
ନୂଆପଡ଼ା -୨୯/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର କେତେକ ନେତାମାନଙ୍କ ମଧ୍ୟରେ ଚାଳିଛି ତୁ ତୁ ମେ ମେ। ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକରେ ଆରୋପ ପ୍ରତ୍ୟାରୋପ କୁ ନେଇ ଏବେ ସିନାପାଲି ରାଜନୈତିକ ମହଲ ରେ ବେଶ ଚର୍ଚ୍ଚା ପାଲଟି ଥିବା ବେଳେ ସିନାପାଲି ଅଞ୍ଚଳ ର ବିକାଶ କୁ ନେଇ ଉଠିଛି ନାନା ପ୍ରଶ୍ନ। ଗତ ପଞ୍ଚାୟତ ନିର୍ବାଚନ ସମୟରେ ହୋଇଥିବା ପଦପଦବୀ ଲଢେଇ ସାଙ୍ଗକୁ ସାଧାରଣ ନିର୍ବାଚନ ରେ ନେତା ମାନଙ୍କ ସପକ୍ଷ ଓ ବିପକ୍ଷ ମଧ୍ୟରେ ରହିଥିବା ଅନ୍ତରର୍ଦ୍ୱନ୍ଦ ଏବେ ବି ଲାଗି ରହି଼ଛି। ଯାହା ଫଳରେ ସାଧାରଣ ଲୋକମାନେ ନେତା ମାନଙ୍କ ଠାରୁ ଅଞ୍ଚଳ ର ସମସ୍ୟା ସମାଧାନ ହେବାର ଯେଉଁ ଆଶା ଓ ସ୍ୱପ୍ନ ରଖିଥିଲେ ତାହା ଆଶା ରେ ରହିଯିବା ଭଳି ମନେ ହେଉଛି। ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ରାଜ୍ଯ ସଭା ସାଂସଦ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରେ ସିନାପାଲି ଅଞ୍ଚଳ ରେ ପାଲିତ ହେଉଥିବା ଉଦନ୍ତୀ ମହୋତ୍ସବ ମଞ୍ଚ ନିର୍ମାଣ ରେ ଫାଟ ସୃଷ୍ଟି ହେବା ସହ ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ କିଛି ତଥାକଥିତ ରାଜନୈତିକ ପ୍ରତିଦ୍ବନ୍ଦୀ ନୂଆପଡ଼ା ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମ ରେ ଏହାକୁ ଖଣ୍ଡନ କରି ଏହାର ସତ୍ୟତା ନାହିଁ।
ଏପରିକି ଏହା ଉଦ୍ଦେଶ୍ୟ ପ୍ରଣୋଦିତ, ଆକ୍ରୋଶ ମୂଳକ ଭାବରେ ରାଜନୈତିକ ଉଦ୍ଦେଶ୍ୟ ରଖି ମଣିଷ କୃତ ଭାବରେ ଏହି କାର୍ଯ୍ୟ କୁ ଅତିରଞ୍ଜିତ କରି କିଛି ଗଣମାଧ୍ୟମ ପ୍ରକାଶ କରିଥିବା ବେଳେ ଏହି କାର୍ଯ୍ୟ ର ଠିକା କାମ ମିଲି ନ ଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରେ ରଖି କରାଯାଉଥିବା ବୋଲି ସ୍ପଷ୍ଟ କରଯାଇଥିଲା। ଏହାର କିଛି ଦିନ ପରେ ପୁଣି ଏକ ଅଭିଯୋଗ ସାମ୍ନା କୁ ଆସିଛି। ସିନାପାଲି ବ୍ଲକ ଲିଟିଗୁଡା ପଞ୍ଚାୟତ କୋକପଦର ଗ୍ରାମରେ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରେ ନିର୍ମାଣ ହେଉଥିବା ଚେକଡ୍ୟାମ କାର୍ଯ୍ଯ ନିମ୍ନ ମାନର ହୋଇଥିବା ବେଳେ ସ୍ଥାନୀୟ ଶ୍ରମିକ ମାନଙ୍କୁ ଉପେକ୍ଷା କରି ବଡ଼ ବଡ଼ ପଥର ଖଣ୍ଡ ପକାଇ ଗାର୍ଡ ୱାଲ କରାଯାଉଥିବା ନେଇ ନୂଆପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏହାକୁ ନେଇ ପଚାରିବାରୁ ରାଜନୈତିକ ଉଦ୍ଦେଶ୍ୟ ସାଧିତ ହୋଇ ନ ପାରିବାରୁ ରାଗ ରଖି ଉଦ୍ଦେଶ୍ୟ ମୂଳକ ଭାବରେ ଏହା କରାଯାଉଛି। କିଛି ଲୋକଙ୍କୁ ହାତ କରି ଏକ ବିପର୍ଯ୍ୟସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଦସ୍ତଖତ ଦେବାକୁ କହି ମିଥ୍ୟା ଅଭିଯୋଗ କରାଯାଉଛି। କାର୍ଯ୍ୟ ଚାଲୁ ରହିଛି ସରକାରୀ ନିୟମ ଅନୁସାରେ କାର୍ଯ୍ୟ ହେଉଛି ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଅନେକ ନେତା ମନ୍ତ୍ରୀ ରାଜନୈତିକ ନେତୃବୃନ୍ଦ ଅଞ୍ଚଳ ର ବିକାଶ ଦିଗରେ ସମର୍ପିତ ରହିଥାନ୍ତି। ହେଲେ ସିନାପାଲି ଅଞ୍ଚଳ ରେ ଥିବା ନେତା ତଥା ରାଜନୈତିକ ନେତୃବୃନ୍ଦ ନିଜର ସ୍ବାର୍ଥ ପାଇଁ ଠିକାଦାର ସାଜିଥିବା ବେଲେ ଅଞ୍ଚଳ ର ସାମଗ୍ରିକ ବିକାଶ କିଭଳି ଭାବରେ ହେଉଥିବ ବୋଲି ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା ହେଉଛି। ସିନାପାଲି ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅନେକ ସମସ୍ୟା ମୁଣ୍ଡ ଟେକି ରହିଛି କିନ୍ତୁ ଏ ଦିଗରେ ଦଳମତ ନିର୍ବିଶେଷରେ ସମସ୍ତେ ମିଲି ମିଶି ସିନାପାଲି ବ୍ଲକ କୁ ଏକ ଅଗ୍ରଣୀ ସ୍ୱଚ୍ଛ ନିର୍ମଳ ଓ ଦୁର୍ନୀତି ମୁକ୍ତ ବ୍ଲକ ରୂପେ ଗଢିତୋଳିବା କୁ ସମସ୍ତେ ସଂକଳ୍ପ ନେବାର ଆବଶ୍ୟକତା ରହିଥିବା ବେଳେ ଏପରି ଆରୋପ ପ୍ରତ୍ୟାରୋପ ରେ ବିକାଶ ବାଟବଣା ହେବାର ସମ୍ଭାବନା ବେଶି ବୋଲି ଆଲୋଚନା ହେଉଛି। ଏ ଦିଗରେ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ମଧ୍ଯ ଦୃଷ୍ଟି ଦେଇ ସିନାପାଲି ଅଞ୍ଚଳ ର ସାମଗ୍ରିକ ବିକାଶ ଦିଗରେ ଯତ୍ନବାନ ହୋଇ ସିନାପାଲି ର ବିକାଶ ଡୋରି କୁ ଆଗେଇ ନେବାର ଆବଶ୍ୟକତା ରହିଛି। ଏହି ଉପରେ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।