କ୍ଷତି ପୂରଣ ଦାବୀରେ ତିନ ଟି ଶବ ରଖି ଜାତୀୟ ରାଜପଥ ଅବରୋଧ: ପଲସିପାଣି ବାଇକ ଦୁର୍ଘଟଣା - ରଥ ଯାତ୍ରା ଦେଖା ହେଲା କାଳ

by Maraguda Express
0 comments

କ୍ଷତି ପୂରଣ ଦାବୀରେ ତିନ ଟି ଶବ ରଖି ଜାତୀୟ ରାଜପଥ ଅବରୋଧ: ପଲସିପାଣି ବାଇକ ଦୁର୍ଘଟଣା – ରଥ ଯାତ୍ରା ଦେଖା ହେଲା କାଳ

ନୂଆପଡ଼ା -୨୯/୬ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ପାଲସିପାଣି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ଉପରେ ଶନିବାର ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକ ଖେଳାଇ ଦେଇଥିଲା। ମୃତକ ହେଲେ ପାଲସିପାଣି ର ଲଳିତ ଶବର(୪୦), ଭଉଣୀ ସୁନାଫୁଲ ଶବର(୨୫), ଝିଅ ଡିଲେଶ୍ୱରି ଶବର(୭) ଏବଂ ଅନ୍ୟ ଜଣେ ବରଗଡ଼ ଜିଲା ପାଇକମାଲ ଥାନା ଚୁହାପାଲି ଗ୍ରାମର କ୍ଷୀର ରାହୁଲ(୩୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଶନିବାର ପଲସିପାଣି ଗାଁର ଲଳିତ ଶବର ନିଜ ପରିବାର ୫ଜଣ ଏକ ବାଇକରେ ବସି ରଥଯାତ୍ରା ଦେଖିବା ପାଇଁ ବଞ୍ଜାରି ଗାଁକୁ ଯାଉଥିଲେ। ସେତିକିବେଳେ ପାଲସିପାଣି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହେବାରୁ ଦୁଇଟି ବାଇକ୍‌ରେ ଥିବା ୮ଜଣ ରାସ୍ତା କଡ଼ରେ ଛିଟିକି ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଲଳିତ, ଡିଲେଶ୍ୱରି, ସୁନାଫୁଲ ଓ କ୍ଷୀରଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ତରବୋଡ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଛି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ୩୫୩ ଠାରେ ତିନ ଟି ଶବ ରଖି ପଲସିପାଣି ଗ୍ରାମବାସୀ ଆଜି ଅପରାହ୍ନ ୨ ଟା ରୁ ସଂଧ୍ୟା ୫ ଟା ଯାଏଁ   ଜାତୀୟ ରାଜପଥ କୁ ଅବରୋଧ କରିଥିଲେ। ରାସ୍ତା ରୋକ ଦ୍ଵାରା ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳ ରେ ତରବୋଡ ପୋଲିସ ପହଞ୍ଚି ବିକ୍ଷୋଭକାରୀ ଙ୍କୁ ବୁଝାସୁଝା କରି ଥିଲା।ଜିଲ୍ଲା ଆଦିବାସି କଲ୍ୟାଣ ସଂଘ୍ ସଭାପତି ଭାନୁ ପ୍ରତାପ ସିଂ ମାଝି ଓ ସଂପାଦକ ବାଳକୃଷ୍ଣ ଶବର, ଶ୍ରମିକ ନେତା ଯଦୁମଣି ପାଣିଗ୍ରାହୀ ଓ ବିଜେଡ଼ି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀ ଘଟଣା ସ୍ଥଳ ରେ ପହଞ୍ଚି ପୀଡ଼ିତ ପରିବାର କୁ ସ୍ୱାନ୍ତନା ଦେଇ ତାଙ୍କ ସହ ରାସ୍ତାରୋକ ରେ ସାମିଲ ହୋଇଥିଲେ। ଜାତୀୟ ରାଜପଥ ଅବରୋଧ ଦ୍ଵାରା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥଲା।ଘଟଣା ସ୍ଥଳ ରେ କୋମନା ଏଡିସନାଲ୍ ତହସିଲଦାର ଯୋଗେଶ୍ୱର ସାହୁ ପହଞ୍ଚି ରେଡକ୍ରସ ପାଣ୍ଠି ରୁ ପୀଡିତ ପରିବାରଙ୍କୁ ୪୫ ହଜାର ଟଙ୍କା ସହାୟତା ପ୍ରଦାନ ଓ ସ୍ଥାନୀୟ ସରପଞ୍ଚ ଗଙ୍ଗା ରାମ ମାଝି ହରିଶ୍ଚନ୍ଦ୍ର ଯୋଜନା ରେ ୯ ହଜାର ଟଙ୍କା ସହାୟତା ପରେ ରାସ୍ତା ରୋକ ହଟିଥିଲା । ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଵ୍ୟକ୍ତି ଙ୍କ ପରିବାର ଙ୍କୁ ୨୫ ଲକ୍ଷ ଲେଖାଏଁ ମୂଖ୍ୟମନ୍ତ୍ରୀ ଦେବାକୁ ଜିଲ୍ଲା ଆଦିବାସି କଲ୍ୟାଣ ସଂଘ ପକ୍ଷ ରୁ ଦାବୀ କରାଯାଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha