ନୂଆପଡ଼ା -୨୫/୭(ସୁରେନ୍ଦ୍ର ତିୱାରୀ) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତୀ ଏସ୍. କେ. ସାହୁଙ୍କ ନିର୍ଦ୍ଦେଶକ୍ରମେ ତଥା ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ନୂଆପଡ଼ା ଜିଲ୍ଲାର ସମସ୍ତ ବିଚାରପତି ଏବଂ ଅଧିବକ୍ତା ମଧ୍ଯରେ ଜିଲ୍ଲା ଓକିଲ ସଂଘ ସଭାଗୃହରେ ୯୦ ଦିନିଆ ‘ଦେଶ ପାଇଁ ମଧ୍ୟସ୍ଥତା’ କାର୍ଯ୍ୟକ୍ରମକୁ ସଫଳ ରୂପେ ସମ୍ପାଦନ କରିବା ଉଦ୍ଦେଶ୍ଯରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁନୀଲ କୁମାର ଦାସ, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ବରିଷ୍ଠ ଦେୱାନୀ ଜଜ୍ (ମହିଳା ନ୍ୟାୟାଳୟ) ସରୋଜିନୀ ସାହୁ, ବରିଷ୍ଠ ଦେୱାନୀ ଜଜ୍ ଖରିଆର ଇଶା ପତି, ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଉପ-ଖଣ୍ଡ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାଶ, ଜେଏମଏଫସି, ସିନାପାଲି ପ୍ରଜ୍ଞା ପାରମିତା ମହାନ୍ତି, ଜେ.ଏମ୍.ଏଫ୍.ସି, ଖରିଆର ସମିକ୍ଷା ସା, ଜେ.ଏମ୍.ଏଫ୍.ସି, ବୋଡେନ ପଲ୍ଲବୀ ଦାସ, ଜିଲ୍ଲା ସରକରୀ ଓକିଲ ତଥା ପ୍ରାଧିକରଣ ତ୍ରୀଲୋକ ଚନ୍ଦ ସୋନୀ, ଜିଲ୍ଲା ଓକିଲ ସଂଘର ସଭାପତି କ୍ଷୀତିଶ ବୋଧନକର, ସଚିବ ପ୍ୟାରିଲାଲ ଦେୱାଙ୍ଗନ, ସିଭିଲ ବାର ସଚିବ ଦେବଦତ୍ତ ଦିକ୍ଷିତ, ବରିଷ୍ଠ ଆଇନଜୀବୀ ପ୍ରସନ୍ନ ମହାପାତ୍ର, ମୂରଲୀଧର ପଣ୍ଡା ଓ ଅନ୍ୟ ଆଇନଜୀବୀଗଣ ପ୍ରମୁଖ ଉପସ୍ଥିତ ହୋଇ ମଧ୍ୟସ୍ଥତା ମାଧ୍ୟମରେ କିପରି ଅଧିକ ରୁ ଅଧିକ ମାମଲାର ସମାଧାନ ହୋଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ୧୫ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ବରିଷ୍ଠ ଆଇନଜିବୀଙ୍କୁ ମଧ୍ଯସ୍ଥ ନିଯୁକ୍ତି ନିମନ୍ତେ ଆବେଦନ କରିବାକୁ ଆହ୍ବାନ କରିଥିଲେ ।
୯୦ ଦିନିଆ ‘ଦେଶ ପାଇଁ ମଧ୍ୟସ୍ଥତା’ ପାଇଁ ପ୍ରସ୍ତୁତି ବୈଠକ
94