63


ନୂଆପଡା -୧୪/୨ (ମାରାଗୁଡ଼ା ଏକ୍ସପ୍ରେସ) ଆଜି ନୂଆପଡା ସ୍ଥିତ ମୃତ୍ତିକା ସଂରକ୍ଷଣ ସଭା ଗୃହରେ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ ଇଣ୍ଡିଆ, ନୂଆପଡାଜିଲ୍ଲା ଶାଖା ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସଂଗଠନ ର ସଭାପତି ସାମ୍ବାଦିକ ଅନିଲ କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଶିଷ୍ଟ ଅତିଥି ତଥା ମୂଖ୍ୟ ବକ୍ତା ଭାବେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ, ସମ୍ମାନିତ ଅତିଥିଭାବେ ସଂଗଠନ ର ରାଜ୍ୟ ସମ୍ପାଦକ ବିସିକେଶନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ଦଳପତି ଯୋଗଦାନ କରିଥିଲେ।ସଂଗଠନ ର ଉଦ୍ଦେଶ୍ୟ ଜ୍ଞାପନ କରି ଆଗାମୀ ଦିନରେ ସଂଘ ତରଫରୁ ବିଭିନ୍ନ ସେବା ମୂଳକ କାର୍ଯ୍ୟ ହାତକୁ ନେବା କୁ ସ୍ଥିର କରାଯାଇଥିବା ସଭାପତି ପ୍ରକାଶ କରିଥିଲେ। ସାମ୍ବାଦିକତା ଜରିଆରେ ସମାଜ ସେବାରେ ବ୍ରତୀ ରହିବାକୁ ଅତିଥିଗଣ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆରକ୍ଷୀ ଉପ ନିରୀକ୍ଷକ ବିନୋଦ କୁମାର ସେଠୀ ଓ ଜନ ସେବା ତଥା ବହୁ ବାର ରକ୍ତଦାନ ପାଇଁ କିଶୋର କୁମାର ପରିଡା, ସାମ୍ବାଦିକତା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସାମ୍ବାଦିକ ଉପେନ୍ଦ୍ର ବାଗ ଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ସମ୍ମିଳନୀରେ ଏନ. ଜେଡ. ଏସ. ଏସ ର ଜିଲ୍ଲା ସଭାପତି ସୁରେଶ ଆଚାରୀ ଙ୍କ ସମେତ ଅଂଶୁମାନ ଶତପଥୀ, ସିମାଞ୍ଚଳ ମହାପାତ୍ର, ସୁରେନ୍ଦ୍ର ତିୱାରୀ, ସୁରେଶ ଦଣ୍ଡସେନାଙ୍କ ସମେତ ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ର ସାମ୍ବାଦିକ ଗଣ, ଭାରତୀୟ ମଜଦୁର ସଂଘ ର ସଦସ୍ୟ ବୃନ୍ଦ ଓ ନିଜସ୍ୱ ସଂଗଠନ ର କର୍ମକର୍ତ୍ତା ସାମ୍ବାଦିକ ରାମନାଥ ପଣ୍ଡା, ସତୀଶ ଯୋଶୀ,ଲମ୍ବୋଦର ବାଗ, ଉପେନ୍ଦ୍ର ବାଗଙ୍କ ସମେତ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଯୋଗଦାନ କରିଥିଲେ।ସାମ୍ବାଦିକ ରାମନାଥ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିବାବେଳେ ଉମାକାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ।