Home ରାଜ୍ୟବିଶ୍ୱ ମାନସିକ ସ୍ଵାସ୍ଥ୍ଯ ଦିବସ ପାଳନ ଓ ମାନସିକ ସ୍ଵାସ୍ଥ୍ଯ ଆଇନ ସଚେତନତା ଶିବିର।

ବିଶ୍ୱ ମାନସିକ ସ୍ଵାସ୍ଥ୍ଯ ଦିବସ ପାଳନ ଓ ମାନସିକ ସ୍ଵାସ୍ଥ୍ଯ ଆଇନ ସଚେତନତା ଶିବିର।

-ବିଶ୍ୱ ମାନସିକ ସ୍ଵାସ୍ଥ୍ଯ ଦିବସ ପାଳନ ଓ ମାନସିକ ସ୍ଵାସ୍ଥ୍ଯ ଆଇନ ଏବଂ ନାଲ୍ସା (ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ସଚେତନତା ଶିବିର-

by Maraguda Express
0 comments

ନୂଆପଡ଼ା -୧୦/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ସ୍ୱତନ୍ତ୍ର ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ବିଶ୍ୱ ମାନସିକ ସ୍ଵାସ୍ଥ୍ଯ ଦିବସ ପାଳିତ ହୋଇ ଯାଇଛି ଓ ମାନସିକ ସ୍ଵାସ୍ଥ୍ଯ ଆଇନ ଏବଂ ନାଲ୍ସା (ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ନବନୀତା ଦାଶ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ୱରୀ ସାମନ୍ତ, ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ମାନସିକ ସ୍ଵାସ୍ଥ୍ଯ ଆଇନ ଏବଂ ନାଲ୍ସା (ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ବିସ୍ତୃତ ଚର୍ଚ୍ଚା କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କ ଅଧିକାର ଓ ସେମାନଙ୍କ ପାଇଁ ଉପଲବ୍ଧ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha