ଝୁଲେନବର ଠାରୁ ବ୍ରାହ୍ମଣୀଗୁଡା ରାସ୍ତା ବେହାଲ, ବିପର୍ଯ୍ୟସ୍ତ ରାସ୍ତା ପାଇଁ ଲୋକେ ହଟହଟା।

ନୂଆପଡ଼ା -୧୨/୭(ସୁରେନ୍ଦ୍ର ତିୱାରୀ) ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ହେଲେ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାର୍ଯ୍ୟ କରାଯାଇ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବା ସହ ଗମନାଗମନ ରେ ଘୋର ଅସୁବିଧା ଦେଖାଦେଇଛି। ଏହି ରାସ୍ତା କୁ ନେଇ ଅଞ୍ଚଳର ଜନସାଧାରଣ ମହଲ ରେ ଅସନ୍ତୋଷ ପ୍ରକାଶ ପାଇବା ସହ ରାସ୍ତା ମରାମତି ପୁଣି ଥରେ କରିବା ପାଇଁ ଦାବୀ କରିଛନ୍ତି। ଅଭିଯୋଗ ଅନୁସାରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତ ର ଝୁଲେନବର ବଜାର ଠାରୁ ବ୍ରାହ୍ମଣୀଗୁଡା ରାସ୍ତା ନିର୍ମାଣ କରଯାଇଛି। ଏହି ରାସ୍ତା ପୂର୍ବରୁ ଠିକ ଥିବା ବେଳେ ଠିକାଦାର ପୋଷା ପାଇଁ ରାସ୍ତା ରେ ମେଟାଲ ମୁରୁମ କାର୍ଯ୍ୟ କରଯାଇଛି। ଯାହା ନିମ୍ନ ମାନର କାର୍ଯ୍ୟ ସହିତ ଭଲ ମୂରୁମ୍ ନ ଦେଇ କାଦୁଅ ଭରା ମାଟି ଦିଆଯାଇଛି। ଯାହା ଫଳରେ ସାମାନ୍ୟ ବର୍ଷା ରେ ମଧ୍ୟ ଯିବା ଆସିବା ମୁସ୍କିଲ ହୋଇ ପଡିଛି। ଏପରିକି ରାସ୍ତା ରେ ଯାନବାହାନ ଚଳାଚଳ ମୁସ୍କିଲ ହୋଇ ପଡିଥିବା ବେଳେ ବୁଲାଣିଆ ରାସ୍ତା ଦେଇ ଲୋକେ ଯିବା ଆସିବା କରିବାପାଇଁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଲୋକେ ନିଜର ଚାଷ କାର୍ଯ୍ୟ ପାଇଁ ବିଲକୁ ଯିବା ପାଇଁ ମୁସ୍କିଲ ହୋଇପଡିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଦେଇ ଝାରବନ୍ଧ, କୁସୁମଯୋର ପଞ୍ଚାୟତ ସମେତ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳ ର ଲୋକେ ନିର୍ଭର କରନ୍ତି। ଏପରିକି ସାପ୍ତାହିକ ବଜାର ସମେତ ଅଞ୍ଚଳ ର ଛାତ୍ର ଛାତ୍ରୀ ପାଠପଢ଼ିବା ପାଇଁ କୁସୁମଯୋର ଉଚ୍ଚ ବିଦ୍ୟାଳୟ କୁ ଯାଉଥିବା ବେଳେ ହଟହଟା ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି। ଏହି ରାସ୍ତା ଉପରେ ପୂର୍ବରୁ ଠିକ ଭାବରେ ଯାତାୟାତ କରୁଥିବା ବେଳେ କେଉଁ ଉଦ୍ଦେଶ୍ୟ ରେ ଏହି ରାସ୍ତା ଉପରେ କାର୍ଯ୍ୟ କରଯାଇଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ରାସ୍ତା ଉପରେ ସୂଚନା ଫଳକ ନିର୍ମାଣ କରାଯାଇଛି ହେଲେ ଲେଖା ଯାଇନାହିଁ। ଯାହା ଫଳରେ କେଉଁ ବିଭାଗ ଦ୍ବାରା କରଯାଇଛି ଓ କେତେ ଅଟକଳ ମୂଲ୍ୟ ତାହା ବି ଜଣାପଡି ନାହିଁ। ରାସ୍ତା ଉପରେ ଖାଲଖମା ଭର୍ତ୍ତି ହୋଇ ରହିଥିବା ବେଳେ ରୋଲର ଚଲା ନ ଯାଇ କାର୍ଯ୍ୟ କୁ ସମ୍ପୂର୍ଣ କରି ଦିଆଯାଇଛି। ଏଭଳି ନିମ୍ନ ମାନର କାର୍ଯ୍ୟ କୁ ନେଇ ଜନସାଧାରଣ ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ଚୁପ ହୋଇ ରହିଛି ବୋଲି ଅଭିଯୋଗ ହୋଇଛି। ଏହାର ଉଚିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ସହ ପୁଣି ଥରେ ରାସ୍ତା ନିର୍ମାଣ କରି ଗମନାଗମନ ରେ ସୁଧାର ଆଣି ଉତ୍ତମ ରାସ୍ତା ନିର୍ମାଣ ପାଇଁ କୁସୁମଯୋର ପଞ୍ଚାୟତ ର ପୁର୍ବତନ ସରପଞ୍ଚ କବିରାଜ ରଣା, ଧନେଶ୍ଵର ରଣା,ମୋହନ ବଞ୍ଜାରା, ନବେ ବଞ୍ଜରା,ରୂପଚନ ବଞ୍ଜରା ସମେତ ଅନେକ ଲୋକ ଦାବୀ କରିଛନ୍ତି। ଏ ସଂପର୍କ ରେ ସିନାପାଲି ବିଡ଼ିଓ କାର୍ମୀ ଓରାମ ଙ୍କୁ ପଚାରିବାରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।