Home ରାଜ୍ୟଭାରତ ନିର୍ବାଚନ ଆୟୋଗ ନିର୍ବାଚନ ସଦନ ,ପ୍ରେସ ଇସ୍ତାହାର

ଭାରତ ନିର୍ବାଚନ ଆୟୋଗ ନିର୍ବାଚନ ସଦନ ,ପ୍ରେସ ଇସ୍ତାହାର

by Maraguda Express
0 comments

ପ୍ରେସ ଇସ୍ତାହାର
ବିହାର ନିର୍ବାଚନ ଓ ଉପନିର୍ବାଚନ ୨୦୨୫ : ନୀରବ ଅବଧି (Silence Period) ରେ ନିର୍ବାଚନ ସମ୍ପର୍କୀୟ ବିଷୟବସ୍ତୁ ଓ Exit Poll ପ୍ରଦର୍ଶନ ନିଷେଧ 1. ଭାରତ ନିର୍ବାଚନ ଆୟୋଗ (ECI) ୨୦୨୫ ଅକ୍ଟୋବର ୬ ତାରିଖରେ ବିହାର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ବିହାରରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନଭେମ୍ବର ୬,୨୦୨୫ ଓ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧, ୨୦୨୫ ରେ ଅନୁଷ୍ଠିତ ହେବ ।2. ଜନପ୍ରତିନିଧି ଆଇନ, 1951 (Representation of the People Act, 1951) ର ଧାରା 126(1)(b) ଅନୁଯାୟୀ ନିର୍ବାଚନ ସମୟରେ କୌଣସି ଟେଲିଭିଜନ କିମ୍ବା ସେହିପରି ଉପକରଣ ମାଧ୍ୟମରେ ନିର୍ବାଚନ ସମ୍ପର୍କୀୟ ବିଷୟବସ୍ତୁ ପ୍ରଦର୍ଶନ ନିଷିଦ୍ଧ ଅଟେ। ଏହି ନିଷେଧ ମତଦାନ ଶେଷ ହେବାର 48 ଘଣ୍ଟା ପୂର୍ବରୁ (Silence Period) ଲାଗୁ ହେବ ଏବଂ ସେହି ମତଦାନ କ୍ଷେତ୍ର ଭିତରେ ମାନ୍ୟ ହେବ।3. ଆୟୋଗ ପୁନର୍ବାର କହିଛି ଯେ ସମସ୍ତ ଟିଭି/ରେଡିଓ ଚ୍ୟାନେଲ ଓ କେବଲ ନେଟୱର୍କଗୁଡ଼ିକ ଏହି 48 ଘଣ୍ଟା ଅବଧି ମଧ୍ୟରେ ଯେଉଁ ପ୍ରସାରଣ/ପ୍ରଦର୍ଶନ କରିବେ, ସେଥିରେ ଏମିତି କୌଣସି ବିଷୟ, ମତାମତ, ଆଲୋଚନା କିମ୍ବା ଆହ୍ୱାନ ରହିବା ଉଚିତ ନୁହେଁ, ଯାହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ, କିମ୍ବା ନିର୍ଦ୍ଦିଷ୍ଟ ପାର୍ଟି କିମ୍ବା ପ୍ରାର୍ଥୀଙ୍କ ପକ୍ଷରେ ପ୍ରଚାର ଭାବେ ବିବେଚିତ ହୋଇପାରେ। ଯେକୌଣସି Opinion Poll (ମତାମତ ସର୍ବେକ୍ଷଣ) ପ୍ରଦର୍ଶନ ମଧ୍ୟ ନିଷିଦ୍ଧ ଅଟେ ।4. ଆୟୋଗ 1951 ମସିହାର R.P. Act ର ଧାରା 126A ଅନୁଯାୟୀ Exit Poll ପରିଚାଳନା ଓ ସେହି ଫଳାଫଳ ମୁଦ୍ରିତ କିମ୍ବା ଇଲେକ୍ଟ୍ରୋନିକ ମାଧ୍ୟମରେ ପ୍ରଚାରକୁ ନିଷିଦ୍ଧ କରିଛନ୍ତି। ଏହି ନିଷେଧ ସମୟ ନଭେମ୍ବର ୬, ୩୦୨୫ (ଗୁରୁବାର) ସକାଳ ୭.୦୦ ରୁ ନଭେମ୍ବର ୧୧, ୨୦୨୫ (ମଙ୍ଗଳବାର) ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଧାରା 126A ର ଉଲ୍ଲଂଘନ କଲେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ଜରିମାନା କିମ୍ବା ଉଭୟ ହୋଇପାରେ ।5. ଆୟୋଗ ସମସ୍ତ ଗଣମାଧ୍ୟମକୁ ଏହି ନିୟମର ଉଦ୍ଦେଶ୍ୟକୁ ସମ୍ମାନ ଜଣାଇ ଏହାକୁ ପାଳନ କରିବାକୁ ପରାମର୍ଶ ଦେଇଛି। (ସୌଜନ୍ୟ -DI&PRO,NPD)

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha