍ୟାନ୍ୟ ଘର କାମ ରେ ମଧ୍ୟ ନିୟୋଜିତ ହେଉଥିଲେ l ସବୁ ଦିନ ଭଳି ଆଜି ମଧ୍ୟ ନାବାଳକ ଶ୍ରମିକ ଦୋକାନ ର କାମ କରିବା ସହ ଘର କାମ କଲା ବେଳେ ଲୁହ ରଡ଼ ନେବା ସମୟରେ ବିଦ୍ୟୁତ ସ୍ପର୍ଶ ଆସି ଯାଇଥିଲେ l ଯାହା ଫଳରେ ନାବାଳକ ଶ୍ରମିକ ବିଦ୍ୟୁତ ସ୍ପର୍ଶରେ ଆସି ଟଳି ପଡ଼ିଥିଲେ ବୋଲି କୁହାଯାଉଛି l ତାଙ୍କୁ ସେଠାରୁ ସିନାପାଲି ଡାକ୍ତରଖାନା ନିଆ ଯାଇଥିଲା ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମୃତକ ନାବାଳକ ଶ୍ରମିକ ସିନାପାଲି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମର ଧନସେ ହରିଜନ ଙ୍କ ପୁଅ କୁବେର ହରିଜନ (୧୭ବର୍ଷ ) ବୋଲି ଜଣା ପଡିଛି l ସୂଚନାନୁସାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ର ମାଲିକ ଅଭିମନ୍ୟୁ ସାହୁ ଜଣେ ପେଶାରେ ଶିକ୍ଷକ ଅଟନ୍ତି । ସେ ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ବୈଜଳ ଗଡ଼ ହାଇସ୍କୁଲ ରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ସେ ସିନାପାଲି ରେ ଘର କରି ରହି ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ନାମରେ ଏକ ଦୋକାନ କରି ବ୍ୟବସାୟ ମଧ୍ୟ କରନ୍ତି l ଏଠାରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ର ମାଲିକ ଜଣେ ଶିକ୍ଷିତ ତଥା ଶିକ୍ଷକ ହୋଇଥିଲେ ମଧ୍ୟ ଜଣେ ନାବାଳକ ଙ୍କୁ କିପରି ଶ୍ରମିକ ଭାବରେ ନିଜ ଦୋକାନ ତଥା ଘର କାମରେ ନିୟୋଜିତ କରୁଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ପ୍ରକଟ କରୁଛି l ଏ ଉପରେ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ସହ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ଏହା ଛଡ଼ା ମୃତକ ଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବୀ ହେଇଛି ଏ ନେଇ ସିନାପାଲି ଆଇଆଇସି ରଶ୍ମିତା ପ୍ରଧାନ ଙ୍କୁ ପଚାରିବାରୁ କେଶ ନମ୍ୱର -୧୫/ , ୧ ସେପ୍ଟେମ୍ବର ୨୫ ରେ କେଶ କରାଯାଇଛି ଓ ତଦନ୍ତ ଅବ୍ୟାହତ ରହିଛି ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ ସମଗ୍ର ନୂଆପଡ଼ା ଜିଲ୍ଲାର କେତେକ ଗେରେଜ, କିରାନା, କପଡା, ହୋଟେଲ ଦୋକାନ ମାନଙ୍କରେ ନାବାଳକ ମାନେ କାମ କରୁଥିବା ବେଳେ ପ୍ରଶାସନ କାହିଁକି ଅଣଦେଖା କରୁଛି ଓ ଏହା ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ସିନାପାଲି ଥାନା: ବିଦ୍ୟୁତ ସ୍ପର୍ଶ ରେ ଆସି ନାବାଳକ ଶ୍ରମିକର ର ମୃତ୍ୟୁ, କ୍ଷତି ପୂରଣ ଦାବୀ
"ଏଠାରେ ପ୍ରଶ୍ନ ଉଠୁଛି ଯେ ସମଗ୍ର ନୂଆପଡ଼ା ଜିଲ୍ଲାର କେତେକ ଗ୍ୟାରେଜ, କିରାନା, କପଡା, ହୋଟେଲ ଦୋକାନ ମାନଙ୍କରେ ନାବାଳକ ମାନେ ନିୟୋଜିତ ହୋଇ କାମ କରୁଥିବା ବେଳେ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନି ବୋଲି ବୁଦ୍ଧିଜୀବୀ ଚର୍ଚ୍ଚା ହେଉଛି" ପୁନଃ ଅଘଟଣ ହେବା ପୁର୍ବ ରୁ କାର୍ଯ୍ୟାନୁଷ୍ଠାନ ଦାବି।
75
previous post