
ନୂଆପଡ଼ା -୪/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ବିଧାନସଭା ଉପନିର୍ବାଚନ ପ୍ରଚାର ରେ ବିଜେପି ନେତା ମନ୍ତ୍ରୀ ସାଂସଦ ବିଧାୟକ ଦଳୀୟ ପଦାଧିକାରୀ ଙ୍କ ଭିଡ ଜମିବାରେ ଲାଗିଛି । ନିର୍ବାଚନୀ ପ୍ରଚାର ରେ ସମସ୍ତ ଅଞ୍ଚଳ କୁ ପହଞ୍ଚିବା ସହିତ ସମାଜ ର ସମସ୍ତ ବର୍ଗ ର ଲୋକଙ୍କ ପାଖରେ ପହଞ୍ଚିବାକୁ ଲାଗି ପଡ଼ିଛି ବିଜେପି । ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀର କୋମନା ବ୍ଲକ ମୁନିଗୁଡା ଖେଳପଡିଆରେ ଆଦିବାସୀ, କିଶାନ, ମିର୍ଦ୍ଧା, ମାଟିଆ ଓ କୋଡା ସମାଜଙ୍କ ଦ୍ୱାରା ଆୟୋଜିତ ସମାବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ ।
ଉପସ୍ଥିତ ମନ୍ତ୍ରୀ ଗଣ ନିଜ ନିଜର ନିର୍ବାଚନୀ ଅଭିଭାଷଣ ରେ ମୋଦୀ ଓ ମୋହନ ସରକାର ଙ୍କ ଡବଲ ଇଞ୍ଜିନ ସରକାର ରେ ହେଉଥିବା ଡବଲ ଗତି ର ବିକାଶ ହେଉଛି ବୋଲି କହିଥିଲେ । ଡବଲ୍ ଇଞ୍ଜିନ୍ ସରକାର ଯେପରି ଓଡ଼ିଶାର ସମଗ୍ର ଉନ୍ନୟନ ଓ ଆଦିବାସୀ ଅଞ୍ଚଳର ବିକାଶ କୁ ଗୁରୁତ୍ଵ ଦେଇ ପରିବର୍ତ୍ତନ ଆଣୁଛନ୍ତି, ତାହାର ପ୍ରଭାବ ଜନମାନସରେ ସ୍ପଷ୍ଟ ଭାବେ ଦେଖାଯାଉଛି ବୋଲି କହିଥିଲେ ।
ଏହି ସମାବେଶ ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ,ମନ୍ତ୍ରୀ ସୁରେଶ ପୂଜାରୀ , ନିତ୍ୟାନନ୍ଦ ଗଣ୍ଡ , ମୁକେଶ ମହାଲିଙ୍ଗ, ରବି ନାୟକ,ଗଣେଶ ରାମ ସିଂ ଖୁଣ୍ଟିଆ ,ସାଂସଦ ଶ୍ରୀମତୀ ସଙ୍ଗିତା କୁମାରୀ ସିଂଦେଓ, ପ୍ରଦୀପ ପୁରୋହିତ, ବଳଭଦ୍ର ମଝି , ରବିନ୍ଦ୍ର ନାରାୟଣ ବେହେରା, ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ମିର୍ଦ୍ଧା ସମାଜର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମାଝୀ ଙ୍କ ସହିତ ସମାଜର ନେତୃମଣ୍ଡଳୀ, ସ୍ଥାନୀୟ ଜନପ୍ରତିନିଧି ଓ ଆଦିବାସୀ ଭାଇ-ଭଉଣୀମାନଙ୍କ ଉପସ୍ଥିତ ଥିଲେ । ସମସ୍ତେ ନିଜ ନିଜ ବକ୍ତବ୍ୟ ରେ ବିଜେପି ର ଦୁର୍ନିତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ଓ ବିକାଶ କୁ ଆଧାର କରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ନୂଆପଡ଼ା ରେ ଆଦିବାସୀ ଜନଜାତି ଓ ଦଳିତ ସମାଜ କୁ ନେଇ ବିଜେପି ର ବିଶାଲ ସମାବେଶ।
65