Home ରାଜ୍ୟସିନାପାଲି ବ୍ଲକ: ନିଲଜି ଠାରୁ ଗଡରାମାଲ ରାସ୍ତା ପ୍ରତି ବିଡିଓ ଙ୍କ ଦୃଷ୍ଟି ପଡୁ

ସିନାପାଲି ବ୍ଲକ: ନିଲଜି ଠାରୁ ଗଡରାମାଲ ରାସ୍ତା ପ୍ରତି ବିଡିଓ ଙ୍କ ଦୃଷ୍ଟି ପଡୁ

by Maraguda Express
0 comments

ନୂଆପଡ଼ା -୩୧/୭ (ସୁରେନ୍ଦ୍ର ତିୱାରୀ)। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜି ପଞ୍ଚାୟତ ର ନିଲଜି ଠାରୁ ଗଡରାମାଲ ରାସ୍ତା ଅତି ଶୋଚନୀୟ ହୋଇ ପଡ଼ି ରହିଛି। ସରକାର ରାସ୍ତା ଘାଟ ପାଇଁ ବିଭିନ୍ନ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାରମ୍ବାର ଗୋଟିଏ ରାସ୍ତା କୁ ଅନେକ ଥର କାମ କଲେ ମଧ୍ଯ ରାସ୍ତା ର ରୂପ ବଦଳୁ ନାହିଁ ଯେମିତି କୁ ସେମିତି । ସ୍ଥାନୀୟ ଠିକାଦାର, ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀ ସଲାସୁତୁରା କରି ଟଙ୍କା ହେର ଫେର କରୁଛନ୍ତି ବୋଲି ଅଭିଯୋଗ ଆସୁଛି ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜି ଗ୍ରାମ ରୁ। ପ୍ରକାଶ ଯେ ନିଲଜି ଗ୍ରାମ ଠାରୁ ଗଡରାମାଲ ଗ୍ରାମ ରାସ୍ତା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଦେଇ ଉଭୟ ଗ୍ରାମର ଲୋକେ ବିଭିନ୍ନ କାମରେ ଯାତାୟାତ କରନ୍ତି। ଏମିତିକି ନିଲଜି ଗ୍ରାମ ର ଅନେକ ଛାତ୍ରଛାତ୍ରୀ ସରକାରୀ ୟୁପିଏସ ସ୍କୁଲ ଗଡରାମାଲ ରେ ଥିବା ବେଳେ ପ୍ରତେକ ଦିନ ଯାତାୟାତ କରନ୍ତି। ହେଲେ ରାସ୍ତା ର ଦୁର୍ଦଶା ପାଇଁ ଛାତ୍ରଛାତ୍ରୀ ହଇରାଣ ହରକତ ହେବାସହ ଅନେକ ସମୟରେ କାଦୁଅ ପଚପଚ ଯୋଗୁ ତଲେପଡି ଖଣ୍ତିଆ ଖାବରା ହେଉଛନ୍ତି। ସେହିପରି ଗଡରାମାଲ ଗ୍ରାମବାସୀ ନିଜ ପଞ୍ଚାୟତ କାର୍ଯ୍ୟାଳୟ , ସୋସାଇଟି, ହାଇସ୍କୁଲ, ୟୁଜିବି ବ୍ୟାଙ୍କ, ଦୋକାନ ବଜାର ତଥା ବିଭିନ୍ନ ସରକାରୀ ବେସରକାରୀ କାମରେ ଯାତାୟାତ କରୁଥିବା ବେଲେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଥିବା ସ୍ଥାନୀୟ ଜନପ୍ରତିନିଧି, ବୁଦ୍ଧିଜୀବୀଙ୍କ ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ରାସ୍ତା ରେ ଅନେକ ଥର ଲକ୍ଷ ଲକ୍ଷ ଟଙ୍କାରେ ମୁରୁମ ମେଟାଲ କାମ ହୋଇଥିବା ବେଳେ ନାମକୁ ମାତ୍ର କାର୍ଯ୍ୟ କରି ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ଟି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟିଦେଇ ପକ୍କା ରାସ୍ତା ନିର୍ମାଣ କରିବାକୁ ସାଧାରଣ ରେ ଦାବୀ ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha