51

ବୋଡେନ – ୧୪/୨ (ଜଗତରାମ ଦଣ୍ଡସେନା) ବୋଡେନ ବ୍ଲକର ସରକାରୀ ଜନଶକ୍ତି ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଖଇରା ରେ ନବମ ଓ ଏକାଦଶ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ବଦ୍ୟାଳୟ ର ପ୍ରଧାନ ଶିକ୍ଷକ ତନ୍ମୟ ତାଣ୍ଡିଙ୍କ ଅଧ୍ୟକ୍ଷତା ରେ ବରିଷ୍ଠ ଶିକ୍ଷକ ଆନନ୍ତରାମ ମେହେର, ହରିହର ମାଝୀ, ଯୋଗେନ୍ଦ୍ର ନାଥ ଦଣ୍ଡସେନା,ହରିହର ସାହୁ, ସନ୍ତୋଷ ବାଗ, କୀର୍ତ୍ତି ରାମ ମାଝୀ, ପୁଷ୍ପାଞ୍ଜଳି ମାଝୀ, ଦିଲ୍ଲୀପ ଦାସ,ଅଭୟ କୁମାର ଗୁପ୍ତା, ପ୍ରତ୍ୟୁଷ କୁମାର ଦାନୀ, ନବୀନ୍ଦ୍ର ମାଝୀ, ଦେବାଶିଷ ପଟେଲ,ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ମନୋଜ ମହାନନ୍ଦ, ଭାରତୀ ବିଶ୍ୱକର୍ମା,ବର୍ଷାରାଣୀ ନାୟକ ଗଜଲକ୍ଷ୍ମୀ ସାହୁ, ନରେଶ ସାହୁ, ସୁରେନ୍ଦ୍ର ଦଣ୍ଡସେନା, ଅତିଥି ମାନଙ୍କ ମଧ୍ୟରେ ମଦନ ମୋହନ ପ୍ରଧାନୀ, ଜଗତରାମ ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ଥାଇ ଅଭିଭାଷଣ ରେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ର କାମନା କରିଥିଲେ l ଛାତ୍ରଛାତ୍ରୀ ମାନେ ବିଦାୟୀ ଙ୍କୁ ଉପହାର ମାନ ପ୍ରଦାନ କରିଛନ୍ତି।