ନୂଆପଡ଼ା- ୨୬/୬ (ଏମ.ଇ) ନୂଆପଡ଼ା ଜିଲ୍ଲାରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତଥା ଅବକାରୀ ବିଭାଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ -୨୫ ପାଳିତ ହୋଇ ଯାଇଛି l ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯାଳୟରୁ ଏକ ରାଲି ସୁସଜ୍ଜିତ ରଥ ସହ ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ l ଏଥିରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସ୍ଵେଚ୍ଛାସେବୀ,ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ବିଭିନ୍ନ ସ୍ଲୋଗାନ ସହିତ ଏହି ରାଲି ଜନ ସଚେତନତା ସୃଷ୍ଟି କରିଥିଲା । ଏହାପରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତଙ୍କ ସଭାପତିତ୍ଵରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା l ଶ୍ରୀ ରଇତ ସମସ୍ତଙ୍କୁ ସ୍ଵାଗତ କରି ସମ୍ଭାଷଣ ପ୍ରଦାନ କରିଥିଲେ l ଏହି ସଭାରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ,ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ମନୋଜ କୁମାର ସାହୁ , ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ନମିତା ପାଢୀ, ପ୍ରଜାପୀତା ବ୍ରହ୍ମ କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର କେନ୍ଦ୍ର ପରିଚାଳିକା ଭଉଣୀ ଅଞ୍ଜଳୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବସର ତାତ୍ପର୍ଯ୍ୟ ବୁଝାଇଥିଲେ l ସାମାଜରେ ନିଶା କିଭଳି ଭାବରେ ଦୁଷ୍ପ୍ରଭାବ ପକାଉଛି ଏବଂ ବ୍ୟକ୍ତି ତଥା ପରିବାରର ଅଧୋପୋତନ ହେଉଛି ଏହି ବିଷୟରେ ସଚେତନ କରିବା ସହିତ ଏହାର ସମାଧାନର ରାସ୍ତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା
ନୂଆପଡ଼ାରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
175