ବିଭିନ୍ନ ନିର୍ଯ୍ୟାତନା ର ଶିକାର ଶିଶୁ,କିଶୋର ,ମହିଳାଙ୍କ ସୁରକ୍ଷା ତଥା ପୀଡ଼ିତାଙ୍କ କ୍ଷତି ପୂରଣ ଉପରେ ଆଇନ ସଚେତନତା ଶିବିର
ନୂଆପଡ଼ା -୩୦/୬ ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଏକଲବ୍ୟ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଯୌନ ନିର୍ଯାତନା ରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଅଧିନିୟମ, କିଶୋର ନ୍ୟାୟ (ବାଳକ ମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ ଏବଂ ଯୌନ ଅପରାଧ ତଥା ଅନ୍ୟାନ୍ୟ ଅପରାଧ ରେ ପୀଡିତା ମହିଳାଙ୍କ ପାଇଁ ନାଲ୍ସା ଦ୍ୱାରା ପରିଚାଳିତ ପିଡ଼ୀତା କ୍ଷତିପୂରଣ ଯୋଜନା, ୨୦୧୮ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା ଶିବର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ଯୋଗଦେଇ ଯୌନ ନିର୍ଯାତନା ରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଅଧିନିୟମ ଏବଂ ଯୌନ ଅପରାଧ ତଥା ଅନ୍ୟାନ୍ୟ ଅପରାଧରେ ପୀଡିତା ମହିଳାଙ୍କ ପାଇଁ ନାଲ୍ସଆ ଦ୍ୱାରା ପରିଚାଳିତ ପିଡ଼ୀତା ଅନୁକମ୍ପା ଯୋଜନା, ୨୦୧୮ ବିଷୟ ରେ ପୁଙ୍ଖାନୁପୁଙ୍ଖ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ନୂଆପଡ଼ା ଶିଶୁ ସୁରକ୍ଷା ସମିତି ର ସଦସ୍ୟ ନାରାୟଣ ପ୍ରସାଦ ଯୋଶୀ କିଶୋର ନ୍ୟାୟ (ବାଳକମାନ ଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ ବିଷୟ ରେ ଆଲୋକପାତ କରିଥିଲେ । ପ୍ରାଧିକରଣ ର ଅଧିକାର ମିତ୍ର ୟାସ୍ମିନ୍ ସୁଲତାନା ଶିଶୁ ଶ୍ରମିକ ଏବଂ ଅନାଥ ଶିଶୁ ଉଦ୍ଧାର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭୂମିକା ବିଷୟ ରେ ଉପସ୍ଥିତ ଜଣ ସାଧାରଣାଙ୍କୁ ବିଶଦ ଭାବେ ବୁଝାଇ ଥିଲେ। ଏ ଅବସରରେ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ସଂଗ୍ରହ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ବିଭିନ୍ନ ନିର୍ଯ୍ୟାତନା ର ଶିକାର ଶିଶୁ,କିଶୋର, ମହିଳାଙ୍କ ସୁରକ୍ଷା ତଥା ପୀଡ଼ିତାଙ୍କ କ୍ଷତି ପୂରଣ ଉପରେ ଆଇନ ସଚେତନତା ଶିବିର
102